Friday, 23 Oct, 5.28 pm ପ୍ରମେୟ

ହୋମ
ଯାତ୍ରା ସମୟରେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ସମସ୍ୟାରୁ ମୁକ୍ତି ପାଇବେ

Image Courtesy : https://www.indiatv.in/

ଭୁବନେଶ୍ୱର - ଅଧିକାଂଶ ଲୋକଙ୍କର ବସ୍‌ ,କାର ଆଦିରେ ଯାତ୍ରା କରିବା ବେଳେ ବାନ୍ତି ହେବାର ସମସ୍ୟା ଦେଖା ଦେଇଥାଏ । କିଛି ଲୋକଙ୍କର ଲମ୍ୱା ଯାତ୍ରା କରିବା ବା ଖାଲଢ଼ିପ ଓ ବୁଲାଣି ରାସ୍ତାରେ ମଧ୍ୟ ବାନ୍ତି ହୋଇଥାଏ । ଯାହାକୁ ନେଇ ସେମାନେ ଚିନ୍ତିତି ଥାନ୍ତି । କେମିତି ଯାତ୍ରା କଲା ବେଳେ ଏମିତି ସମସ୍ୟା ନହେଉ ତାର ଉପାୟ ଖୋଜନ୍ତି । ଆପଣଙ୍କ କିଛି ଘରୋଇ ଉପଚାର ବିଷୟରେ କହିବୁ , ଯାହାକୁ ଆପଣେଇଲେ ଏହି ସମସ୍ୟାକୁ ଅତି କମ୍‌ ସମୟରେ ଦୂର କରିପାରିବେ ।

ତୁଳସୀ - ତୁଳସୀର ପତ୍ର ବାନ୍ତି ରୋକିବାରେ ବହୁତ ସାହାଯ୍ୟ କରିଥାଏ । ଯେବେ ବି ଆପଣଙ୍କୁ ବାନ୍ତି ହେବାର ଅନୁଭବ ହେଉଛି , ତୁରନ୍ତ ଏହାର ୪-୫ଟି ପତ୍ରକୁ ଚୋବାନ୍ତୁ । ଏହା ବ୍ୟତୀତ ଆପଣ ଏକ ଛୋଟ ବୋତଲରେ ତୁଳସୀ ରସ ରଖି ଯେତେବେଳେ ବାନ୍ତି ଲାଗୁଛି ମହୁ ସହ ପିଅନ୍ତୁ ।

ଗୋଲ ମରିଚ - ଯଦି ଆପଣଙ୍କୁ ବାନ୍ତି ଲାଗୁଛି ୨-୩ଟି ଗୋଲ ମରିଚ ନେଇ ଚୋବାନ୍ତୁ । ଏଥିରେ ଆପଣ ସମସ୍ୟା ମୁକ୍ତ ଅନୁଭବ କରିବେ ।

ଲବଙ୍ଗ -ଯଦି କୌଣସି ସ୍ଥାନକୁ ଯାଉଛନ୍ତି ହଠାତ୍‌ ବାନ୍ତି ଲାଗୁଛି ତ ଆପଣ ସବୁବେଳେ ସାଥିରେ ଲବଙ୍ଗ ରଖିଥାନ୍ତୁ । ଯେବେ ଏମିତି ଅନୁଭବ ହେଲା ୧-୨ ଲବଙ୍ଗକୁ ପାଟିରେ ପକାଇ ଚୋବାନ୍ତୁ ।

ଅଦା - ବାନ୍ତି ବେଳେ ଅଦା ମଧ୍ୟ ଏକ ଉପଯୋଗୀ ଘରୋଇ ଜିନିଷ । ଏଥିରେ ଆଣ୍ଟି ଏମିଟିକ୍‌ ଗୁଣ ଥାଏ , ଯାହା ସହଜରେ ଆପଣଙ୍କ ପାଚନ ତନ୍ତ୍ରକୁ ଠିକ୍‌ ରଖିବା ସହ ବାନ୍ତି ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିପାଇଁ ବୋତଲରେ ଅଦା ଓ ଲେମ୍ୱୁ ରସ ସମ ପରିମାଣରେ ମିଶାଇ ରଖନ୍ତୁ । ଯେବେ ବାନ୍ତି ଲାଗୁଛି , ତୁରନ୍ତ ଏଇ ମିଶ୍ରଣକୁ ପିଇ ନିଅନ୍ତୁ । ଏହା ବ୍ୟତୀତ ଆପଣ ଏକ ଚାମକ ଅଦା ରସ ସହ କିଛି ରକ୍‌ ସଲଟ୍‌ ଓ ଅଳ୍ପ ପରିମାଣର ଗୋଲ ମରିଚ ଗୁଣ୍ଡ ମିଶାଇ ଏହାକୁ ସେବନ କରିପାରିବେ ।

ଜିରା - ଯଦି ଯାତ୍ରା ବେଳେ ବାନ୍ତି ହେଉଛି ତ ପାଣିରେ ଅଳ୍ପ ମାତ୍ରାର ଜିରା ଗୁଣ୍ଡ ମିଶାଇ ଏହାକୁ ସେବନ କରି ନିଅନ୍ତୁ । ତୁରନ୍ତ ଉପଶମ ପାଇବେ । ଆପଣ ବାନ୍ତିକୁ ଦୂର କରିପାରିବେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top