Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Wife swap : ଶିଲିଗୁଡ଼ିରେ ସ୍ତ୍ରୀ ଅଦଳବଦଳ, ରିଲ୍ ନୁହେଁ ରିଅଲ୍ ଲାଇଫ୍ ରେ ୱାଇଫ୍ ସ୍ଵାପ୍

Wife swap : ଶିଲିଗୁଡ଼ିରେ ସ୍ତ୍ରୀ ଅଦଳବଦଳ, ରିଲ୍ ନୁହେଁ ରିଅଲ୍ ଲାଇଫ୍ ରେ ୱାଇଫ୍ ସ୍ଵାପ୍

କୋଲକାତା, ୩୦/୦୫ : ଶିଲିଗୁଡ଼ିରେ ସ୍ତ୍ରୀ ଅଦଳବଦଳ। ରିଲ୍ ନୁହେଁ ରିଅଲ୍ ଲାଇଫ୍ ରେ ୱାଇଫ୍ ସ୍ଵାପ୍। ମୟନାଗୁଡ଼ି ବ୍ଲକ ଧର୍ମପୁର ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ଫାଲକାଟାରେ ଜଣେ ପୁରୁଷ ଏବଂ ମୟନାଗୁଡ଼ିର ଜଣେ ବିବାହିତା ମହିଳାଙ୍କ ମଧ୍ୟରେ ଫେସବୁକ୍ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ଘର ଛାଡ଼ି ଏକାଠି ପଳାଇଥିଲେ। ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ଫାଲକାଟାର ବ୍ୟକ୍ତିଙ୍କ ସ୍ତ୍ରୀ ଏବଂ ମୟନାଗୁଡ଼ିର ମହିଳାଙ୍କ ସ୍ୱାମୀଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା।

ଦୁହେଁ ବିବାହ କରିବାକୁ ମନସ୍ଥ କଲେ।

ଶେଷରେ ବୁଧବାର ସାମାଜିକ ପ୍ରଥା ଅନୁଯାୟୀ, ଧର୍ମପୁରର ଜାରପାକ୍ରି କାଳୀବାଡ଼ିରେ ସେମାନଙ୍କର ବିବାହ ହୋଇଥିଲା । ଏହି ଅବସରରେ ଏକ ମହାଭୋଜି ଆୟୋଜନ କରାଯାଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଏପରି ଘଟଣା ଆମ ଅଞ୍ଚଳରେ କେବେବି ଘଟିନାହିଁ । ଆମେ ପୂର୍ବରୁ ଏପରି ଘଟଣା ବିଷୟରେ କେବେ ବି ଶୁଣିନାହୁଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia