Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Terror attack: ୧୦ ଦିନରେ ୩ ମୃତ...ନାମ ପଚାରି ଆକ୍ରମଣ, ଆତଙ୍କୀ ଗୁଳିରେ ଆଉ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

Terror attack: ୧୦ ଦିନରେ ୩ ମୃତ...ନାମ ପଚାରି ଆକ୍ରମଣ, ଆତଙ୍କୀ ଗୁଳିରେ ଆଉ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଶ୍ରୀନଗର,୦୧/୦୮: ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲାର କେଲ୍ଲାମ ଅଞ୍ଚଳରେ ଲସ୍କର-ଏ- ତୈବ ଆତଙ୍କବାଦୀମାନେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଛନ୍ତି । ଯେଉଁଥିରେ ଉଭୟଙ୍କର ମୃତ୍ୟୁ ହୋଇଛି । ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

ଆତଙ୍କବାଦୀଙ୍କୁ ଧରିବାକୁ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ତଲାସୀ

ଅଭିଯାନ ଜାରି ରହିଛି ।

ଜମ୍ମୁ-କାଶ୍ମୀରର କୁଲଗାମ୍ ଆତଙ୍କୀମାନେ ଦୁଇ ଜଣ ହିନ୍ଦୁ ପ୍ରବାସୀ ଶ୍ରମିକଙ୍କୁ ନାଁ ପଚାରି ପଏଣ୍ଟ ବ୍ଲାଙ୍କ୍ ରେଞ୍ଜରୁ ଟାର୍ଗେଟ୍ କରିଥିବା ସାମ୍ନାକୁ ଆସିଛି । ଆତଙ୍କୀଙ୍କ ଗୁଳିରେ ଛତିଶଗଡ଼ର ଦୀପକ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ଶ୍ରମିକ ଭୂପିନ୍ଦର ଗୁରୁତର ଆହତ ହୋଇଥିଲେ । ଅନନ୍ତନାଗସ୍ଥିତ ସରକାରୀ ମେଡିକାଲ କଲେଜରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୁଲିସ ଅଧିକାରୀଙ୍କ ଅନୁସାରେ, କୁଲଗାମ୍ ଜିଲ୍ଲାର କେଲ୍ଲାମ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ସେଠାରେ ଅନେକ ପ୍ରବାସୀଙ୍କ ଶ୍ରମିକଙ୍କ ସହ ଦୁଇ ହିନ୍ଦୁ ଶ୍ରମିକ ଦୀପକ ଏବଂ ଭୂପିନ୍ଦର କାମ କରୁଥିଲେ । ୧୦ ଦିନ ମଧ୍ୟର ଏହା ଦ୍ୱିତୀୟ ଆତଙ୍କୀ ଆକ୍ରମଣ । ଜୁଲାଇ ୨୨ ତାରିଖରେଆତଙ୍କୀ ଜଣେ ପୁଲିସ୍ କର୍ମଚାରୀଙ୍କୁ ଗୁଳି କରିଥିଲେ । ପ୍ରାୟ ୨ ବର୍ଷ ମଧ୍ୟରେ କାଶ୍ମୀରରେ ବାହାର ଲୋକଙ୍କ ଉପରେ ଏହା ପ୍ରଥମ ଆକ୍ରମଣ । ଏହା ପୂର୍ବରୁ ଅକ୍ଟୋବର ୧୮, ୨୦୨୪ରେ ବିହାରର ବାଙ୍କା ଜିଲ୍ଲା ବାସିନ୍ଦା ୩୦ ବର୍ଷୀୟ ଅଶୋକ ଚୌହାନଙ୍କୁ ଶୋପିଆନ ଜିଲ୍ଲାର ୱାଚି ଅଞ୍ଚଳରେ ଅଜ୍ଞାତ ଆତଙ୍କବାଦୀମାନୁ ଗୁଳି କରି ହତ୍ୟା କରିଥିଲେ ।

ଏହା ବି ପଢନ୍ତୁ...EPFO: ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ହେଲା ଆହୁରି ସହଜ; ଏବେ ମାତ୍ର ଦୁଇ ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟରେ ଜମା ହେବ ଅର୍ଥରାଶୀ

ଆତଙ୍କୀମାନେ ପ୍ରଥମେ ନାଁ ପଚାରି ସେମାନଙ୍କୁ ବାକି ଶ୍ରମିକଙ୍କଠାରୁ ଅଲଗା କରିଥିଲେ । ପରେ ଅତି ନିକଟରୁ ଗୁଳି ମାଡ଼ କରିଥିଲେ । ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତରମାନେ ଦୀପକଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳକୁ କର୍ଡନ କରିଛନ୍ତି । ଫେରାର ଆତଙ୍କବାଦୀଙ୍କ ସନ୍ଧାନ ଲାଗି ତଲାସୀ ଅଭିଯାନ ଜାରି ରହିଛି । ଏହି ଘଟଣାରେ ଜଣେ ବିଦେଶୀ

ଏବଂ ଅନ୍ୟ ଜଣେ ସ୍ଥାନୀୟ ଆତଙ୍କୀ ସାମିଲ ଥିବା ତଦନ୍ତକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia