Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Tiger Terror : ବୌଦ୍ଧରେ ବାଘ ଆତଙ୍କ : ଭୟରେ ଗାଁ ଲୋକେ,ସଚେତନ କରୁଛି ବନବିଭାଗ

Tiger Terror : ବୌଦ୍ଧରେ ବାଘ ଆତଙ୍କ : ଭୟରେ ଗାଁ ଲୋକେ,ସଚେତନ କରୁଛି ବନବିଭାଗ

ବୌଦ୍ଧ ୫\୦୮ : ସାବଧାନ ! ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ସମାକୁପା ଗାଁରେ ବାଘ ଆତଙ୍କ । ଯାହାକୁ ନେଇ ଗାଁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, କଣ୍ଟାମାଳ ରେଞ୍ଜ ସମାକୁପା ଗ୍ରାମରେ ବାଘ ଆତଙ୍କ ଖେଳାଇଛି। ଦୁଇ ଦିନ ଧରି ଉପଦ୍ରବ କରୁଛି କଲରାପତରିଆ ବାଘ। ଜଙ୍ଗଲରେ ଗୋଟିଏ ଗାଈକୁ ମାରି ଖାଇଦେଇଛି ।

ଗାଈ ଚରାଳି ମାନେ ଜଙ୍ଗଲ ଭିତରେ କ୍ଷତ ବିକ୍ଷତ ଭାବେ ଗାଈର ମୃତ ଦେହ ପଡିଥିବା ଦେଖିଥିଲେ , ଏଥି ସହିତ ପାଖରେ ବାଘର ପାଦଚିହ୍ନ ମଧ୍ୟ ଦେଖିଥିଲେ । ଏହା ଜାଣିବା ପରେ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ ।

ଅଧିକ ପଢ଼ନ୍ତୁ..Ration Card E-kyc: ଦୁଇ ବର୍ଷ ପୂରିଲା, କେବେ ସରିବ ଇ-କେୱାଇସି ଝାମେଲା ? ୫୦ ଲକ୍ଷ ଭୂତ ରାସନ କାର୍ଡରୁ କଟିଛି ମାତ୍ର ୧୦ ଲକ୍ଷ

ବନବିଭାଗ ଟିମ୍ ଗାଁରେ ପହଞ୍ଚି ଯାଞ୍ଚ କରିଛି । ଏହା ବାଘର ପାଦ ଚିହ୍ନ ବୋଲି ଜଣା ପଡିଛି ।ତେଣୁ ବନ ବିଭାଗ ପ୍ରଥମେ ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ପ୍ରବେଶ ଉପରେ କଟକଣା ଲଗାଇଛି । ତେବେ ବାଘ ପାଦ ଚିହ୍ନରୁ ଏହା କଲରାପତରିଆ ବାଘ ବୋଲି ସ୍ପଷ୍ଟ ହୋଇଛି । ଏବେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଗାଁରେ ଲୋକଙ୍କୁ ସଚେତନ କରୁଛି ବନବିଭାଗ ଟିମ୍ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia