Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
'ଯୁବବର୍ଗଙ୍କୁ ସୁସ୍ଥ ରଖି ଭବିଷ୍ୟତ ଓ ସ୍ୱପ୍ନ ସାକାର କରିବା'; ନିଶାମୁକ୍ତ ଯୁବକ ଭାରତ ସଂକଳ୍ପ ଅଭିଯାନରେ କହିଲେ ମୁଖ୍ୟମନ୍ତ୍ରୀ

'ଯୁବବର୍ଗଙ୍କୁ ସୁସ୍ଥ ରଖି ଭବିଷ୍ୟତ ଓ ସ୍ୱପ୍ନ ସାକାର କରିବା'; ନିଶାମୁକ୍ତ ଯୁବକ ଭାରତ ସଂକଳ୍ପ ଅଭିଯାନରେ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୨/୦୮; ନିଶାମୁକ୍ତ ଯୁବବର୍ଗ ଭାରତ ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ଓଡ଼ିଶାର ଯୁବ ସାଥୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୨୮ ହଜାରରୁ ଅଧିକ ସ୍ଥାନରେ ୨ କୋଟିରୁ ଅଧିକ ଯୁବକ ଯୁବତୀ ନିଶାମୁକ୍ତ ଭାରତ ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି । ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଯୁବ ଶକ୍ତି ନିଶାଠୁ ଦୂରରେ ରହିବେ ।

ଆମର ପ୍ରାଥମିକତା ଯୁବବର୍ଗଙ୍କୁ ସୁସ୍ଥ ରଖି ଭବିଷ୍ୟତ ଓ ସ୍ୱପ୍ନ ସାକାର କରିବା । ଆମେ ସମସ୍ତେ ସଂକଳ୍ପ ନେବା, ନିଶାକୁ ନା ଜୀବନ ଓ ପ୍ରଗତିକୁ ହଁ କହିବାସ । ରାଜ୍ୟ ସରକାର ନିଶା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ନିଶା ନିବାରଣ ପାଇଁ ଆଗକୁ ରାଜ୍ୟ ସ୍ତରୀୟ, ଜିଲ୍ଲା ଏବଂ ବ୍ଲକ ସ୍ତରକୁ ଯିବ କାର୍ଯ୍ୟକ୍ରମ । ନିଶା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିଶା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ନିଶାଗ୍ରସ୍ତଙ୍କ ଚିକିତ୍ସା ପାଇଁ ସରକାର ଦାୟିତ୍ୱ ନେଉଛନ୍ତି । ଏହା ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ ଜନ ଆନ୍ଦୋଳନ । 'ନିଶା ମୁକ୍ତ ଯୁବପିଢି ବିକଶିତ ଭାରତ ସକଳ୍ପ ଅଭିଯାନ' କାର୍ଯ୍ୟକ୍ରମକୁ ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌- ନିଶା ବେପାରୀ ଏବଂ ନିଶାଗ୍ରସ୍ତଙ୍କ ବିଷୟରେ ଗୋପନରେ ପୁଲିସକୁ ଜଣାନ୍ତୁ, ପୁଲିସ ଆପଣଙ୍କ ନାମ ଗୋପନ ରଖି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ଏହି ସାମାଜିକ ଆନ୍ଦୋଳନ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଚାଲୁ ରହିବ । ପ୍ରତି ରବିବାର ଖେଳକୁଦ ମାଧ୍ୟମରେ ଫିଟନେସ୍, ଯୋଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜାରି ରଖାଯିବ । ଜାତୀୟ ସ୍ତର କାର୍ଯ୍ୟକ୍ରମ ପରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଏବଂ ବ୍ଲକ ସ୍ତରରେ ଏହା ଆରମ୍ଭ ହେବ । ଆମର ପ୍ରାଥମିକତା ଯୁବବର୍ଗଙ୍କୁ ସୁସ୍ଥ ରଖି ଭବିଷ୍ୟତ ଓ ସ୍ୱପ୍ନ ସାକାର କରିବା । ଆମେ ସମସ୍ତେ ସଂକଳ୍ପ ନେବା, ନିଶାକୁ ନା କହିବା ଜୀବନ ଓ ପ୍ରଗତିକୁ ବାଛିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହା ବି ପଢନ୍ତୁ...Teamindia Tension; 'ପ୍ରଶ୍ନ ପଚରାଯିବ';...WTC ଫାଇନାଲ ରେସ୍ରେ ଭାରତ ଉପରେ ଚାପ, ଗୌତମ ଗମ୍ଭୀରଙ୍କୁ ବଡ଼ ଚେତାବନୀ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia