ତିଗିରିଆ, ୨।୪: ଗୋମାଂସ ଚୋରା ଚାଲାଣ ରୋକିବାକୁ ତିଗିରିଆ ଗୋ ରକ୍ଷକମାନଙ୍କୁ ବଡ଼ ସଫଳତା । ଗୁରୁବାର ସକାଳୁ ଗୋମାଂସ ଭର୍ତ୍ତି କଣ୍ଟେନର ଜବତ କରିଛନ୍ତି ଗୋ ରକ୍ଷକ l ସୂଚନା ମୁତାବକ ରବିବାର ବିଳମ୍ବିତ ରାତିରେ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣୀମା ହନୁମାନ ମନ୍ଦିର ନିକଟରେ ରାସ୍ତାରୁ ଏହି କଣ୍ଟେନର ଜବତ ହୋଇଛି । ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।
ଏହା ବି ପଢ଼ନ୍ତୁ... ଗ୍ରୀଷ୍ମ ପାଇଁ ବଢ଼ିଲା ସ୍ୱତନ୍ତ୍ର ଟ୍ରେନ୍ ସେବା, ଜାଣନ୍ତୁ ଟ୍ରେନ୍ ରୁଟ୍ ଓ ରହଣି ସ୍ଥାନ...
ବିଶେଷ ସୂତ୍ରରୁ ଖବର ପାଇ ଗୋ ରକ୍ଷକ ମାନେ ବଡ଼ମ୍ବା ଅଞ୍ଚଳରୁ ଗାଡ଼ିକୁ ପିଛା କରି ବିନ୍ଧାଣୀମା ନିକଟରେ ଧରିଥିଲେ । ଏହା ସହ କଣ୍ଟେନର ଡ୍ରାଇଭର ଓ ହେଲପର ୨ ଜଣଙ୍କୁ ଗିରଫ କରିଛି ତିଗିରିଆ ପୁଲିସ । ଏହି ଗୋମାଂସ ସବୁ ନରସିଂହପୁର ଅଞ୍ଚଳରୁ ରାଜ୍ୟ ବାହାରକୁ କଲିକତା ଚାଲାଣ ହେଉଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରେ ସ୍ତାନୀୟ ଲୋକଙ୍କ ଦ୍ୱାରା ରାସ୍ତା ରୋକ ହୋଇଥିବାରୁ ଯାତାୟତ ବାଧାପ୍ରାପ୍ତ ହେବା ସହ ବହୁ ଯାନବାହାନ ଅଟକି ରହିଛି । ଘଟଣାସ୍ଥଳରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ଵଜିତ୍ ମହାନ୍ତି ଓ ତିଗିରିଆ ଥାନା ଅଧିକାରୀ ପ୍ରିୟଦର୍ଶିନୀ ଇପସିତା ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗୀ ରହିଛି ।

