କଟକ ୨୮।୮: SCB ଅଧୀକ୍ଷକଙ୍କ ଅଫିସ ଡିଇଓ ଗିରଫ । ଟଙ୍କା ହେରଫେର ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । SCB ମେଡିକାଲରେ ଏକ ଏଜି ଅଡିଟ୍ ସମୟରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ଅନିୟମିତତା ହୋଇଥିବା ଜଣାପଡିଥିଲା । ଏହି ଅର୍ଥ ହେରଫେରରେ DEO ଦିନେଶ ରାଉତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।