ମୁମ୍ବାଇ, ୦୧/୧୦: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ହୋଇଛି । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ସ୍କ୍ୱାଡ୍ ଚୟନ କରାଯାଇଛି। ଦଳକୁ ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବା ବେଳେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସ୍ଥାନ ମିଳିଛି ।
ଏହି ସ୍କ୍ବାଡରେ ୪ଜଣ ଖେଳାଳିଙ୍କ ସର୍ତ୍ତମୂଳକ ଭାବେ ଚୟନ କରାଯାଇଛି । ଯଶପ୍ରୀତ ବୁମରା, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର ଏବଂ ନୀତୀଶ କୁମାର ରେଡ୍ଡୀଙ୍କ ନାମ ପାଖରେ ଷ୍ଟାର ଚିହ୍ନ ରହିଛି । ସେମାନେ ଫିଟନେସ୍ ଟେଷ୍ଟ ପାସ୍ କଲେ ଟିମରେ ସାମିଲ୍ ହେବେ ।
ସେପଟେ ସଞ୍ଜୁ ସାମସନଙ୍କୁ ପୁଣିଥରେ T20 ଦଳରେ ସ୍ଥାନ ମିଳିଛି। ସେ ଜିମ୍ବାୱେ ଗସ୍ତର ଦଳରେ ସାମିଲ ହୋଇନଥିଲେ। ଏବେ ଆଫଗାନିସ୍ତାନ ବିପକ୍ଷ ସିରିଜ୍ରେ ତାଙ୍କୁ ୱିକେଟ କିପର ବ୍ୟାଟର ଭାବେ ଚୟନ କରାଯାଇଛି। ତାଙ୍କ ସହ ଈଶାନ କିଶନ ମଧ୍ୟ ୱିକେଟ କିପର ବିକଳ୍ପ ରହିଛନ୍ତି। ତିଳକ ବର୍ମାଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଶ୍ରେୟସ ଆୟର ଦଳର ନେତୃତ୍ବ ନେବେ ।
ବୈଭବ ସୂର୍ଯ୍ୟବଂଶୀଙ୍କ ଜଲୱା ଜାରି:
୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଟିମ୍ ମ୍ୟାନେଜମେଣ୍ଟର ଭରସା ଜାରି ରହିଛି। ତାଙ୍କୁ ପୁଣିଥରେ T20 ସ୍କ୍ୱାଡ୍ରେ ସାମିଲ କରାଯାଇଛି। ଅଭିଷେକ ଶର୍ମାଙ୍କ ସହ ବୈଭବ ଦଳର ପ୍ରମୁଖ ଯୁବ ବ୍ୟାଟିଂ ବିକଳ୍ପ ଭାବେ ରହିଛନ୍ତି ।
ରିଙ୍କୁଙ୍କ ସମେତ ୮ ଖେଳାଳି ବାଦ୍
ଜିମ୍ବାୱେ ଗସ୍ତ ପାଇଁ ଚୟନ ହୋଇଥିବା ଦଳ ସହ ତୁଳନା କଲେ, ଏଥର ୮ଜଣ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ରିଙ୍କୁ ସିଂହ, ସୂର୍ଯ୍ୟାଂଶ ଶେଡଗେ, ହର୍ଷ ଦୁବେ, ପ୍ରିନ୍ସ ଯାଦବ, ଯଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଏବଂ ପ୍ରଭସିମରନ ସିଂହ ଏଥର ଦଳରୁ ବାଦ ପଡ଼ିଛନ୍ତି।
ଆଫଗାନିସ୍ତାନ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ସ୍କ୍ୱାଡ୍:
ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ (ୱିକେଟ କିପର), ଈଶାନ କିଶନ (ୱିକେଟ କିପର), ତିଳକ ବର୍ମା (ଉପ-ଅଧିନାୟକ), ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ*, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର*, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମରା*, ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣା*।
* ଫିଟନେସ୍ ଟେଷ୍ଟ ଉପରେ ନିର୍ଭରଶୀଳ।
ଭାରତ ବିପକ୍ଷରେ ଆଫଗାନିସ୍ତାନ ସ୍କ୍ୱାଡ୍:
ଇବ୍ରାହିମ ଜାଦରାନ (ଅଧିନାୟକ), ରହମାନୁଲ୍ଲା ଗୁରବାଜ (ୱିକେଟକିପର), ନୂର ରହମାନ (ୱିକେଟ କିପର), ସେଦିକୁଲ୍ଲା ଅଟଲ, ଦରୱିଶ ରସୁଲି, ଅଜମତୁଲ୍ଲା ଓମରଜାଇ, ଗୁଲବଦିନ ନାଏବ, ମହମ୍ମଦ ନବୀ, ରାଶିଦ ଖାନ, ନାଙ୍ଗ୍ୟାଲ ଖରୋଟି, ନୂର ଅହମଦ, ମୁଜିବ ଉର ରହମାନ, ଫଜଲହକ ଫାରୁକି, ଅବଦୁଲ୍ଲା ଅହମଦଜାଇ ଏବଂ ନବୀନ-ଉଲ-ହକ।
ଭାରତ-ଆଫଗାନିସ୍ତାନ T20 ସିରିଜ୍ କେବେ?
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ୧୩ ସେପ୍ଟେମ୍ବର ୨୦୨୬ରୁ ଅରୁଣ ଜେଟଲୀ ଷ୍ଟାଡିୟମରେ ଆରମ୍ଭ ହେବ । ସିରିଜ୍ର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ।
ଭାରତ-ଆଫଗାନିସ୍ତାନ T20 ସିରିଜ୍ର ପୂରା ସୂଚୀ:
ପ୍ରଥମ T20: ୧୩ ସେପ୍ଟେମ୍ବର ୨୦୨୬ - ଅରୁଣ ଜେଟଲୀ ଷ୍ଟାଡିୟମ, ନୂଆଦିଲ୍ଲୀ
ଦ୍ୱିତୀୟ T20: ୧୫ ସେପ୍ଟେମ୍ବର ୨୦୨୬ - ଅରୁଣ ଜେଟଲୀ ଷ୍ଟାଡିୟମ, ନୂଆଦିଲ୍ଲୀ
ତୃତୀୟ T20: ୧୭ ସେପ୍ଟେମ୍ବର ୨୦୨୬ - ଅରୁଣ ଜେଟଲୀ ଷ୍ଟାଡିୟମ, ନୂଆଦିଲ୍ଲୀ

