Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Vaibhav Sooryavanshi: ଟିମ୍ ଇଣ୍ଡିଆରେ ବୈଭବଙ୍କୁ କାହିଁକି ମିଳିଲାନି ଚାନ୍ସ ? ଦ୍ରାବିଡ୍-ସେହୱାଗଙ୍କ ପୁଅ ସାଜିଲେ କି ବାଧା

Vaibhav Sooryavanshi: ଟିମ୍ ଇଣ୍ଡିଆରେ ବୈଭବଙ୍କୁ କାହିଁକି ମିଳିଲାନି ଚାନ୍ସ ? ଦ୍ରାବିଡ୍-ସେହୱାଗଙ୍କ ପୁଅ ସାଜିଲେ କି ବାଧା

ନୂଆଦିଲ୍ଲୀ,୨୯/୦୮: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ୧୯ ବର୍ଷରୁ କମ୍ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବଂ ରାହୁଲ ଦ୍ରାବିଡଙ୍କ ପୁଅ ଅନ୍ୱୟ ଦ୍ରାବିଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ହେଲେ ବ୍ୟାଟିଂ ବିସ୍ମୟ ବୈଭବଙ୍କୁ ସ୍ଥାନ ମିଳିନାହିଁ ।

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏହି ଦଳରେ ନାହାନ୍ତି । ବଡ କଥା ହେଉଛି ବୈଭବ ଗତ କିଛି ମାସ ମଧ୍ୟରେ କମ୍ ବୟସରେ ସିନିୟର ଆନ୍ତର୍ଜାତୀୟ କ୍ରିକେଟରେ ପହଞ୍ଚିଛନ୍ତି । ୧୫ ବର୍ଷ ବୟସରେ ଏହି ଖେଳାଳିଙ୍କ ନାମ ୧୯ ବର୍ଷରୁ କମ୍ ଦଳରେ ଆସିବା ଉଚିତ ଥିଲା କିନ୍ତୁ ଏକ ବିଶେଷ କାରଣରୁ ତାହା ହୋଇପାରିଲା ନାହିଁ ।

ବ୍ୟାଟିଂ ବିସ୍ଫୋରଣ କରି କମ୍ ବୟସରେ ବୈଭବ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୨୬ରେ ଭାରତର ୧୯ ବର୍ଷରୁ କମ୍ ଟିମ୍ ସହ ସେ ବିଶ୍ୱକପ ଖେଳିଛନ୍ତି । ଏହା ପରେ ସେ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଭାରତୀୟ ବରିଷ୍ଠ ଦଳ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ । ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ ମନୋନୀତ ହେବେ ବୋଲି ଆଶା କରାଯାଉଥିଲା । ହେଲେ ସେପରି ହୋଇନାହିଁ । ଦଳରେ ନରହିବାର କାରଣ ପ୍ରଦର୍ଶନ କି ବୟସ ନୁହେଁ ବରଂ ବିସିସିଆଇର ପୁରୁଣା ନିୟମ ରହିଛି ।

ବିସିସିଆଇର ନିୟମ କଣ ? ବିସିସିଆଇ ୨୦୧୬ରେ ଏକ ନିମୟ ଲାଗୁ କରିଥିଲା । ଯେଉଁଥିରେ ଜଣେ ଖେଳାଳି ଏକରୁ ଅଧିକ ୧୯ ବର୍ଷରୁ କମ୍ ବିଶ୍ୱକପରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହାର ଅର୍ଥ ଯଦି ଜଣେ କ୍ରିକେଟର ବୟସ ଦୃଷ୍ଟିରୁ ପରବର୍ତ୍ତୀ ୧୯ ବର୍ଷରୁ କମ୍ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି ତେବେ ତାଙ୍କୁ ଦ୍ୱିତୀୟ ଥର ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ଦିଆଯିବ ନାହିଁ । ବୈଭବ ୨୦୨୬ରେ ଅଣ୍ଡର-୧୯ ବିଶ୍ୱକପରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ତେଣୁ ଭବିଷ୍ୟତରେ ସେ ଆଉ କୌଣସି ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତ ପାଇଁ ଖେଳିପାରିବେ ନାହିଁ । ଏହି ନିୟମ ଦ୍ୱାରା ପୂର୍ବରୁ ଭାରତୀୟ କ୍ରିକେଟକଙ୍କୁ ପ୍ରଭାବିତ କରିଛି । ୨୦୧୮ରେ ୱାସିଂଟନ ସୁନ୍ଦରଙ୍କ ସହ ସମାନ ଘଟଣା ଘଟିଥିଲା ।

ଏହା ବି ପଢନ୍ତୁ...Under 19 squad : ଅଣ୍ଡର-୧୯ରେ ଟିମରେ ଦ୍ରାବିଡ଼ ଓ ସେହୱାଗଙ୍କ ପୁଅ, ଅଷ୍ଟ୍ରେଲିଆ ବିପକ୍ଷ ୱାନଡେ ସିରିଜରେ କରିବେ ଧମାଲ୍...

ବ୍ୟାଟିଂ ବିସ୍ମୟ ବୈଭବ ଏମିତି ଜଣେ ପ୍ଲେୟାର ଯାହାକୁ ମୈଦାନରେ ଦେଖିବାକୁ ଚାହାଁନ୍ତି ଫ୍ୟାନ୍ସ । ଚୌକା-ଛକା ମାରି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରିଥାନ୍ତି । କିନ୍ତୁ ବିସିସିଆଇର ଏହି ଅଜବ ରୁଲ୍ ପାଇଁ ଅଣ୍ଡର ୧୯ ଟିମ୍‌ରେ ବୈଭବଙ୍କୁ ସିଲେକ୍ଟ କରାଯାଇନାହିଁ । ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏବଂ ରାହୁଲ ଦ୍ରାବିଡଙ୍କ ପୁଅକୁ ସୁଯୋଗ ମିଳିଛି । ବିସିସିଆଇ ନିୟମ ଅନୁସାରେ ଜଣେ ଖେଳାଳି ଏକରୁ ଅଧିକ ଥର ଅଣ୍ଡର ୧୯ ବିଶ୍ୱକପରେ ଅଂଶ ହୋଇପାରିବେ ନାହିଁ । ଯାହା ଫଳରେ ସୂର୍ଯ୍ୟକୁମାରଙ୍କୁ ବାଦ୍ ଦିଆଯାଇଛି । ଆଉ କେହି କେହି କହୁଛନ୍ତି କି ସେହୱାଗ୍ ଏବଂ ଦ୍ରାବିଡଙ୍କ ପୁଅ ପାଇଁ ବୈଭବଙ୍କୁ ସୁଯୋଗ ମିଳିନାହିଁ । ବର୍ତ୍ତମାନ ବୈଭବ ଦୁଲୀପ ଟ୍ରଫି ଖେଳୁଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia