Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Weather forecast: ଝାଡ଼ଖଣ୍ଡ ମୁହାଁ ଓ୍ବେଲ୍ ମାର୍କ ଲୋ-ପ୍ରେସର, ଉପରମୁଣ୍ଡରେ ପ୍ରବଳ ବର୍ଷିବ, ଉତ୍ତର ଓଡ଼ିଶାକୁ ବଢ଼ିଲା ବନ୍ୟା ଭୟ

Weather forecast: ଝାଡ଼ଖଣ୍ଡ ମୁହାଁ ଓ୍ବେଲ୍ ମାର୍କ ଲୋ-ପ୍ରେସର, ଉପରମୁଣ୍ଡରେ ପ୍ରବଳ ବର୍ଷିବ, ଉତ୍ତର ଓଡ଼ିଶାକୁ ବଢ଼ିଲା ବନ୍ୟା ଭୟ

ଭୁବନେଶ୍ୱର ୦୧/୦୯: ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ୱେଲ୍-ମାର୍କ ଲୋ-ପ୍ରେସର ଧୀରେ ଧୀରେ ଝାଡ଼ଖଣ୍ଡ ଆଡ଼କୁ ଗତି କରୁଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗୁଜରାଟ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ୱେଲ୍-ମାର୍କଡ ପ୍ରେସରର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବ ନାହିଁ।

ତେବେ ଝାଡ଼ଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଲେ ଉତ୍ତର ଓଡ଼ିଶାରେ ବନ୍ୟା ବିପଦ ସୃଷ୍ଟି ହୋଇପାରେ।

ଅନ୍ୟପକ୍ଷରେ, ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ଆଜି ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆଉ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ତେବେ ସେପ୍ଟେମ୍ବର ୧୦ ତାରିଖ କିମ୍ବା ଏହା ପରେ ଦକ୍ଷିଣ ଚୀନ ସାଗର ଅଞ୍ଚଳରୁ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗର ଆଡ଼କୁ ଆସିବାର ସମ୍ଭାବନା ରହିଛି।

Odisha Flood Update : ପୁଣି ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା..

ଏହି ଘୂର୍ଣ୍ଣିବଳୟ ସେପ୍ଟେମ୍ବର ୧୨ରୁ ୧୪ ମଧ୍ୟରେ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପର ରୂପ ନେଇପାରେ। ତେବେ ଆଗାମୀ ଦିନରେ କେତୋଟି ଲଘୁଚାପ ସୃଷ୍ଟି ହେବ, ତାହା ଏବେଠାରୁ ନିଶ୍ଚିତ ଭାବେ ଆକଳନ କରିବା ସମ୍ଭବ ନୁହେଁ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସାମଗ୍ରିକ ଭାବେ ବର୍ଷା କମିବାର ସମ୍ଭାବନା ଥିଲେ ମଧ୍ୟ ଝାଡ଼ଖଣ୍ଡର ବର୍ଷା ଉପରେ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ନିର୍ଭର କରିବ। ତେଣୁ ଉତ୍ତର ଓଡ଼ିଶାର ନଦୀକୂଳିଆ ଅଞ୍ଚଳରେ ନଜର ରଖିବା ଆବଶ୍ୟକ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia