Dailyhunt
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ, ପ୍ରଥମ ବିଜୟ ଲକ୍ଷ୍ୟରେ ଗୁଜୁରାଟ

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ, ପ୍ରଥମ ବିଜୟ ଲକ୍ଷ୍ୟରେ ଗୁଜୁରାଟ

​​​​​​​ନୂଆଦିଲ୍ଲୀ : ଆଇପିଏଲର ନବମ ମ୍ୟାଚ୍ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବୋଲିଂ କରିବ ଗୁଜୁରାଟ । ରାଜସ୍ଥାନର ଯୁବ ବ୍ୟାଟ୍ସମ୍ୟାନ ବୈଭବ ବଡ଼ ପାଳି ଖେଳିବେ ବୋଲି ଆଶା କରାଯାଉଛି ।

ପ୍ରଥମ ମ୍ୟାଚରେ ହାରିଥିବା ଗୁଜରାଟ ଆଜି ବିଜୟ ହେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଉଛି । ବିଜୟ ଧାରାକୁ ଜାରି ରଖିବା ପାଇଁ ସଂଘର୍ଷ କରିବ ରାଜସ୍ଥାନ ।

ସେପଟେ ରାଜସ୍ଥାନର ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କ ରହିବ ସମସ୍ତଙ୍କ ନଜର । ଗତବର୍ଷ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଜରିଆରେ ୧୪ ବର୍ଷିୟ ବୈଭବଙ୍କ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗୁଜୁରାଟ ବିପକ୍ଷ ମ୍ୟାଚରେ ମ୍ୟାଚରେ ୩୫ଟି ବଲ୍ରୁ ଶତକ ହାସଲ କରିଥିଲେ । ଏହାପରେ ଅଧିକ ପରିଚିତି ଲାଭ କରିଥିବା ଏହି ଯୁବ କ୍ରିକେଟର ପରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ଚଳିତ ସିଜିନର ପ୍ରଥମ ମ୍ୟାଚରେ ଚେନ୍ନାଇ ବିପକ୍ଷ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ୧୫ଟି ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।

ଗୁଜରାଟ ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାଜିତ ହୋଇଥିଲା । ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍ ଏହି ମ୍ୟାଚରେ ବିଫଳ ହୋଇଥିଲେ । ଗତ ସିଜନରେ ଉଭୟଙ୍କ ଓପନିଂ ଭାଗିଦାରୀ ୯୧୨ ରନ ରହିଥିଲା । ଆଜି ଉଭୟ ଲୟକୁ ଫେରିବେ ବୋଲି ଆଶା ରଖିଛନ୍ତି ପ୍ରଂଶସକ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia