ନୂଆଦିଲ୍ଲୀ, ୨୮।୮: ଇରାନ ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ମଧ୍ୟପ୍ରାଚ୍ୟ ଓ ଖାଦି ଅଞ୍ଚଳରେ ନିଜର ସାମରିକ ଉପସ୍ଥିତିକୁ ନେଇ ଆମେରିକା ଏକ ବଡ଼ ଦାବି କରିଛି । ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM)ର କମାଣ୍ଡର ଆଡମିରାଲ ବ୍ରାଡ୍ କୁପର ସୂଚନା ଦେଇଛନ୍ତି ଯେ, ସମୁଦ୍ର ଘେରାବନ୍ଦୀ କଡ଼ାକଡ଼ି ହେବା ପରଠାରୁ ଆମେରିକାର ବିନା ଅନୁମତିରେ କୌଣସି ଜାହାଜ ଇରାନର କୌଣସି ବନ୍ଦରକୁ ପ୍ରବେଶ କରିନାହାନ୍ତି କିମ୍ବା ସେଠାରୁ ବାହାରି ନାହାନ୍ତି ।
ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଦେଇ ୧,୫୦୦ ଜାହାଜ ସୁରକ୍ଷିତ ପାର୍:
ସାମ୍ବାଦିକ ସମ୍ମିଳନୀରେ ଆଡମିରାଲ କୁପର ପ୍ରକାଶ କରିଛନ୍ତି ଯେ, ବିଗତ କିଛି ମାସ ମଧ୍ୟରେ ଆମେରିକୀୟ ନୌସେନା ପ୍ରାୟ ୧,୫୦୦ ବ୍ୟବସାୟିକ ଜାହାଜକୁ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍' ଦେଇ ସୁରକ୍ଷିତ ଭାବେ ଅତିକ୍ରମ କରିବାରେ ସାହାଯ୍ୟ କରିଛି । ଏହି ଜାହାଜଗୁଡ଼ିକରେ ପ୍ରାୟ ୭୫ କୋଟି ବ୍ୟାରେଲ କଞ୍ଚା ତେଲ ବିଶ୍ୱ ଶକ୍ତି ବଜାରକୁ ପରିବହନ କରାଯାଇଥିଲା । ସମୁଦ୍ର ପଥରେ ଜାହାଜଗୁଡ଼ିକର ଯାତାୟାତକୁ ସୁରକ୍ଷିତ ରଖିବା ପାଇଁ ଅନ୍ତର୍ଜାତୀୟ ନୌପରିବହନ ମାର୍ଗଗୁଡ଼ିକୁ ଦୁଇଟି ଭିନ୍ନ ଦିଗରେ ବିଭାଜିତ କରାଯାଇଛି ।
Nepal Floods : ନେପାଳ ପ୍ରଳୟରେ ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି; ୨୯୦ ଭାରତୀୟଙ୍କ ପତ୍ତା ମିଳୁନି, ପୁଣି ବନ୍ୟା ଆଶଙ୍କା ନେଇ ଆଲର୍ଟ
୫୦ ହଜାର ଆମେରିକୀୟ ସୈନ୍ୟ ଏବଂ ୨୦ରୁ ଅଧିକ ଯୁଦ୍ଧପୋତ ମୁତୟନ:
ସମଗ୍ର ଖାଦି ଅଞ୍ଚଳରେ ଇରାନ ବିରୋଧରେ ସାମୁଦ୍ରିକ ଘେରାବନ୍ଦୀକୁ ସଫଳ କରିବା ପାଇଁ ପ୍ରାୟ ୫୦,୦୦୦ ଆମେରିକୀୟ ସୈନ୍ୟ ମୁତୟନ ହୋଇଛନ୍ତି । ଏହି ବୃହତ୍ ଅପରେସନରେ ୨୦ରୁ ଅଧିକ ସାମରିକ ଯୁଦ୍ଧପୋତ ଏବଂ ଶତାଧିକ ବିମାନ ସାମିଲ ଅଛନ୍ତି । ଘେରାବନ୍ଦୀ ନିୟମ ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ୭୫ଟି ବ୍ୟବସାୟିକ ଜାହାଜକୁ ଆମେରିକୀୟ ସେନା ବାଟରୁ ହିଁ ଫେରାଇ ଦେଇଛି । ଚେତାବନୀ ଏବଂ ନିର୍ଦ୍ଦେଶ ଅବମାନନା କରିଥିବା ୩ଟି ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେଗୁଡ଼ିକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରାଯାଇଛି । ଆମେରିକୀୟ ସେନା ଅନ୍ତର୍ଜାତୀୟ ଜଳପଥରେ ଇରାନର 'ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କୋର' (IRGC) ଦ୍ୱାରା ବିଛାଯାଇଥିବା ବିପଜ୍ଜନକ ସାମୁଦ୍ରିକ ବାରୁଦି ସୁଡ଼ଙ୍ଗଗୁଡ଼ିକୁ ସଫଳତାର ସହ ହଟାଇ ଦେଇଛି । କୁପରଙ୍କ ଅନୁଯାୟୀ, ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ର ଅନ୍ତର୍ଜାତୀୟ ଜଳପଥ ଏବେ ସମ୍ପୂର୍ଣ୍ଣ ଭାବେ ଇରାନୀୟ ମାଇନ୍ସମୁକ୍ତ ଏବଂ ସୁରକ୍ଷିତ । ଆମେରିକା ନିଜର ସାମରିକ ଶକ୍ତି ବଳରେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ବାଣିଜ୍ୟିକ ଯାତାୟାତ ସ୍ୱାଭାବିକ ରଖିବାରେ ସଫଳ ହୋଇଛି ବୋଲି CENTCOM ପକ୍ଷରୁ ଦାବି କରାଯାଇଛି ।

