Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
TMC Crisis: ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା, ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

TMC Crisis: ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା, ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

ନୂଆଦିଲ୍ଲୀ,୦୫/୦୭; ପଶ୍ଚିମବଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ତାଙ୍କର ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଟିଏମ୍‌ସିର ରାଜ୍ୟ ସଭାପତି ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସମସ୍ତ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି । ଏ ସଂପର୍କରେ ସେ ମମତାଙ୍କୁ ଏକ ଚିଠି ଲେଖି ଅବଗତ କରିଛନ୍ତି । ସେଥିରେ ଚନ୍ଦ୍ରିମା ଦର୍ଶାଇଛନ୍ତି ଯେ, ମମତାଜୀଙ୍କର ଯେଉଁ ବିଶ୍ୱାସ ତାଙ୍କ ଉପରେ ଥିଲା ତାହା ଦୁର୍ବଳ ହୋଇଥିବା ଭଳି ଲାଗୁଛି ।

ଯେତେବେଳେ ବିଶ୍ୱାସ ଏବଂ ଭରସା ନଥାଏ ସେତେବେଳେ ଦଳୀୟ କର୍ମୀ ଭାବେ କାମ କରିବା କଷ୍ଟକର ହୋଇଥାଏ । ସେଥିଯୋଗୁ ସେ ଟିଏମ୍‌ସିର ରାଜ୍ୟ ସଭାପତି ସମେତ ଅନ୍ୟ ସମସ୍ତ ପଦରୁ ଇସ୍ତଫା ଦେଉଛନ୍ତି ।

ଇସ୍ତଫା ପରେ ଚନ୍ଦ୍ରିମା ରାଜ୍ୟ ବିଧାନସଭାରେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀକୁ ଭେଟିଥିଲେ । ଏହାକୁ ନେଇ ମମତାଙ୍କ କ୍ୟାମ୍ପର ବିଧାୟକ କୁନାଲ ଘୋଷ ତାଙ୍କୁ ଜୋରଦାର୍‌ ଟାର୍ଗେଟ କରିଛନ୍ତି । ଚନ୍ଦ୍ରିମାଙ୍କ ଇସ୍ତଫାକୁ ସେ ଯୋଜନାବଦ୍ଧ ବୋଲି ଦର୍ଶାଇଛନ୍ତି । ଇତିମଧ୍ୟରେ ମମତା ବିଦ୍ରୋହୀ ନେତାଙ୍କୁ 'ଧୋକ୍କାବାଜ' ଆଖ୍ୟା ଦେଇଛନ୍ତି । ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, ୨୦୨୬ ବିଧାନସଭା ନିର୍ବାଚନରେ ବିଦ୍ରୋହୀ ବିଧାୟକମାନେ ଟିଏମ୍‌ସି ଟିକଟରେ ଲଢ଼ିଥିଲେ ।

ଏହା ବି ପଢନ୍ତୁ...

କିଛି ମାସ ମଧ୍ୟରେ ସେମାନେ କିଭଳି ଦଳରେ ସବୁ କିଛି ଠିକ୍‌ ନଥିବା ଅଭିଯୋଗ ଆଣୁଛନ୍ତି । ପ୍ରକୃତରେ ସେମାନେ ବିଜେପି ଇଙ୍ଗିତରେ କାମ କରୁଛନ୍ତି । ଏପରି ନକରି ସେମାନେ ସିଧାସଳଖ ବିଜେପିରେ ମିଶିବା କଥା । ସେ କିନ୍ତୁ ବିଜେପି ସାମ୍ନାରେ ମୁଣ୍ଡ ନୁଆଁଇବେ ନାହିଁ । ବିଧାନସଭା ନିର୍ବାଚନରେ ପରାଜିତ ହେବା ପରଠାରୁ ତୃଣମୂଳ କଂଗ୍ରେସରେ ସଙ୍କଟ ଜାରି ରହିଛି । ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ୮୦ ଜଣ ବିଧାୟକ ମମତାଙ୍କ ବିରୋଧରେ ବିଦ୍ରୋହ କରି ନିଜର ଅଲଗା ଗୋଷ୍ଠୀ ଗଠନ କରିଛନ୍ତି । ଦଳର ୨୦ ଜଣ ସାଂସଦ ମଧ୍ୟ ବିଦ୍ରୋହ କରି ଏନ୍‌ଡିଏକୁ ସମର୍ଥନ ଘୋଷଣା କରିଛନ୍ତି । ଟିଏମ୍‌ସି ବିଦ୍ରୋହ ଭିତତରେ ଚନ୍ଦ୍ରିମାଙ୍କ ଦଳ ଛାଡିବା ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶେଷ କରି ତୃଣମୂଳ କଂଗ୍ରେସ ପାଇଁ ବଡ଼ ଝଟକା ସମାନ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia