Dailyhunt
Virat Kohli Record: ବିରାଟଙ୍କ ଆଗରେ ବଡ଼ ରେକର୍ଡ, ଆଜି ୧୦୬ ରନ୍ କଲେ ରଚିବେ ଇତିହାସ

Virat Kohli Record: ବିରାଟଙ୍କ ଆଗରେ ବଡ଼ ରେକର୍ଡ, ଆଜି ୧୦୬ ରନ୍ କଲେ ରଚିବେ ଇତିହାସ

ନୂଆଦିଲ୍ଲୀ : କିଙ୍ଗ କୋହଲିଙ୍କ ନାମରେ ଅନେକ ବିଶ୍ବ ରେକର୍ଡମାନ ରହିଛି । ତଥାପିଟି ଟି-୨୦ରେ ତାଙ୍କ ଷ୍ଟା୍ରାଇକ ରେଟକୁ ନେଇ ଅନେକ ସମୟରେ ସମାଲୋଚନା ମଧ୍ୟ କରାଯାଇଛି । ଯଦିଓ ଏବେ ବିରାଟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କରିଛନ୍ତି ତଥାପି ଆଇପିଏଲରେ ଖେଳ ଜାରି ରଖିଛନ୍ତି । ଦମଦାର ଫର୍ମରେ ରହିଥିବା ବିରାଟ ଏକ ବଡ଼ ରେକର୍ଡ କରିବାକୁ ଯାଉଛନ୍ତି ।

ଗୁରୁବାର ଖେଳାଯିବାକୁ ଥିବା ଗୁଜୁରାଟ ବିପକ୍ଷରେ ଯଦି ଶତକୀୟ ପାଳି ଖେଳନ୍ତି ଆଉ ୧୦୬ ରନ କରନ୍ତି ତାହେଲେ ନିଜ ନାମରେ ଏକ କିର୍ତ୍ତୀମାନ ରଚିବେ ।

ଯଦି ବିରାଟ ଗୁଜୁରାଟ ବିପକ୍ଷ ମ୍ୟାଚରେ ୧୦୬ ରନ୍ କରନ୍ତି ତାହେଲେ ଟି-୨୦ କ୍ରିକେଟରେ ୧୪ ହଜାର ରନ୍ ପୂରଣ କରିବେ । ଏହି ସ୍କୋର କରିବାରେ ବିରାଟ ଷଷ୍ଠ ବ୍ୟାଟ୍ସମ୍ୟାନ ହେବେ । କିନ୍ତୁ ଆଜିର ମ୍ୟାଚରେ ଯଦି ୧୦୬ ରନ୍ କରନ୍ତି ତାହେଲେ ଦ୍ରୁତତମ ୧୪ ହଜାର ରନ୍ ପୂରଣ କରିବେ । ଏହି ରେକର୍ଡ ୟୁନିଭର୍ସନାଲ ବସ୍ କ୍ରିସ୍ ଗେଲଙ୍କ ନାମରେ ରହିଛି । ସେ ୪୨୩ ପାଳିରେ ଏହି ମାଇଲଖୁଣ୍ଟ ପାର୍ କରିଛନ୍ତି । ଏବେ ବିରାଟ ୪୨୨ ପାଳି ଖେଳିଥିବାବେଳେ ୧୩,୮୯୪ ରନ୍ କରିଛନ୍ତି । ଆଜିର ମ୍ୟାଚରେ ଯଦି ୧୦୬ ରନ୍ କରନ୍ତି ତାହେଲେ ଗେଲଙ୍କୁ ପଛରେ ପକାଇ ଦେବେ ।

ସେପଟେ ଗୁଜୁରାଟ ବିପକ୍ଷରେ ବିରାଟଙ୍କ ରେକର୍ଡ ଭଲ ରହିଛି । ୭ ପାଳିରେ ୪୩୨ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୪ ଅର୍ଦ୍ଧଶତକ ରହିଛି । ଏହାସହ ଚଳିତ ବର୍ଷ ଏହି ଦୁଇ ଦଳ ଦ୍ବିତୀୟ ଥର ପାଇଁ ସାମ୍ନାସାମ୍ନି ହେବେ । ପ୍ରଥମ ମ୍ୟାଚରେ ବିରାଟ ୮୧ ରନର ପାଳି ଖେଳିଥିଲେ । ଯାହାକି ବେଙ୍ଗାଲୁରୁକୁ ବିଜୟ କରାଇଥିଲା । ସେପଟେ ଆଜିର ମ୍ୟାଚରେ ଶତକ ହାସଲ କଲେ ବିରାଟ ଗୁଜୁରାଟ ବିପକ୍ଷରେ ୫୦୦ ରନ୍ ପୂରଣ କରିବେ । ଏହାସହ ଆଜିର ମ୍ୟାଚରେ ଆଉ ଗୋଟିଏ ଛକା ମାରିଲେ ବିରାଟ ଦ୍ବିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ଛକା ମାରିବାର ରେକର୍ଡ କରିବେ ।

ଏହାସହ ପଢ଼ନ୍ତୁ : ମହଙ୍ଗା ପଡ଼ିଲା ଇ-ସିଗାରେଟ୍ ଟାଣିବା, ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia