ଭୁବନେଶ୍ଵର, ୩/୮ : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଟ୍ରାଫିକ୍ ଇନ୍ସପେକ୍ଟର। ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସୁନ୍ଦରଗଡ଼ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର। ଏକ ଗାଡ଼ି ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରିଲା ରାଉରକେଲା ଭିଜିଲାନ୍ସ ।
ସୂଚନାନୁଯାୟୀ, ୧୦ ନମ୍ବର ରାଜ୍ୟ ରାଜପଥର ବଡ଼ଗାଁ ଥାନା ଗରିଆମାଲ ଛକ ନିକଟରେ ସୁନ୍ଦରଗଡ଼ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ଏତିକି ବେଳେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଥିଲା। ଲାଞ୍ଚୁଆ ଟ୍ରାଫିକ୍ ଇନ୍ସପେକ୍ଟର ଧରାପଡ଼ିବା ପରେ ଏବେ ତାଙ୍କ କାର୍ଯ୍ୟାଳୟ ଏବଂ ସୁନ୍ଦରଗଡ଼ ଜ୍ୟୋତି ନଗର ସ୍ଥିତ ବାସଭବନରେ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍ ।
ଆହୁରି ପଢନ୍ତୁ- ୧୩ ବର୍ଷର ସେବାକୁ ମିଳିଲା ସମ୍ମାନ, ରାଷ୍ଟ୍ରପତି ଭବନରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ନିମନ୍ତ୍ରଣ
ବନ୍ୟା କ୍ଷତିପୂରଣ ଘୋଷଣା ! କାହାକୁ ମିଳିବ କେତେ ଟଙ୍କା ? ଦେଖନ୍ତୁ ତାଲିକା...

