Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Teamindia Player: ୫ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିବେ ୩୫ ବର୍ଷୀୟ ପ୍ଲେୟାର, ପାଣ୍ଡ୍ୟାଙ୍କ ସହ ଖାସ୍ କେନକ୍ସନ

Teamindia Player: ୫ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିବେ ୩୫ ବର୍ଷୀୟ ପ୍ଲେୟାର, ପାଣ୍ଡ୍ୟାଙ୍କ ସହ ଖାସ୍ କେନକ୍ସନ

ନୂଆଦିଲ୍ଲୀ,୦୧/୦୯; ଗତ ୫ ବର୍ଷ ଧରି ଟିମ୍ ଇଣ୍ଡିଆରୁ ଦୂରେଇ ଥିବା ଜଣେ ଷ୍ଟାର ପ୍ଲେୟାରଙ୍କର କମବ୍ୟାକ ହେବାକୁ ଯାଉଛି । ଗୋଟିଏ ପଟେ ଟିମ୍ ମ୍ୟାନେଜମେଣ୍ଟ କ୍ରମାଗତ ଭାବେ ନୂଆ ଖେଳାଳିଙ୍କ ଆଡ଼କୁ ମୁହାଁଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଜାତୀୟ ଗଣମାଧ୍ୟମରୁ ଆସୁଥିବା ଖବର ଅନୁସାରେ ଟିମ୍ ଇଣ୍ଡିଆକୁ ଜଣେ ପ୍ଲେୟାରଙ୍କ ଘରବାହୁଡା ହେବାକୁ ଯାଉଛି ।

ସେ ହେଉଛନ୍ତି ୩୫ ବର୍ଷୀୟ କ୍ରୁନାଲ ପାଣ୍ଡ୍ୟା । ସେ ଶେଷ ଥର ପାଇଁ ୨୦୨୧ରେ ଟି-୨୦ ମ୍ୟାଚ୍ ଖେଳିଥିଲେ ।

ବିଶେଷକରି ଟି-୨୦ ଫର୍ମାଟରେ ଗତ କିଛି ମ୍ୟାଚରେ ଟିମ୍ ଇଣ୍ଡିଆର ବୋଲିଂ ଆକ୍ରମଣ ଦୁର୍ବଳ ଦେଖାଯାଉଛି । ବାମହାତୀ ସ୍ପିନର ଭାବେ ଅକ୍ଷର ପଟେଲ ପ୍ରଥମ ପସନ୍ଦ ହୋଇ ରହିଛନ୍ତି, କିନ୍ତୁ ବ୍ୟାଟ୍ ସହ ତାଙ୍କର ଅବଦାନ ଭଲ ନାହିଁ । ଅକ୍ଷର ପଟେଲ ଚଳିତ ବର୍ଷ ୧୨ଟି ଟି-୨୦ ଇନିଂସରେ ବ୍ୟାଟିଂ କରିଛନ୍ତି, ଯେଉଁଥିରେ ସେ ମାତ୍ର ୬୯ ରନ୍ କରିଛନ୍ତି ।

ଜାତୀୟ ଗଣାମାଧ୍ୟମ ଅନୁଯାୟୀ, କୃନାଲ ପାଣ୍ଡ୍ୟା ଭାରତୀୟ ଟି-୨୦ ଦଳକୁ ଫେରିପାରନ୍ତି ଏବଂ ବାମହାତୀ ସ୍ପିନ୍ ବୋଲିଂ ଅଲରାଉଣ୍ଡର ଭୂମିକା ତୁଲାଇ ପାରନ୍ତି । ତାଙ୍କୁ ଶେଷ ଥର ପାଇଁ ୨୦୨୧ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବାର ଦେଖିବାକୁ ମିଳିଥିଲା । ଏଯାବତ୍ ସେ ୧୯ଟି ଟି-୨୦ ମ୍ୟାଚରେ ୧୫ଟି ୱିକେଟ୍ ନେଇଥିବା ବେଳେ ବ୍ୟାଟିଂରେ ୧୨୪ ରନ୍ କରିଛନ୍ତି । ଆଇପିଏଲ୍ ରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଚମତ୍କାର ରହିଛି, ଯେଉଁଠାରେ ସେ କ୍ରମାଗତ ଭାବରେ ତାଙ୍କ ବୋଲିଂ ଭିନ୍ନତା ସହିତ ଶୀର୍ଷ ବ୍ୟାଟରଙ୍କୁ ଅସୁବିଧାରେ ପକାଇଛନ୍ତି । ଆଇପିଏଲ ୨୦୨୬ରେ ସେ ବ୍ୟାଟିଂରେ ୨୨୬ ରନ୍ କରିଥିଲେ ଏବଂ ବୋଲିଂରେ ୧୪ ୱିକେଟ୍ ନେଇଥିଲେ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପୁଣି ଚାମ୍ପିୟନ କରିଥିଲେ ।

ଏହା ବି ପଢନ୍ତୁ...୨୧ ବର୍ଷର ଯାତ୍ରା ଶେଷ... ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ଲିଓନେଲ ମେସି; ଛାଡ଼ିଗଲେ ଏମିତି ୩ ରେକର୍ଡ, ଭାଙ୍ଗିବା ପ୍ରାୟ ଅସମ୍ଭବ

ଏହା ବି ପଢନ୍ତୁ...ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଡ଼ ଖୁସି ଖବର, ଫିଟ୍ ହେଲେ ୩ ଷ୍ଟାର ଅଲରାଉଣ୍ଡର

ବ୍ରେକ୍ ନେବେ ଅକ୍ଷର ପଟେଲ ! ଅକ୍ଷର ପଟେଲ ଟି-୨୦ ଦଳର ଉପଅଧିନାୟକ ଥିଲେ । କିନ୍ତୁ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନରେ କ୍ରମାଗତ ହ୍ରାସ ଘଟିଛି । ଗତ କିଛି ଇନିଂସରେ, ତାଙ୍କୁ ବହୁତ କମ୍ ବଲ୍ ଖେଳିବାକୁ ପଡିଛି । ପଟେଲ ଶେଷ ଥର ପାଇଁ ଜୁନ୍ ୨୦୨୪ ରେ ଏକ ଟି -୨୦ ମ୍ୟାଚରେ ୩୦ ରୁ ଅଧିକ ସ୍କୋର କରିଥିଲେ । ଯଦି ପାଣ୍ଡ୍ୟା ଦଳକୁ ଫେରି ଆସନ୍ତି, ତେବେ ନିଶ୍ଚିତ ଭାବରେ ସେ ୨୦୨୮ ଟି -୨୦ ବିଶ୍ୱକପ୍ ଏବଂ ସେହି ବର୍ଷ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ବାମହାତୀ ସ୍ପିନ୍ ଅଲରାଉଣ୍ଡର ସ୍ଲଟ୍ ପାଇଁ ପ୍ରଥମ ପସନ୍ଦ ହୋଇପାରନ୍ତି ।

ଭାରତର ପରବର୍ତ୍ତୀ ସିରିଜ୍ କେବେ ? ୨୦୨୬ ଟି-୨୦ ବିଶ୍ୱକପ୍ ପରେ ଶ୍ରେୟସ ଆୟର ଟି-୨୦ ଦଳର ଅଧିନାୟକ ହୋଇଛନ୍ତି । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଟି-୨୦ ସିରିଜ୍ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସେପ୍ଟେମ୍ବର ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ୨୦୨୬ ବର୍ଷ ଶେଷ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ୱେଷ୍ଟଇଣ୍ଡିଜ୍, ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ସହିତ ଟି-୨୦ ସିରିଜ୍ ଖେଳିବାକୁ ପଡ଼ିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia