Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
US Healthcare: ଭାରତରେ ମାତ୍ର ଏତିକି ଟଙ୍କାରେ ଚିକିତ୍ସା,କିନ୍ତୁ ଆମେରିକାର ୨୨ ଲକ୍ଷ ଖର୍ଚ୍ଚ : ଯୁବକଙ୍କ ଭାଇରାଲ ଭିଡିଓକୁ ନେଇ ବିତର୍କ

US Healthcare: ଭାରତରେ ମାତ୍ର ଏତିକି ଟଙ୍କାରେ ଚିକିତ୍ସା,କିନ୍ତୁ ଆମେରିକାର ୨୨ ଲକ୍ଷ ଖର୍ଚ୍ଚ : ଯୁବକଙ୍କ ଭାଇରାଲ ଭିଡିଓକୁ ନେଇ ବିତର୍କ

ନୂଆଦିଲ୍ଲୀ,୧।୯: ଆମେରିକାରେ କାମ କରୁଥିବା ଜଣେ ଭାରତୀୟ ଯୁବକ ସେଠାର ସ୍ବାସ୍ଥ୍ୟ ସେବାକୁ ନେଇ ନିଜର ଅନୁଭବ ସେୟାର କରିଛନ୍ତି। ତାଙ୍କ କହିବା ଅନୁସାରେ, ଭାରତ ଓ ଆମେରିକାର ମେଡିକାଲ ଏମର୍ଜେନ୍ସି ବେଳେ ମିଳୁଥିବା ମିଳିଥିବା ଓ ଖର୍ଚ୍ଚର ଅନୁଭବ ଭିତରେ ଆକାଶ-ପାତାଳର ପ୍ରାର୍ଥକ୍ୟ ରହିଛି। ଏହି ଅନୁଭବ ପରେ ସେ ଏବେ ଆମେରିକାରେ ସ୍ଥାୟୀ ରୂପରେ ରହିବା ବଦଳରେ ଭାରତ ଫେରିବାର ଯୋଜନା କରୁଛନ୍ତି।

ସୋସିଆଲ ମିଡିଆରେ ଆମେରିକାର ଜୀବନକୁ ଦେଖାଇ ବହୁ ଭିଡିଓ ଭାଇରାଲ ହେଉଛି। ବହୁବାର ଏହି ଭିଡିଓ ଆମେରିକା ଓ ଭାରତର ଜୀବନକୁ ତୁଳନା କରି ତିଆରି ହୋଇଛି। କିଛି ଏଭଳି କାରଣ ମଧ୍ୟ ରହିଛି, ଯାହା କାରଣରୁ ଭାରତର ଜୀବନଶୈଳୀ ତୁଳନାରେ ଆମେରିକାରେ ଜୀବନଶୈଳୀ ଭଲ ଲାଗେ, କିନ୍ତୁ ପ୍ରତିଟି ମୁଦ୍ରାର ଦୁଇଟି ପାର୍ଶ୍ବ ରହିଥାଏ। ଠିକ୍ ସେଭଳି ଆମେରିକା ତୁଳନାରେ ଭାରତରେ ମଧ୍ୟ କିଛି ଜିନିଷ ରହିଛି ଯାହା ତାହାଠାରୁ ବହୁ ଗୁଣରେ ଭଲ। ଏଭଳି ଏକ ଭିଡିଓରେ ଯୁବାନ ଇବାନେଜ୍ ଗାରୱେର୍ ନାମକ ଜଣେ ଯୁବକ କହିଛନ୍ତି, ଯିଏକି ଜଣେ ଭାରତୀୟ ଏବଂ ସେ ଆମେରିକାରେ ଏ। ସେ ନିଜର ଅନୁଭୂତି କହିଛନ୍ତି। ତାଙ୍କର ଏହି କଥାକୁ ନେଇ ଏବେ ଆରମ୍ଭ ହୋଇଛି ବିତର୍କ।

ଭାରତରେ କେତେ ହୋଇଥିଲା ଖର୍ଚ୍ଚ ?

ଏହି ଭିଡିଓରେ ସେ ଭାରତ ଓ ଆମେରିକାରେ ନିଜ ସହ ହୋଇଥିବା ଦୁଇଟି ମେଡିକାଲ ଏମର୍ଜେନ୍ସିର ତୁଳନା କରିଛନ୍ତି। ସେ କହିଛନ୍ତି, କିଛି ବର୍ଷ ପୂର୍ବରୁ ଭାରତରେ ସେ ବହୁବାର ବେହୋସ ହୋଇଯାଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଆସିଥିଲେ। ସେଠାରେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ସେଠାରେ ତାଙ୍କୁ ପ୍ରାଇଭେଟ୍ ରୁମ୍ ବି ମିଳିଥିଲା। ଯୁବାନ କହିଛନ୍ତି, ଡାକ୍ତରମାନେ ତାଙ୍କର ଯାଞ୍ଚ କରିଥିଲେ। ଏଥିରେ ଇସିଜି, ଏମ୍ଆରଆଇ, ସିଟି ସ୍କାନ୍ ଭଳି ଟେଷ୍ଟ ଥିଲା। ତାଙ୍କର କହିବା ଅନୁସାରେ, ଦରକାର ପଡିଲେ ସେ ଡାକ୍ତର ସହ କଥା ହେଉଥିଲେ। କିଛି ଦିନ ପରେ ତାଙ୍କୁ ରୋଗ ବିଷୟରେ ଜଣାପଡିଥିଲା ଓ ଚିକିତ୍ସାର ପ୍ଳାନ ତିଆରି କରାଯାଇଥିଲା। ଭାରତରେ ଏହି ଚିକିତ୍ସାର ଖର୍ଚ୍ଚ ପ୍ରାୟ ୫୦୦ ଡଲାର ଆସିଥିଲା। ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ପ୍ରାୟ ୪୭ ହଜାର ଥିଲା।

A post shared by Yuvaan Ibañez Garware (@yuvaanibanez)

ଆମେରିକା ହସ୍ପିଟାଲରେ କିଭଳି ଥିଲା ଅନୁଭୂତି ?

ଏହାପରେ ୟୁଭାନ ଆମେରିକାରେ ହୋଇଥିବା ମେଡିକାଲ ଏମର୍ଜେନ୍ସି ବିଷୟରେ କହିଥିଲେ। ସେ କହିଛନ୍ତି, ସେ ବାସ୍କେଟବଲ୍ ଖେଳୁଥିଲେ। ସେତେବେଳେ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଯନ୍ତ୍ରଣା ଏତେ ଅଧିକ ଥିଲା ଯେ, ତାଙ୍କୁ ଠିକ୍ ଭାବରେ ଚାଲିବା ବି କଷ୍ଟକର ହୋଇଯାଇଥିଲା। ତଥାପି ସେ ଆମ୍ବୁଲାନ୍ସରେ ଯାଇନଥିଲେ। କାରଣ ଆମେରିକାରେ ଆମ୍ବୁଲାନ୍ସରେ ଗଲେ ହଜାର ଡଲାର ଖର୍ଚ୍ଚ ହୋଇଯାଏ। ଏହି କାରଣରୁ ସେ ନିଜେ ଗାଡିରେ ଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ, ତାଙ୍କୁ ଦେଢ଼ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା। ତାଙ୍କ କହିବା ଅନୁଯାୟୀ, ଏହି ସମୟ ମଧ୍ୟରେ, ଫର୍ମ ଏବଂ ଡକ୍ୟୁମେଣ୍ଟେସନ୍ ପ୍ରୋସେସ୍ କରାଯାଉଥିଲା। ପରେ, ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ତାଙ୍କୁ ଏକ ଛୋଟ ହୃଦଘାତ ହୋଇଛି। ତା'ପରେ ତାଙ୍କର ଅନେକ ପ୍ରକାର ପରୀକ୍ଷା କରାଯାଇଥିଲା।ଯୁବାନ କହିଛନ୍ତି ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଡାକ୍ତରଙ୍କୁ ଦେଖା କରିବାରେ ମଧ୍ୟ ଅସୁବିଧା ହେଉଥିଲା। ସେ କହିଛନ୍ତି ଯେ ଯେତେବେଳେ ସେ ଡାକ୍ତରଙ୍କ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରୁଥିଲେ, ତାଙ୍କୁ କୁହାଯାଉଥିଲା ଯେ ଡାକ୍ତର ବ୍ୟସ୍ତ ଅଛନ୍ତି । ତେବେ ଯୁବାନ ଏହା ମଧ୍ୟ କହିଛନ୍ତି ଯେ ଆମେରିକାରେ ଭଲ ଭିତ୍ତିଭୂମି ଏବଂ ଭଲ ପାଗ ରହିଛି। କିନ୍ତୁ ତାଙ୍କ ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଖୁବ୍ ଜର୍ଜର।

୨୩ ହଜାର ଡଲାରର ବିଲ୍, ବୀମା ପରେ ବି ପକେଟ୍‌ରୁ ବି ଦେଲେ

ଯୁବାନଙ୍କ ଅନୁସାରେ, ଆମେରିକାରେ ତାଙ୍କର ଚିକିତ୍ସା ପାଇଁ ମୋଟ ବିଲ୍ ୨୩ ହଜାର ଡଲାର କିମ୍ବା ପ୍ରାୟ ୨୨ ଲକ୍ଷ ଟଙ୍କା ଆସିଥିଲା। ତାଙ୍କ ପାଖରେ ଟପ୍ ଲେବଲର ଇନସ୍ୟୁରାନ୍ସ ଅଛି ଏବଂ ସେ ପ୍ରତି ମାସରେ ହଜାର ହଜାର ଡଲାର ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ତାଙ୍କୁ ନିଜ ପକେଟରୁ ପ୍ରାୟ ୭ ହଜାର ଡଲାର ବା ପ୍ରାୟ ୬.୬୭ ଲକ୍ଷ ଟଙ୍କା ଦେବାକୁ ପଡିଥିଲା। ଏହା କହିବା ସହ ଯୁବାନ ଆମେରିକାର ସ୍ବାସ୍ଥ୍ୟ ସେବାକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆମେରିକାରେ ରୋଗ ହେବା ଲୋକଙ୍କ ଆର୍ଥିକ ବୋଝ ପାଲଟିଯାଏ। ଯୁବାନ କହିଛନ୍ତି,ଭାରତରେ ତାଙ୍କର ଅଭିଜ୍ଞତାକୁ ଆମେରିକାରେ ସମ୍ମୁଖୀନ ହୋଇଥିବା ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି ସହିତ ତୁଳନା କରିବା ପରେ, ତାଙ୍କର ଚିନ୍ତାଧାରା ବଦଳି ଯାଇଛି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ପାଇଁ ସେ ଭାରତ ଫେରିବାକୁ ବିଚାର କରୁଛନ୍ତି।ଭିଡିଓରେ ଯୁବାନ ସ୍ପଷ୍ଟ କରିଛନ୍ତି ଯେ ସେ ଭାରତୀୟ। ୧୬ ବର୍ଷ ବୟସ ପର୍ଯ୍ୟନ୍ତ ପୁଣେରେ ବଢ଼ିଥିଲେ ଏବଂ ବର୍ତ୍ତମାନ କେବଳ କାମ ପାଇଁ ଆମେରିକାରେ ରୁହନ୍ତି। ତଥାପି, ଯୁବାନଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଅଭିଜ୍ଞତା ବ୍ୟକ୍ତିଗତ ଏବଂ ଏହା ଆମେରିକା କିମ୍ବା ଭାରତର ସାମଗ୍ରିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଦର୍ଶାଉ ନାହିଁ ନାହିଁ। ଦୁଇ ଦେଶର ଚିକିତ୍ସା ଖର୍ଚ୍ଚ, ବୀମା କଭରେଜ୍ ଏବଂ ହସ୍ପିଟାଲ ବ୍ୟବସ୍ଥା ଯଥେଷ୍ଟ ଭିନ୍ନ ହୋଇପାରେ। ରୋଗୀର ସ୍ଥିତି ଓ ହେଲଥକେୟାର ପ୍ରୋଭାଇଡର ହିସାବରେ ଖୁବ୍ ଅଲଗା ହୋଇପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia