କୋଲକାତା,୧/୯ : ତୃଣମୂଳ କଂଗ୍ରେସ ନେତା ଏବଂ କୃଷ୍ଣନଗରରୁ ସାଂସଦ ମହୁଆ ମୋଇତ୍ରଙ୍କ ସୁରକ୍ଷାକୁ ନେଇ କୋଲକାତା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଅଦାଲତ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି କି ମହୁଆ ମୋଇତ୍ରଙ୍କ ବର୍ତ୍ତମାନର ବ୍ୟକ୍ତିଗତ ସୁରକ୍ଷା ବ୍ୟତୀତ ତାଙ୍କୁ ଆଉ ଦୁଇ ଜଣ ପୋଲିସ ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ। ସାଂସଦ ମହୁଆ ମୋଇତ୍ର ନିଜ ସଂସଦୀୟ କ୍ଷେତ୍ରରେ କାମ କରିବା ସମୟରେ ଆସୁଥିବା ଅସୁବିଧା ଏବଂ ସୁରକ୍ଷାକୁ ନେଇ କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ତାଙ୍କ ଅଭିଯୋଗ ଥିଲା କି କୃଷ୍ଣନଗର ଲୋକସଭାରେ ତାଙ୍କୁ ବାରମ୍ବାର ବିଜେପିର କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ବିରୋଧ ଏବଂ ଆକ୍ରମଣର ସାମ୍ନା କରିବାକୁ ପଡ଼ୁଛି । ଏହି କାରଣରୁ ତାଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ କାମ କରିବାରେ ଅନେକ ପ୍ରତିବନ୍ଧକ ଆସୁଛି । ଏହି ମାମମଲାର ଶୁଣାଣି କରି ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ସିଙ୍ଗଲ୍ ବେଞ୍ଚ କୃଷ୍ଣନଗର ଜିଲ୍ଲାର ଏସପିଙ୍କୁ ସାଂସଦଙ୍କ ସୁରକ୍ଷା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ ମହୁଆ ମୋଇତ୍ରଙ୍କୁ ଆଗାମୀ ୩୦ଦିନ ଭିତରେ ନିଜ ଲୋକସଭା କ୍ଷେତ୍ରର ଗସ୍ତ ସମୟରେ ଦୁଇ ଅତିରିକ୍ତ ପୋଲିସ କର୍ମୀଙ୍କ ନିୟୋଜିତ କରାଯିବ । ପ୍ରକାଶ ଯେ, ଅଦାଲତ ସାଂସଦଙ୍କ ଲାଗି ଏକ ସର୍ତ୍ତ ବି ରଖିଛନ୍ତି । ନିଜ ସଂସଦୀୟ କ୍ଷେତ୍ରରେ କୌଣସି ବି ଗସ୍ତରେ ଯିବା ପୂର୍ବରୁ ପ୍ରାୟ ୪୮ଘଣ୍ଟା ପୂର୍ବରୁ ମହୁଆ ମୈତ୍ରାଙ୍କୁ ଇମେଲ୍ ମାଧ୍ୟମରେ ଜିଲ୍ଲା ଏସପିଙ୍କୁ ଲିଖିତ ସୂଚନା ଦେବାକୁ ହେବ ।
ଆହୁରି ପଢନ୍ତୁ : ମହାରାଷ୍ଟ ସରକାରଙ୍କ ବଡ଼ ପଦକ୍ଷେପ, ରେଶରେ ବିଜୟୀ ମହିଳାଙ୍କୁ କରିବେ ସାହାଯ୍ୟ
କୋଲକାତା ହାଇକୋର୍ଟଙ୍କ ତରଫରୁ ଜାରି କରାଯାଇଥିବା ଅନ୍ତରୀଣ ଆଦେଶ ୧ ଅକ୍ଟୋବର ୨୦୨୬ପର୍ଯ୍ୟନ୍ତ ଲାଗୁ ରହିବ । ଅଦାଲତ ମାମଲାର ଆାଗାମୀ ଶୁଣାଣି ଲାଗି ୧ ଅକ୍ଟୋବରର ତାରିଖ ଧାର୍ଯ୍ୟ କରିଛନ୍ତି । ଏହାସହ ଏହି ବେଞ୍ଚ୍ ପୋଲିସ ପ୍ରଶାସନକୁ ଆଗାମୀ ଶୁଣାଣି ସମୟରେ କୋର୍ଟରେ ମହୁଆ ମୋଇତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଉଠାଯାଇଥିବା ପଦକ୍ଷେପକୁ ନେଇ ରିପୋର୍ଟ ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ।

