ନୂଆଦିଲ୍ଲୀ,୦୨/୦୯; ପୁଣି ମୁହାଁମୁହିଁ ହୋଇଛନ୍ତି ଇରାନ୍-ଆମେରିକା । ଘନ ଘନ ମିସାଇଲ ମାଡ଼ ସହ ଡ୍ରୋନ୍ ହମଲା । ଆମେରିକାର ଆକ୍ରମଣ ପରେ ଇରାନର ପ୍ରତିଶୋଧ ପରେ ଜଳୁଛି ଡୋର୍ଡାନରୁ ବାହାରିନ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ୨.୦ ଆରମ୍ଭ ହୋଇଛି । ଏକ ମାସର ନୀରବତା ପରେ, ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି । ଆମେରିକା କ୍ରମାଗତ ଦ୍ୱିତୀୟ ଦିନ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ନିକଟରେ ଇରାନ ଭିତରେ ଥିବା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆରଜିସି) ଘାଟି ଉପରେ ଆକ୍ରମଣ କରିଛି ।
ଯାହାର ଜବାବରେ ଇରାନ ଜୋର୍ଡାନର ପ୍ରିନ୍ସ ହାସନ ଏୟାରବେସ୍ ଏବଂ ସେଠାରେ ଥିବା ଆମେରିକା ମେରାଇନ୍ ବେସ୍ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଟାର୍ଗେଟ୍ କରିଛି । ବାହାରିନ୍ ଏୟାରବେସ୍ ଉପରେ ଡ୍ରୋନ ମାଡ କରାଯାଇଥିବା ସୂଚନା ମିଳିଛି । ୧୩ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷୋପ କରାଯାଇଥିଲା । ସେଥି ମଧ୍ୟରୁ ୧୦ଟି ଖସାଇ ଦେଇଥିବାବେଳେ ୩ଟି କ୍ଷେପଣାସ୍ତ୍ର ଜନବହୁଳ ଅଞ୍ଚଳରୁ ଦୂରରେ ନିଛାଟିଆ ସ୍ଥାନରେ ଖସିଥିଲା । ଏ ପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ । ଟ୍ରୁଥ୍ ସୋସିଆଲରେ ଆମେରିକାର ଆକ୍ରମଣ ସ୍ପଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇରାନ ନ ସୁଧୁରିଲେ ଆକ୍ରମଣକୁ ଜୋରଦାର କରାଯିବ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଆଇଆରଜିସି ତାର ବିବୃତ୍ତିରେ କହିଛି ଯେ, ଆକ୍ରମଣକାରୀଙ୍କୁ ଜବବା ଦିଆଯାଇଛି । ସଂଗଠନ ଦାବି କରିଛି ଯେ, ଏହି ଆକ୍ରମଣ ବହୁ ସଂଖ୍ୟକ ଆମେରିକୀୟ ସୈନିକ ନିହତ ହୋଇଛନ୍ତି । ଯଦିଓ ଆମେରିକା ପକ୍ଷରୁ କୌଣସି ନିଶ୍ଚିତ ହୋଇନାହିଁ । ଅପରକ୍ଷେ, ଜଣେ ଆମେରିକୀୟ ଅଧିକାରୀ ଏହି ଦାବିକୁ ମିଥ୍ୟା ବୋଲି କହିଛନ୍ତି । ସେ ସେଣ୍ଟ୍ରାଲ୍ କମାଣ୍ଡ ଅର୍ଥାତ ସେଣ୍ଟକମ୍ ବିବୃତ୍ତିରେ କୌଣସି ଆମେରିକୀୟ ସୈନିକ ମୃତାହତ ହୋଇଥିବା ନେଇ ଉଲ୍ଲେଖ୍ୟ କରିନାହିଁ । ଇରାନ ଗଣମାଧ୍ୟମ ଏହା ମଧ୍ୟ କହିଛି ଯେ, ବାହାରିନ୍ ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣ ରାଡାର୍ ସିଷ୍ଟମ ଏବଂ ଆମେରିକାର ସୈନ୍ୟମାନେ ଉପସ୍ଥିତ ଥିବା ସ୍ଥାନକୁ ଟାର୍ଗେଟ୍ କରିଛି । ଡୋର୍ଡାନର ମାଫର ସହରରେ ସାଇରନ୍ ଶଦ୍ଦ ମିଳିଥିଲା । ଆକାଶେର ରକେଟ୍ ଅଟକି ରହିଥିବା ଖବର ଆସିଥିଲା ।
ଗତକାଲି (ମଙ୍ଗଳବାର) ଆମେରିକା ହୋର୍ମୁଜ ନିକଟରେ ଥିବା ଆଇଆରଜିସି ଘାଟି ଉପରେ ଆକ୍ରମଣ କରିଭା ପରେ ଘମାଘୋଟ୍ ଲଢେଇ ଆରମ୍ଭ ହୋଇଛି । ସେପଟେ ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲ ମିଡିଆରେ ଲେଖିଛନ୍ତି, ଇରାନ୍ ହୋର୍ମୁଜରେ ସମୁଦ୍ର ଖଣି ସ୍ଥାପନ କରିବାରେ ବିଫଳ ପ୍ରୟାସ ଏବଂ ଜୋର୍ଡାନରେ ଥିବା ଆମେରିକା ଘାଟି ଉପରେ ମିସାଇଲ୍ ଆକ୍ରମଣ ଏହା ଏକ ପ୍ରତିକ୍ରିୟା । ଯଦି ଇରାନ୍ ପୁଣି ପ୍ରତିଶୋଧ ନିଏ ତେବେ ଏହା ଅଧିକ ଶକ୍ତିଶାଳୀ ଏବଂ ବଡ଼ ପରିଣାମରେ ଜବାବ ଦିଆଯିବ । ପ୍ରକୃତ ବଡ଼ ଆକ୍ରମଣ ଏବେ ହୋଇନାହିଁ ।
ଏହା ବି ପଢନ୍ତୁ...UN Report: ସଙ୍କଟ ଆଣିବ ସମୁଦ୍ର ଜଳସ୍ତର ବୃଦ୍ଧି ; ଛଡାଇ ନେବ କି ୧.୪ କୋଟି ଲୋକଙ୍କ ଘର ? ଜାତିସଂଘର ଭୟଙ୍କର ରିପୋର୍ଟ
ଇରାନର ସରକାରୀଗଣମାଧ୍ୟମ ରିପୋର୍ଟ କରିଛି ଯେ କେଶମ ଦ୍ୱୀପ, ବନ୍ଦର ଅବ୍ବାସ, ଚାବାହାର, ଜାସ୍କ, ସିରିକ୍, ଅସଲୁୟେ, କୋଣାର୍କ ଏବଂ ଲାଭାନରେ ବିସ୍ଫୋରଣ ଘଟିଥିବାବେଳେ ଜିରୋଫ୍ଟ ସହରର ଏକ ବେସାମରିକ ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ସବୁଠାରୁ ଦୁଃଖଦ ଖବର ସିରିକ୍ ରୁ ଆସିଥିଲା, ଯେଉଁଠାରେ ବିବାହ ସମାରୋହ ଚାଲିଥିବା ଏକ ଘର ଉପରେ ଆମେରିକା ଆକ୍ରମଣ କରିଥିଲା । ଇରାନର ରେଡ୍ କ୍ରିସେଣ୍ଟ ଅନୁଯାୟୀ, ଏହି ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୫୦ରୁ ଅଧିକ ଆହତ ହୋଇଛନ୍ତି । ସର୍ବୋଚ୍ଚ ନେତା ମୋଜତାବା ଖାମେନି ଆକ୍ରମଣ ପରେ ତାଙ୍କର ପ୍ରଥମ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ସୈନ୍ୟବାହିନୀ ୱାଶିଂଟନ୍ ପାଇଁ ଶିକ୍ଷା ପାଇଛି ଯାହା କେବେବି ଭୁଲି ହେବ ନାହିଁ ।

