ଘଟଗାଁ ୦୪।୦୭: ଗୁଣି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା । ପରିତ୍ୟକ୍ତ କୂଅରୁ ନିଖୋଜ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। କେନ୍ଦୁଝର ବଳିପର୍ବତ ଗାଁର ହୁଲ୍ଲାବାହାଳି ସାହିରେ ଅଭାବନୀୟ ଘଟଣା। ଖବର ଅନୁଯାୟୀ, ମୃତ ଦମ୍ପତି ହେଉଛନ୍ତି ଖଗେଶ୍ବର ସୋରେନ୍ ଓ ଟୁନି ସୋରେନ୍ । ଉଭୟ ୭ ଦିନ ହେବ ନିଖୋଜ ଥିଲେ । ଉଭୟଙ୍କ ଗଳିତ ମୃତ ଦେହ ଗାଁ ନିକଟସ୍ତ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି ପୋଲିସ୍ ।-ମନୋବିଜ୍ଞାନ କଥା...ଯେଉଁମାନେ ସବୁବେଳେ ବିଳମ୍ଵରେ ଆସନ୍ତ, ଜାଣନ୍ତୁ ସେମାନଙ୍କ ବ୍ୟକ୍ତିତ୍ବ କିଭଳି ? ତେବେ ସ୍ୱମୀ-ସ୍ତ୍ରୀଙ୍କୁ କିଏ କାହିଁକି ହତ୍ୟା କରିଲା । ନା ମୃତ୍ୟୁ ପଛରେ ଆଉ କଣ କାରଣ । ଏସବୁର ତଦନ୍ତ କରୁଛି ପୋଲିସ । ପୁରା ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ସତ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।
