ନୂଆଦିଲ୍ଲୀ,୦୮/୦୪: ଆଇପିଏଲ୍ ୨୦୨୬ ର ୧୪ତମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ। ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ ଶୁବମନ ବାହିନୀ। ତେବେ ଆଜିର ମ୍ୟାଚ୍ରେ ଗୁଜରାଟ ଏହାର ଚୁଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛି।
କିନ୍ତୁ ଦିଲ୍ଲୀ ପକ୍ଷରୁ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଗୁଜରାଟ ଅଧିନାୟକ ଶୁଭମନ ଗିଲ୍ ଦଳକୁ ଫେରିଛନ୍ତି। ପୂର୍ବ ମ୍ୟାଚ୍ ସମୟରେ ସେ ବେକ ଯନ୍ତ୍ରଣାରେ ପୀଡ଼ିତ ଥିଲେ।
ଗିଲ୍ କହିଛନ୍ତି ଯେ ଯଦି ସେ ଟସ୍ ଜିତିଥାନ୍ତେ, ତେବେ ସେ ପ୍ରଥମେ ବ୍ୟାଟିଂ କରିବାକୁ ବାଛିଥାନ୍ତେ। ଆଇପିଏଲରେ ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ମୋଟ ୭ଟି ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ଗୁଜରାଟ ଟାଇଟାନ୍ସ ୪ଟି ମ୍ୟାଚ୍ ରେ ବିଜୟୀ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୩ଟିରେ ବିଜୟୀ ହୋଇଛି। ତେବେ ଆଜିର ଚଳିତ ସିଜନରେ ପୂର୍ବ ଦୁଇଟି ମ୍ୟାଚ୍ ଦିଲ୍ଲୀ ଜିତିଥିବା ବେଳେ ଆଜିର ମ୍ୟାଚ୍ରେ ଦିଲ୍ଲୀ ଏହାର ହାଟ୍ରିକ ବିଜୟ ଅଭିଯାନ ଜାରି ରଖିବ ବୋଲି ଆଶା କରାଯାଉଛି। ସେପଟେ ଗୁଜରାଟ ଦଳକୁ ଶୁବମନ ଫେରିବା ପରେ ଦଳ ଆଜି ବିଜୟ ପାଇଁ ସମସ୍ତ ପ୍ରଚେଷ୍ଟା କରିବ ବୋଲି ଆଶା ରହିଛି।
ଗୁଜରାଟ ଟାଇଟନ୍ସର ଚୁଡ଼ାନ୍ତ ଏକାଦଶ:
ଶୁବମାନ ଗିଲ (କ୍ୟାପଟେନ), ସାଇ ସୁଦର୍ଶନ, ଜୋସ୍ ବଟଲର (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଗ୍ଲେନ୍ ଫିଲିପ୍ସ, ଶାହାରୁଖ ଖାନ, ରାହୁଲ ତେୱତିଆ, ରସିଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ, ଅଶୋକ ଶର୍ମା
ଦିଲ୍ଲୀ କ୍ୟାପିଟାଲ୍ସର ଚୁଡ଼ାନ୍ତ ଏକାଦଶ:
କେଏଲ୍ ରାହୁଲ (ୱିକେଟ୍ କିପର), ପଥୁମ୍ ନିଶଙ୍କା, ନୀତୀଶ ରାଣା, ବିପ୍ରଜ ନିଗମ, ଅକ୍ଷର ପଟେଲ (କ୍ୟାପଟେନ), ଡେଭିଡ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, କୁଲଦୀପ ଯାଦବ, ଲୁଙ୍ଗି ଏନଗିଡି, ଟି. ନଟରାଜନ୍, ମୁକେଶ କୁମାର

