Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Thunderstorm Alert: ରାଜ୍ୟରେ କମିଲା ତାତି, ଆଗକୁ ଆହୁରି କମିବ, ଘଡ଼ଘଡ଼ି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Thunderstorm Alert: ରାଜ୍ୟରେ କମିଲା ତାତି, ଆଗକୁ ଆହୁରି କମିବ, ଘଡ଼ଘଡ଼ି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୩୦/୦୫: ରାଜ୍ୟରେ ତାତି କମିଛି । ଆଗକୁ ଆହୁରି କମିବ । କିନ୍ତୁ ଗରମ ଓ ଗୁଳୁଗୁଳି ଜାରି ରହିପାରେ । ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବା ଆଶା କମ୍ । ତେବେ କାଳବୈଶାଖୀ ପ୍ରଭାବରେ ବହୁ ସ୍ଥାନରେ ବର୍ଷା ହୋଇପାରେ ।

ଶନିବାର ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।

୫୦ରୁ ୬୦କିମି ବେଗରେ ପବନ ବହିପାରେ । ଏଥିପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଅଧିକ ପଢ଼ନ୍ତୁ :- Rare Earth : ଚୀନ୍ ଉପରୁ ନିର୍ଭରତା କମାଇବାକୁ ରଣନୀତି, ଓଡ଼ିଶାରେ ହେବ ବିରଳ ଖଣିଜ ପ୍ରୋସେସିଂ ପ୍ଲାଣ୍ଟ

୩୧ ତାରିଖ(ରବିବାର) ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୪ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ।

ଶୁକ୍ରବାର ବଲାଙ୍ଗୀରରେ ୪୩.୧ ଡିଗ୍ରୀ, ଟିଟିଲାଗଡ଼ରେ ୪୩, ସମ୍ବଲପୁରରେ ୪୨.୨, ଭବାନୀପାଟଣା ଓ ନୂଆପଡ଼ାରେ ୪୧.୮, ବୌଦ୍ଧରେ ୪୧.୫, ପାରଳାଖେମୁଣ୍ଡିରେ ୪୧.୨ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ରହିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia