Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
UPI Payment: UPI ପେମେଣ୍ଟରେ ବଡ଼ ପରିବର୍ତ୍ତନ, ଟଙ୍କା ପଠାଇବା ପୂର୍ବରୁ ବ୍ୟାଙ୍କ ପଚାରିବ ଏହି ପ୍ରଶ୍ନ !

UPI Payment: UPI ପେମେଣ୍ଟରେ ବଡ଼ ପରିବର୍ତ୍ତନ, ଟଙ୍କା ପଠାଇବା ପୂର୍ବରୁ ବ୍ୟାଙ୍କ ପଚାରିବ ଏହି ପ୍ରଶ୍ନ !

ନୂଆଦିଲ୍ଲୀ, ୩।୮: ନୋଟବନ୍ଦୀ ପରଠାରୁ ଦେଶରେ ଡିଜିଟାଲ ପେମେଣ୍ଟର ଯୁଗ ଏକ ନୂଆ ଉଚ୍ଚତା ଛୁଇଁଛି । ଅନଲାଇନ ଟ୍ରାନ୍ସଜାକ୍ସନରେ ଭାରତ ବିଶ୍ୱରେ ଇତିହାସ ରଚିଛି । ନିକଟରେ NPCI ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୋଟିଏ ମାସରେ ୟୁପିଆଇ ଟ୍ରାନ୍ସଜାକ୍ସନ ମୂଲ୍ୟ ପ୍ରାୟ ୨୦.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ତେବେ ମାତ୍ର କେଇ ସେକେଣ୍ଡରେ ହୋଇପାରୁଥିବା ଏହି ଫଟାଫଟ୍ ପେମେଣ୍ଟ ସିଷ୍ଟମରେ ଏବେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

ଡିଜିଟାଲ୍ ଠକେଇ ଏବଂ ସ୍କାମ୍‌କୁ ରୋକିବା ପାଇଁ ଆରବିଆଇ ୟୁପିଆଇ ପେମେଣ୍ଟ ପାଇଁ ଏକ ନୂଆ ସୁରକ୍ଷା ବ୍ୟବସ୍ଥା ଉପରେ ବିଚାର କରୁଛି ।

କ'ଣ ରହିଛି ନୂଆ ପ୍ରସ୍ତାବ ?

ବଢ଼ୁଥିବା ସାଇବର ଫ୍ରଡ୍‌କୁ ଆଖିଆଗରେ ରଖି ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆରବିଆଇ ନିକଟରେ ଏକ ପ୍ରସ୍ତାବ ରଖାଯାଇଛି । ଏହା ଅଧୀନରେ ଟଙ୍କା ପଠାଇବା ପୂର୍ବରୁ ଗ୍ରାହକଙ୍କୁ "YES/NO" ର ଏକ ନୂଆ ବିକଳ୍ପ ମିଳିବ । ଆପଣ ସ୍କାନର କିମ୍ବା ନମ୍ବର ବାଛି ପିନ୍ କୋଡ୍ ଦେବା ପରେ, ସ୍କ୍ରିନ୍‌ରେ YES/NO ର ଅପସନ୍ ଆସିବ । YES କଲେ ଟ୍ରାନ୍ସଜାକ୍ସନ ତୁରନ୍ତ ପୂରଣ ହେବ । NO କଲେ ଟ୍ରାନ୍ସଜାକ୍ସନ ରଦ୍ଧ ହୋଇଯିବ । ଉତ୍ତର ନଦେଲେ ଯଦି ଆପଣ କୌଣସି ବିକଳ୍ପ ନ ବାଛନ୍ତି, ତେବେ ପେମେଣ୍ଟ ପ୍ରୋସେସ୍ ହେବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିପାରେ ।

ଏହା ବି ପଢ଼ନ୍ତୁ... ​​​​​​​UPI Transactions Hit Record High in July ; UPIରେ ନୂଆ ରେକର୍ଡ, ୨୯.୮୮ ଲକ୍ଷ କୋଟିର ନେଣଦେଣ ସହ ରଚିଲା ଇତିହାସ

ସବୁ ଟ୍ରାନ୍ସଜାକ୍ସନ ପାଇଁ ଏହା ଲାଗୁ ହେବ କି ?

କହିରଖୁ କି, ଏହା ସମସ୍ତ ପେମେଣ୍ଟ ପାଇଁ ଲାଗୁ ହେବ ନାହିଁ । ପ୍ରତ୍ୟେକ ଟ୍ରାନ୍ସଜାକ୍ସନରେ ଏହି ନିୟମ ଲଗାଇଲେ ଅନଲାଇନ କାରବାରର ଗତି ଧୀମା ହୋଇଯିବାର ଆଶଙ୍କା ରହିଛି । ବ୍ୟାଙ୍କଗୁଡ଼ିକ କେବଳ ଅସାମାନ୍ୟ କିମ୍ବା ସନ୍ଦେହଜନକ କାରବାର ଉପରେ ଏହି ଅତିରିକ୍ତ ସୁରକ୍ଷା ସ୍ତର ଯୋଡ଼ିବାକୁ ପ୍ରସ୍ତାବ ଦେଇଛନ୍ତି । ବିଳମ୍ବିତ ରାତିରେ ହଠାତ୍ କୌଣସି ବଡ଼ ପରିମାଣର ଟଙ୍କା ପଠାଇଲେ । ପ୍ରଥମ ଥର ପାଇଁ କୌଣସି ନୂଆ ୟୁପିଆଇ ଆଇଡିକୁ ଟଙ୍କା ପଠାଉଥିଲେ । ୧୦,୦୦୦ ଟଙ୍କା କିମ୍ବା ତା'ଠାରୁ ଅଧିକ ପରିମାଣର କାରବାର କଲେ ଆପଣଙ୍କୁ YES/NO ବିକଳ୍ପ ବାଛିବାକୁ ପଡ଼ିବ ।

ଏହି ନୂଆ ବିକଳ୍ପରୁ କ'ଣ ଫାଇଦା ମିଳିବ ?

ସାଇବର ଠକମାନଙ୍କ କବଳରୁ ସାଧାରଣ ଲୋକଙ୍କ ଟଙ୍କା ସୁରକ୍ଷିତ ରହିପାରିବ । ଯଦି ଭୁଲ୍‌ରେ କୌଣସି ପେମେଣ୍ଟ ହୋଇଯାଉଥାଏ, ତେବେ ତାହାକୁ ଅଟକାଇବା ପାଇଁ ଗ୍ରାହକଙ୍କ ପାଖରେ ୧ ଘଣ୍ଟାର ପର୍ଯ୍ୟାପ୍ତ ସମୟ ରହିବ । ବଡ଼ ପରିମାଣର ଆର୍ଥିକ କାରବାର କରିବା ପୂର୍ବରୁ ଗ୍ରାହକଙ୍କୁ ପୁଣି ଥରେ ଯାଞ୍ଚ କରିବାର ସୁଯୋଗ ମିଳିବ । ବର୍ତ୍ତମାନ ଏହା କେବଳ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆରବିଆଇ ନିକଟରେ ରଖାଯାଇଥିବା ଏକ ପ୍ରସ୍ତାବ । ଆରବିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିର୍ଦ୍ଦେଶନାମା କିମ୍ବା ନିୟମ ଜାରି କରାଯାଇନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia