Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Vienna Museum Theft: ଭିଏନା ସଂଗ୍ରହାଳୟରେ ବଡ଼ ଲୁଟ୍, କାଚ ଭାଙ୍ଗି ନେଇଗଲେ ୩୮ କୋଟିର ହାର

Vienna Museum Theft: ଭିଏନା ସଂଗ୍ରହାଳୟରେ ବଡ଼ ଲୁଟ୍, କାଚ ଭାଙ୍ଗି ନେଇଗଲେ ୩୮ କୋଟିର ହାର

ନୂଆଦିଲ୍ଲୀ ୦୨/୦୯: ଅଷ୍ଟ୍ରିଆର ଭିଏନା ସ୍ଥିତ ଏକ ସଂଗ୍ରହାଳୟରୁ ଗତ ଗୁରୁବାର ଏକ ହୀରାଖଚିତ ମୂଲ୍ୟବାନ ହାର ଚୋରି ହୋଇଛି । ଭାରତୀୟ ମୁଦ୍ରାରେ ତା'ର ମୂଲ୍ୟ ପ୍ରାୟ ୩୮ କୋଟି ହେବ । ସିସିଟିଭି ଫୁଟେଜ୍‌ରେ ୨ ଜଣ ଲୋକ ତାକୁ ନେଇ ପଳାଉଥିବା ଦେଖିବାକୁ ମିଳିବା ପରେ ସେମାନଙ୍କ ସନ୍ଧାନ ଲାଗି ପୁଲିସ ଏବେ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଭିଏନାସ୍ଥିତ ମ୍ୟୁଜିୟମ ଅଫ୍ ଆପ୍ଲାଏଡ୍ ଆର୍ଟସ(ମାକ୍) ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହେଉଥିବା ଏକ ଜୁଏଲାରୀ ପ୍ରଦର୍ଶନୀରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏକ କାଚ ବାକ୍ସ ମଧ୍ୟରେ ସେହି ହାରକୁ ପ୍ରଦର୍ଶିତ କରାଯାଇଥିଲା । ଅଭିଯୁକ୍ତମାନେ ସଂଗ୍ରହାଳୟର ଟିକଟ କିଣି ପରିଦର୍ଶକ ଭାବେ ଭିତରକୁ ଆସିଥିଲେ । ତେବେ ସୁଯୋଗ ଦେଖି ସେମାନେ ଏକ ହାତୁଡି଼ ଦ୍ୱାରା କାଚବାକ୍ସକୁ ଭାଙ୍ଗି ଦେଇଥିଲେ । ଏଥିସହ ହାର ନେଇ ନିକଟବର୍ତ୍ତୀ ପାର୍କ ଆଡ଼କୁ ଚମ୍ପଟ ମାରିଥିଲେ ।

Dog Searches For Owner: ବନ୍ୟାରେ ଭାସିଗଲା ଘର, ଧ୍ୱଂସସ୍ତୁପ ମଧ୍ୟରେ ମାଲିକଙ୍କୁ ଖୋଜୁଛି କୁକୁର

ଚୋରି ହୋଇଥିବା ସେହି ହାରଟି ଇଜିପ୍ଟ ରାଜପରିବାର ସହ ସଂପର୍କିତ । ତାକୁ ଫ୍ରାନ୍ସର ଏକ ପ୍ରସିଦ୍ଧ ଲକ୍ଜୁରୀ ଜୁଏଲାରୀ ହାଉସ୍ ପକ୍ଷରୁ ଇଜିପ୍ଟର ମହାରାଣୀ ନାଜ୍‌ଲିଙ୍କ ଲାଗି ପ୍ରସ୍ତୁତ କରାଯାଇଥିଲା । ସେଥିରେ ୬୭୩ଟି ହୀରା ଲାଗିଛି । ରାଣୀ ନାଜ୍‌ଲି ୧୯୩୯ ମସିହାରେ ତାଙ୍କ ଝିଅ ଫଜିୟାଙ୍କ ବାହାଘରରେ ଏହି ହାରଟିକୁ ପିନ୍ଧିଥିଲେ । ହାର ସହିତ ମ୍ୟାଚିଂ କରି ସେ ପିନ୍ଧିଥିବା ଏକ ମୁକୁଟ ସଂପର୍କରେ ସେତେବେଳେ ବେଶ୍ ଚର୍ଚ୍ଚା କରାଯାଇଥିଲା । ତେବେ ଜୀବନର ଶେଷ ପର୍ଯ୍ୟାୟରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାରୁ ରାଣୀ ନାଜ୍‌ଲି ହାରଟିକୁ ୧୯୭୦ ମସିହାରେ ବିକ୍ରି କରିଦେଇଥିଲେ । ୨୦୧୫ ମସିହାରେ ନ୍ୟୁୟର୍କର ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ'ସ୍ ପକ୍ଷରୁ ହୋଇଥିବା ନିଲାମୀରେ ହାରଟି ପ୍ରାୟ ୩୮ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଏହାପରେ ମ୍ୟୁଜିୟମ ଅଫ୍ ଆପ୍ଲାଏଡ୍ ଆର୍ଟସ ପରିସରରେ ଅନୁଷ୍ଠିତ ହେଉଥିବା ଏକ ଜୁଏଲାରୀ ପ୍ରଦର୍ଶନୀରେ ତାକୁ ସ୍ଥାନିତ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia