ନୂଆଦିଲ୍ଲୀ,୨୯/୦୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ଭେନେଜୁଏଲା ସହିତ ବିଶ୍ୱ ଇତିହାସର ସବୁଠାରୁ ବଡ ତୈଳ ଚୁକ୍ତି ହୋଇଥିବା ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ଚୁକ୍ତିରେ ଆମେରିକା ଭେନେଜୁଏଲାର ପ୍ରାୟ ୬୫ ଅରବ ଡଲାର ବ୍ୟାରେଲ୍ ତେଲ ଭଣ୍ଡାର ଉପରେ କଣ୍ଟ୍ରୋଲ୍ କରିବ । ସୋସିଆଲ ମିଡିଆ ପୋଷ୍ଟରେ ଏମିତି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ।
ସେ କହିଛନ୍ତି ଯେ, ଏହି ଚୁକ୍ତିନାମା ଅଶୋଧିତ ତୈଳ ପାଇଁ ଆମେରିକାର ଉପଲବ୍ଧତା, ଯୋଗାଣ ବୃଦ୍ଧି କରିବ ଏବଂ ଶେଷରେ ପେଟ୍ରୋଲ୍ ମୂଲ୍ୟ ହ୍ରାସ କରିବ ।
ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ସରକାର ଏବଂ ବେସରକାରୀ କମ୍ପାନୀ ମଧ୍ୟରେ ସହଭାଗୀତା ମାଧ୍ୟମରେ ଆମେରିକା ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲରୁ ଅଧିକ ତୈଳ ଭଣ୍ଡାର ଉପରେ ଅଧିକାଂଶ ନିୟନ୍ତ୍ରଣ ହାସଲ କରିଛି । ମୋ ନିର୍ଦ୍ଦେଶରେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ହେଗସେଥ୍ ଏବଂ ଭେନେଜୁଏଲା ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ମଧ୍ୟରେ ଆଲୋଚନା ପରେ ଏହି ଚୁକ୍ତି ହୋଇଛି । ଏହା ବିଶ୍ୱର ସବୁଠାରୁ ବଡ଼ ତୈଳ ଚୁକ୍ତି । ଆମେରିକା ଭେନେଜୁଏଲା ଦେଶ ସହିତ ଏକ ଚୁକ୍ତିରେ ପହଞ୍ଚିଛି । ଯାହା ବିଶ୍ୱ ଇତିହାସରେ ସବୁଠାରୁ ବଡି ତୈଳ ଡିଲ୍ । ଘରୋଇ କମ୍ପାନୀ ସହିତ ସହଭାଗୀତା କରି ଭେନେଜୁଏଲାରେ ୬୫ ବିଲିୟନ ବ୍ୟାରେଲରୁ ଅଧିକ ତୈଳ ଭଣ୍ଡାର ଉପରେ ଆମେରିକାର ଅଧିକାଂଶ ନିୟନ୍ତ୍ରଣ ହାସଲ କରିଛନ୍ତି । ଏଥିପାଇଁ ଆମେରିକାର ଟିକସଦାତାଙ୍କ ପକେଟରୁ ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ ହୋଇନାହିଁ ।
ଲାଭ କ'ଣ ହେବ ? ଟ୍ରମ୍ପ କହିଛନ୍ତି ଯେ, ଏହି ଚୁକ୍ତି ଆମେରିକାର ଶକ୍ତି ଯୋଗାଣ ପାଇଁ ଏକ ପ୍ରମୁଖ ଉତ୍ସ ଏବଂ ଏହା ଆମେରିକାର ତୈଳ ଭଣ୍ଡାରକୁ ଦୁଇଗୁଣରୁ ଅଧିକ କରିବ ଏବଂ ପେଟ୍ରୋଲ ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଦାବି କରିଛନ୍ତି ।
ଏହା ବି ପଢନ୍ତୁ..
ଭେନେଜୁଏଲା ଏହି ଚୁକ୍ତିକୁ ସ୍ୱାଗତ କରିଛି । ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ଏହି ଚୁକ୍ତିକୁ ସ୍ୱାଗତ କରି କହିଛନ୍ତି ଯେ, ଏହା ଦେଶର ରାଜକୋଷକୁ ବିପୁଳ ଅର୍ଥ ଆଣିବ। ଏହି ଚୁକ୍ତି ଭେନେଜୁଏଲାକୁ ବିପୁଳ ପୁଞ୍ଜି ବିନିଯୋଗ ଆଣିବ, ବିଶେଷକରି ତୈଳ ଶିଳ୍ପର ଅଭିବୃଦ୍ଧି ପାଇଁ ଆବଶ୍ୟକ ଭିତ୍ତିଭୂମିର ପୁନଃନିର୍ମାଣ ଏବଂ ନବୀକରଣ ପାଇଁ । ଏହି ଚୁକ୍ତିନାମା ଘରୋଇ କମ୍ପାନୀ ସହାୟତାରେ ତୈଳ ଉତ୍ପାଦନ ବୃଦ୍ଧି କରିବ ଏବଂ ପ୍ରାୟ ୬୫ ବିଲିୟନ ବ୍ୟାରେଲର ପ୍ରମାଣିତ ଭଣ୍ଡାର ସହିତ ୧୭ ଟି ଗୁରୁତ୍ୱପୂର୍ଣ୍ଣ ତୈଳ କ୍ଷେତ୍ରର ବିକାଶ ଅନ୍ତର୍ଭୁକ୍ତ କରିବ । ଏହି ପ୍ରକଳ୍ପଗୁଡ଼ିକ ଭେନେଜୁଏଲା ପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ ଏବଂ ୨୦୯ ବିଲିୟନ ଡଲାରରୁ ଅଧିକ ଟିକସ ଆଣିବ ବୋଲି ଆଶା କରାଯାଉଛି ।
ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ ଭଣ୍ଡାର ମଧ୍ୟରୁ ଅନ୍ୟତମ, ଯେଉଁଥିରେ ପ୍ରାୟ ୩୦୩ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭୂମି ତଳେ ରହିଛି। ୟୁଏସ୍ ଏନର୍ଜି ଇନଫରମେସନ ଆଡମିନିଷ୍ଟ୍ରେନ ଅନୁଯାୟୀ ଅନୁଯାୟୀ, ଏହା ବିଶ୍ୱର ମୋଟ ଯୋଗାଣର ପ୍ରାୟ ୧୭% । ଦେଶ ଏହାର ବିପୁଳ ତୈଳ ଭଣ୍ଡାରକୁ ଏକ ପ୍ରମୁଖ ଶକ୍ତି ଉତ୍ପାଦକ ହେବା, ନିଯୁକ୍ତି ସୃଷ୍ଟି କରିବା, କର୍ମଚାରୀଙ୍କ ଆୟ ବୃଦ୍ଧି ଏବଂ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରିବାକୁ ଚାହୁଁଛି।

