Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
World Cup Teamindia: ହର୍ଷିତ-ପନ୍ତ ଆଉଟ୍, ଶାମି-ଭୁବନେଶ୍ୱର ଇନ୍...ବିଶ୍ୱକପ ପାଇଁ ଦଳ ଚୟନ କଲେ ପୂର୍ବ କ୍ରିକେଟର

World Cup Teamindia: ହର୍ଷିତ-ପନ୍ତ ଆଉଟ୍, ଶାମି-ଭୁବନେଶ୍ୱର ଇନ୍...ବିଶ୍ୱକପ ପାଇଁ ଦଳ ଚୟନ କଲେ ପୂର୍ବ କ୍ରିକେଟର

ନୂଆଦିଲ୍ଲୀ,୦୧/୦୮: ୨୦୨୭ ଦିନିକିଆ କ୍ରିକେଟ ବିଶ୍ୱକପ୍ ପାଇଁ ଭେନ୍ୟୁ ଏବଂ ଲୋଗା ରିଲିଜ ହୋଇ ସାରିଛି । ଏବେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆ ଚୟନ ଉପରେ । କାହାକୁ ମିଳିବ ସୁଯୋଗ ? ରୋହିତ ଶର୍ମା, ବିରାଟ କୋହଲି ଖେଳିବେ ନା ନାହିଁ ? ସମ୍ଭାବ୍ୟ ଦଳ ଉପରେ ସମସ୍ତଙ୍କ ନଜର ରହିଛି । ଟୁର୍ଣ୍ଣାମେଣ୍ଟକୁ ଆହୁରି କିଛି ସମୟ ବାକି ଅଛି, କିନ୍ତୁ ଚୟନ ପ୍ରକ୍ରିୟା ନିରନ୍ତର ଆଲୋଚନାର ବିଷୟ ହୋଇ ରହିଛି ।

ରହି ଶାସ୍ତ୍ରୀଙ୍କ ପରେ ଏବେ, ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ତାଙ୍କର ବିଶ୍ୱକପ୍ ଦଳ ଚୟନ କରିଛନ୍ତି । ତାଙ୍କ ସ୍କ୍ୱାଡରେ ୧୫ ଜଣଙ୍କୁ ସାମିଲ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ସେ ଚୟନ କରିଥିଲା ଟିମ୍ ଇଣ୍ଡିଆରେ ମହମ୍ମଦ ଶାମି ଏବଂ ଭୁବନେଶ୍ୱର ଶର୍ମାଙ୍କୁ ସ୍ଥାନ ମିଳିଛି ।

ଦିନେଶ କାର୍ତ୍ତିକ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛନ୍ତି । ସେ ତାଙ୍କ ଦଳରେ ଜଣେ ଅଭିଜ୍ଞ ବୋଲିଂ ଆକ୍ରମଣକୁ ସାମିଲ କରିଥିଲେ। ଜସପ୍ରୀତ ବୁମରାହଙ୍କ ବ୍ୟତୀତ, ସେ ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମିଙ୍କୁ ସାମିଲ କରିଛନ୍ତି । ସେ କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲଙ୍କ ଭଳି ଦୁଇ ସ୍ପିନରଙ୍କୁ ମଧ୍ୟ ବାଛିଛନ୍ତି । କାର୍ତ୍ତିକ ବ୍ୟାକଅପ୍ ୱିକେଟକିପର ଭାବରେ ରିଷଭ ପନ୍ତଙ୍କ ବଦଳରେ ଇଶାନ କିଷନଙ୍କୁ ରହିଛନ୍ତି । ଯଶସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ଦଳରେ ସାମିଲ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଦୀର୍ଘ ଦିନ ହେବ ଟିମ୍ ଇଣ୍ଡିଆକୁ ବାହାରେ ଥିଲା ମହମ୍ମଦ ଶାମି ଏବଂ ଭୁବନେଶ୍ୱର କୁମାରଙ୍କୁ ଦଳରେ ସାମିଲ କରିଛନ୍ତି । ଏହା ପୂର୍ବରୁ ପୂର୍ବ କ୍ରିକେଟର ରବି ଶାସ୍ତ୍ରୀ ମଧ୍ୟ ଶାମି ଏବଂ ଭୁବନେଶ୍ୱର କୁମାରଙ୍କୁ ସ୍ଥାନ ଦେଇଥିଲେ । ଦୁଇ ପୂର୍ବ କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସମାନ ଭାବେ ସ୍ଥାନ ଦେଇଛନ୍ତି । ଏହି ଦୁଇ ଭେଟେରାନଙ୍କୁ ବିଶ୍ୱକପ ଖେଳିବାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି ।

ଏହା ବି ପଢନ୍ତୁ...World Cup 2027: ବିଶ୍ୱକପର ୧୨ ଭେନ୍ୟୁରେ କିପରି କିଙ୍ଗ୍ କୋହଲିଙ୍କ ରେକର୍ଡ ? ଜାଣନ୍ତୁ ଗୋଟିଏ କ୍ଲିକ୍‌ରେ

ତେବେ ଦିନିକିଆ ବିଶ୍ୱକପ କଥା କହିବାକୁ ଗଲେ, ଆସନ୍ତା ବର୍ଷ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ପାଇଁ ଭେନ୍ୟୁ ଘୋଷଣା କରାଯିବା ସହ ଲୋଗୋ ଉନ୍ମୋଚିତ ହୋଇଛି । ବିଶ୍ୱକପର ୧୪ତମ ସଂସ୍କରଣକୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିୟା ମିଳିତ ଭାବେ ଆୟୋଜନ କରୁଛନ୍ତି । ମୋଟ୍ ୧୪ଟି ଦଳକୁ ନେଇ ବିଶ୍ୱକପ୍ ଆୟୋଜନ କରାଯିବ । ଏଥର ବିଶ୍ୱକପ୍‌ର ମୋଟ୍ ୫୭ଟି ମ୍ୟାଚ ରହିଛି । ୩ ଆୟୋଜକ ଦେଶର ୮ଟି ସହରରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ । ଦକ୍ଷିଣ ଆଫ୍ରିକାର ୮ଟି, ଜିମ୍ବାୱେର ୩ଟି ଓ ନାମିବିୟାର ଗୋଟିଏ ଷ୍ଟାଡ଼ିୟମ୍‌ରେ ଖେଳାଯିବ ସମସ୍ତ ମ୍ୟାଚ । ୨୪ ବର୍ଷ ପରେ ଆଫ୍ରିକା ମହାଦେଶରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବାକୁ ଯାଉଛି ।

ଦିନେଶଙ୍କ ବିଶ୍ୱକପ ଟିମ୍- ଶୁଭମନ ଗିଲ୍ (କ୍ୟାପ୍ଟେନ୍), ରୋହିତ ଶର୍ମା, ବିରାଟ କୋହଲି, ଯଶ୍ୱଶୀ ଜୈସ୍ୱାଲ, ଇଶାନ କିଷନ, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରେଡ୍ଡୀ, କୁଳଦୀପ ଯାଦବ, ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia