ନୂଆଦିଲ୍ଲୀ,୩/୮: ୟୁନିଫାଏଡ ପେମେଣ୍ଟ୍ସ ଇଣ୍ଟରଫେସ (ୟୁପିଆଇ) ରେ ଜୁଲାଇରେ ୨୩୬୬ କୋଟି ସଂଖ୍ୟକ ଟ୍ରାଞ୍ଜାକ୍ସନ ସହ କୌଣସି ମାସରେ ନେଣଦେଣର ନୂଆ ରେକର୍ଡ ହାସଲ ହୋଇଛି । ଏହାର ମୋଟ ମୂଲ୍ୟ ୨୯.୮୮ ଲକ୍ଷ କୋଟି ଟଙ୍କା ରହିଥିବା ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ସୂଚନା ଦେଇଛି । ଜୁନ୍ ମାସ ତୁଳନାରେ ଜୁଲାଇର ଟ୍ରାଞ୍ଜାକ୍ସନ ସଂଖ୍ୟାରେ ୪.୧% ଏବଂ ମୂଲ୍ୟରେ ୩.୩% ବୃଦ୍ଧି ପରିଲକ୍ଷିତ ହୋଇଛି ।
କ୍ୟାଶ ଫ୍ରି ପେମେଣ୍ଟସର ସହପ୍ରତିଷ୍ଠାତା ରିଜୁ ଦତ୍ତ କହିଛନ୍ତି, ଏହି ଅଭିବୃଦ୍ଧି ସମ୍ପୂର୍ଣ୍ଣ ଭାବେ ବ୍ୟବସ୍ଥିତ ଢ଼ଙ୍ଗରେ ରହିଛି । ଗତ ବର୍ଷ ଜୁଲାଇକୁ ଦେଖିଲେ ନେଣଦେଣ ମୂଲ୍ୟ ୧୯% ବଢ଼ିଛି ।
ଆହୁରି ପଢନ୍ତୁ ;- Why Are Puri Beach Lights Still Off ?୧୦୨ କୋଟିର ପ୍ରକଳ୍ପ, ତଥାପି ଅନ୍ଧାରରେ ପୁରୀ ବେଳାମାର୍ଗ !
ପେନିୟରବାଏର ପ୍ରତିଷ୍ଠାତା ଆନନ୍ଦ କୁମାର ବଜାଜ କହିଛନ୍ତି, ମେଟ୍ରୋ ସହର ବାଦ ଏବେ ଟିୟର ୨, ଟିୟର ୩ ଏବଂ ଗ୍ରାମାଞ୍ଚଳ ବଜାରରେ ୟୁପିଆଇ ଦୈନଦିନ ନେଣଦେଣରେ ଏକ ପ୍ରମୁଖ ସ୍ଥାନରେ ରହିଛି । ଖାଉଟିମାନେ ସ୍ଥାନିୟ ବଜାରରେ କିଣାକିଣି, ରିଚାର୍ଜ, ବିଲ୍ ପେମେଣ୍ଟସ, ଟଙ୍କା ପଠାଇବା ଲାଗି ୟୁପିଆଇର ବ୍ୟବହାର କରୁଛନ୍ତି । ଏହାର ବ୍ୟାପକତା ଏବଂ ଭରସା ମଧ୍ୟ ବଢ଼ିଛି । ଅନ୍ୟପଟେ ଇମିଡିଏଟ ପେମେଣ୍ଟସ ସର୍ଭିସେସ୍ (ଆଇଏମ୍ପିଏସ୍)ରେ ନେଣଦେଣ ସଂଖ୍ୟା ଜୁଲାଇରେ ୩% ବଢ଼ି ୭.୧୨ ଲକ୍ଷ କୋଟି ଟଙ୍କା ଛୁଇଁଛି । ଏହା ଜୁନରେ ୬.୭୭ ଲକ୍ଷ କୋଟି ଏବଂ ମେ ମାସରେ ୬.୯୬ ଲକ୍ଷ କୋଟି ଟଙ୍କା ସ୍ତରରେ ଥିଲା । ଆଇଏମ୍ପିଏସ୍ ଜରିଆରେ ଜୁଲାଇରେ ଦୈନିକ ହାରାହାରି ୨୨,୯୫୮ କୋଟିର ନେଣଦେଣ ହୋଇଛି । ଗତ ବର୍ଷ ଜୁଲାଇ ତୁଳନାରେ ନେଣଦେଣ ମୂଲ୍ୟରେ ୧୩% ବୃଦ୍ଧି ହୋଇଛି । ଜୁଲାଇରେ ଫାଷ୍ଟାଗ୍ ଭଲ୍ୟୁମ ୪% ହ୍ରାସ ହୋଇଛି । ନେଣଦେଣ ମୂଲ୍ୟ ୭୧୪୩ କୋଟିକୁ କମିଛି । ଆଧାର ଭିତ୍ତିକ ପେମେଣ୍ଟସ ସିଷ୍ଟମ ଜରିଆରେ ହୋଇଥିବା ନେଣଦେଣ ୩ ପ୍ରତିଶତ ବୃଦ୍ଧି ହୋଇ ୨୭ ହଜାର କୋଟି ଟଙ୍କା ଛୁଇଁଛି ।

