Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Urmila Matondkar marriage rumours : ଗୁପ୍ତରେ ବିବାହ କରିଥିଲେ କି ରାମ ଗୋପାଳ ବର୍ମା ଓ ଉର୍ମିଳା ମାତୋଣ୍ଡକର ?

Urmila Matondkar marriage rumours : ଗୁପ୍ତରେ ବିବାହ କରିଥିଲେ କି ରାମ ଗୋପାଳ ବର୍ମା ଓ ଉର୍ମିଳା ମାତୋଣ୍ଡକର ?

ମୁମ୍ୱାଇ : ସମୟ ଥିଲା ୧୯୯୦ ମସିହାର। ସେତେବେଳେ ଉର୍ମିଳା ମାତୋଣ୍ଡକର ଓ ରାମ ଗୋପାଳ ବର୍ମାଙ୍କ ଡେଟିଂର ଗୁଜବ ଜୋରସୋରରେ ଚାଲି ଥିଲା। ଏବେ ଏହି ଦୁଇ ଷ୍ଟାରଙ୍କୁ ନେଇ ଜଣେ ବରିଷ୍ଠ ସାମ୍ୱାଦିକ ଜ୍ୟୋତି ଭେଙ୍କଟେଶ ଏକ ଆଶ୍ଚର୍ଯ୍ୟକର ଦାବି କରିଛନ୍ତି। ରାମ ଗୋପାଳ ବର୍ମା ଓ ଉର୍ମିଳା ମାତୋଣ୍ଡକର ଗୁପ୍ତରେ ବିବାହ କରିଥିଲେ ବୋଲି କହିଛନ୍ତି , ଜ୍ୟୋତି ଏହି କଥା ଅଭିନେତା ଚିରଞ୍ଜୀବୀଙ୍କ ଠାରୁ ଜାଣିବାକୁ ପାଇ ଥିଲେ।

ରାମ ଗୋପାଳ ବର୍ମା ଓ ଉର୍ମିଳାଙ୍କୁ ନେଇ ସାମ୍ୱାଦିକଙ୍କ ଆଶ୍ଚର୍ଯ୍ୟକର ଖୁଲାସା -

ସିଦ୍ଧାର୍ଥ କନନଙ୍କ ସହ ସ୍ୱତନ୍ତ୍ର କଥାବାର୍ତ୍ତାରେ ସାମ୍ୱାଦିକ କହିଥିଲେ , ସେ ପ୍ରଥମ ଥର ଉର୍ମିଳା ଓ ରାମ ଗୋପାଳ ବର୍ମାଙ୍କ ବିବାହର କଥା ଅଭିନେତା ଚିରଞ୍ଜୀବୀଙ୍କ ଠାରୁ ଶୁଣି ଥିଲେ। ସେ କହି ଥିଲେ ଯେ, ଅଭିନେତାଙ୍କ ମୁହଁରୁ ବାହାରି ଥିବା ଏହି କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।

ଅଭିନେତା ଚିରଞ୍ଜୀବୀ ଦେଇଥିଲେ ଦୁହିଁଙ୍କ ବିବାହର ଖବର -

ଚିରଞ୍ଜୀବୀଙ୍କ ସହ ହୋଇଥିବା କଥାବାର୍ତ୍ତାକୁ ମନେପକାଇ ଜ୍ୟୋତି କହିଥିଲେ -ଚିରଞ୍ଜୀବୀ ମୋତେ କହିଥିଲେ - ଜ୍ୟୋତି ଜଣେ ସାମ୍ୱାଦିକ ଭାବେ ଆପଣ ସମସ୍ତଙ୍କ ବିଷୟରେ ଲେଖୁଛ, ତ ଆପଣ ରାମ ଗୋପାଳ ବର୍ମା ଓ ଉର୍ମିଳାଙ୍କ ବିବାହ ବିଷୟରେ କାହିଁକି ଲେଖୁ ନାହଁ ?

ବିବାହ କରାଇଥିବା ପଣ୍ଡିତଙ୍କ ନମ୍ୱର ସାମ୍ୱାଦିକଙ୍କ ଦେଇଥିଲେ -

ସାମ୍ୱାଦିକଙ୍କ ମୁତାବିକ, ସେ ଚିରଞ୍ଜୀବୀଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଥିଲେ। ସେ ଚିରଞ୍ଜୀବୀଙ୍କୁ ପଚାରି ଥିଲେ ଯେ, ଆପଣଙ୍କ ପାଖରେ ଏହାର କଣ ପ୍ରମାଣ ଅଛି ? ସାମ୍ୱାଦିକ ଆହୁରି କହି ଥିଲେ ଯେ, ଅଭିନେତା ତାଙ୍କୁ କହି ଥିଲେ ଯେ, ଦୁହିଁଙ୍କର ବିବାହ ଆନ୍ଧ୍ର ପ୍ରଦେଶର ଏକ ମନ୍ଦିରରେ ହୋଇଥିଲା। ଚିରଞ୍ଜୀବୀ ସାମ୍ୱାଦିକଙ୍କୁ ବିବାହ କରାଇ ଥିବା ପଣ୍ଡିତଙ୍କ ନମ୍ୱର ମଧ୍ୟ ଦେଇଥିଲେ।

ସାମ୍ୱାଦିକ ଉର୍ମିଳା ଓ ରାମ ଗୋପାଳ ବର୍ମାଙ୍କ ସହ ମଧ୍ୟ ହୋଇଥିଲେ କଥା -

ସାମ୍ୱାଦିକ ଭେଙ୍କଟେଶ କହିଛନ୍ତି ଯେ, କାହାଣୀ ପବ୍ଲିଶ କରିବା ପୂର୍ବରୁ ସେ ଏହି ତଥ୍ୟକୁ ଉର୍ମିଳାଙ୍କ ଠାରୁ ସ୍ପଷ୍ଟ କରିବା ଜରୁରୀ ମନେକରି ଥିଲେ। ଏହି କଥାବାର୍ତ୍ତାକୁ ମନେପକାଇ ସାମ୍ୱାଦିକ କହି ଥିଲେ ଯେ, ଅଭିନେତ୍ରୀ ତାଙ୍କୁ କହିଥିଲେ -ଆପଣ ମୋ ବିଷୟରେ ଏମିତି କିପରି ଲେଖି ପାରିବେ। ଆପଣ ମୋତେ ସେବେ ଠାରୁ ଜାଣିଛନ୍ତି, ଯେବେ ଠାରୁ ମୁଁ ଇଣ୍ଡଷ୍ଟ୍ରୀରେ ପାଦ ରଖି ଥିଲି।ସାମ୍ୱାଦିକ ଜଣଙ୍କ ରାମ ଗୋପାଳ ବର୍ମାଙ୍କୁ ମଧ୍ୟ ଏହି ବିଷୟରେ ପ୍ରଶ୍ନ କରି ଥିଲେ , କିନ୍ତୁ କଥିତଭାବେ ଫିଲ୍ମମେକର ଏହି ମାମଲାରେ କୌଣସି ବି କମେଣ୍ଟ କରିବାକୁ ମନା କରି ଦେଇଥିଲେ।

କାହିଁକି ସଂପର୍କ ଭାଙ୍ଗି ଯାଇ ଥିଲା କହି ଥିଲେ ସାମ୍ୱାଦିକ -

ସାମ୍ୱାଦିକ ଦୁହିଁଙ୍କ ସଂପର୍କ ଭାଙ୍ଗି ଯିବା ନେଇ ମଧ୍ୟ କହିଥିଲେ। ସେ ଦର୍ଶାଇ ଥିଲେ ଯେ, ଉର୍ମିଳା ତାଙ୍କର ସଂପର୍କକୁ ଆଇନଗତ ବିବାହ ମାଧ୍ୟମରେ ଏହି ସଂପର୍କକୁ ଅଫିସିଆଲି କରିବାକୁ ଚାହୁଁ ଥିଲେ, କିନ୍ତୁ ରାମ ଗୋପାଳ ବର୍ମା ଏମିତି ଚାହୁଁ ନଥିଲେ, ଯେଉଁଥି ପାଇଁ ଏହି ଦୁଇ ଜଣ ଅଲଗା ହୋଇ ଯାଇ ଥିଲେ।ହେଲେ ଏହି ସବୁ ଦାବି ଉପରେ ରାମ ଗୋପାଳ ବର୍ମା କି ଅଭିନେତ୍ରୀ ଉର୍ମିଳା କେବେବି ସ୍ପଷ୍ଟ କରି ନାହାନ୍ତି।

ଆହୁରି ମଧ୍ୟ ପଢନ୍ତୁ - Ajay Devgn : ଅଜୟ ଦେବଗନ ଶୁଣାଇବେ କ୍ରାଇମର ସତ ଘଟଣା , ନଜର ଆସିବେ ଟିଭି ପରଦାରେ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia