ଭୁବନେଶ୍ବର, ୪।୪ : ସବୁ ବିଭାଗ ପର୍ଯ୍ୟଟନକୁ ଫୋକସ କରିବାକୁ ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ । ପର୍ଯ୍ୟଟନ କ୍ଷେତ୍ରରେ କେଉଁ ବିଭାଗ କଣ ଯୋଗ ଦାନ କରିପାରିବ ସେନେଇ ସଚିବ ସ୍ତରୀୟ ବୈଠକର ଆଲୋଚନା କରିଛନ୍ତି ଅନୁ ଗର୍ଗ। ଯେଉଁ ପର୍ଯ୍ୟଟକ ଇଣ୍ଡିଆକୁ ଆସିବାକୁ ନିଷ୍ପତ୍ତି ନେଉଛନ୍ତି ସେମାନେ ଓଡିଶା ଆସିବା ଦରକାର।
ଓଡିଶା ପ୍ରଥମ ପସନ୍ଦ ହେବା ଦରକାର। ଏନେଇ ସବୁ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଥିଙ୍କ ଇଣ୍ଡିଆ ଥିଙ୍କ ଓଡିଶା ଥିମରେ ଦୌଡିବ ଓଡିଶା ପର୍ଯ୍ୟଟନ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିବ ଓଡ଼ିଶା । ରାଜ୍ୟର ପର୍ଯ୍ୟଟନ ପହଞ୍ଚିବ ବିଶ୍ୱ ସ୍ତରରେ । ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ହେଉଛି ଯୋଜନା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

