Dailyhunt

୭୦ ବର୍ଷୀୟ ବର, ୬୫ ବର୍ଷୀୟା କନ୍ୟା, ଭିକ୍ଷାବୃତ୍ତି ବେଳେ ରେଳ ଷ୍ଟେସନରେ ପ୍ରେମ, ମନ୍ଦିରରେ ହେଲା ବାହାଘର

NEWS7 1 week ago
 ଜଳେଶ୍ବର: ପ୍ରେମ ପବିତ୍ର ସମ୍ପର୍କର ଅନ୍ୟନାମ। ପ୍ରେମର ପରିଭାଷା ନାହିଁ, ବୟସର ସୀମା ନାହିଁ। ପ୍ରେମ ବିବାହର ଅନେକ କାହାଣୀ ଲୋକଲୋଚନକୁ ଆସିଛି। ମାତ୍ର ଏ କାହାଣୀ ଯେତିକି ନିଆରା, ସେତିକି ହୃଦୟସ୍ପର୍ଶୀ। ପେଟ ପାଇଁ ଷ୍ଟେସନରେ ଭିକ୍ଷା ବୃଦ୍ଧି କରିବା ବେଳେ ନେବାକୁ ପଡ଼ିଲା ସାଥୀ ହେବାର ଶପଥ । ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଅସହାୟ ବୃଦ୍ଧ-ବୃଦ୍ଧା ।
୭୦ ବର୍ଷୀୟ କୁଷ୍ଠ ରୋଗରେ ଆକ୍ରାନ୍ତ ବୃଦ୍ଧଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ୬୫ ବର୍ଷୀୟା ବୃଦ୍ଧା ଚମ୍ପା। ରେଳ ଷ୍ଟେସନରେ ପ୍ରେମ ଓପରେ ମନ୍ଦିରରେ ବିବାହ। ପ୍ରେମ କେତେବେଳେ କେଉଁଠି ହେବ; ତାହା କହି ହେବନି। ଏହି ଉକ୍ତିକୁ ସତ୍ୟ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳର ବୃଦ୍ଧ ଦମ୍ପତି ଚୈତନ୍ୟ ସୋରେନ୍ ଏବଂ ଚମ୍ପା ସୋରେନ।

ବାଜା ବାଜିଲା, ବାଣ ଫୁଟିଲା, ବରଯାତ୍ରୀ ବି ନାଚି ନାଚି ମନ୍ଦିର ପ୍ରାଙ୍ଗଣକୁ ଆସିଲେ। ମନ୍ଦିର ପ୍ରାଙ୍ଗଣରେ ବର-କନ୍ୟାଙ୍କୁ ଦେଖି ଦେଖିବାକୁ ଲୋକଙ୍କ ଭିଡ଼ ବି ଜମିଲା। ଜଳେଶ୍ଵର ବ୍ଳକ ହାତୀଗଡ଼ ଅଞ୍ଚଳର ଞ୍ଚଳର ଚୈତନ୍ୟ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଘରୁ ପଳାଇ ଆସିଲେ । ଜଳେଶ୍ଵର ସହରରେ ରହି ରେଳ ଷ୍ଟେସନରେ ଭିକ୍ଷା ବୃଦ୍ଧି କଲେ ।

ଭିକ୍ଷା ବୃଦ୍ଧି କରୁ କରୁ ରାଇବଣିଆ ଅଞ୍ଚଳର ୬୫ ବର୍ଷୀୟା ଅସହାୟ ବୃଦ୍ଧା ଚମ୍ପାଙ୍କ ସହିତ ତାଙ୍କର ଭେଟ ହୁଏ। କ୍ରମଶଃ ସେମାନନଙ୍କ ଭିତରେ କଥାବାର୍ଭା ହୁଏ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠେ ଶେଷରେ ଉଭୟେ ଉଭୟଙ୍କୁ ଜୀବନ ସାଥୀ ହେବା ପାଇଁ ମନସ୍ଥ କରି ନିଅନ୍ତି। ଏମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଅନ୍ତୁ ଅତି ଜଳେଶ୍ବର ବ୍ଳକର ଭୋଲା ଭଣ୍ଡାରୀ ସ୍ୱେଚ୍ଛାସେବୀ ସଂଗଠନ। ଜଳେଶ୍ବର ପଞ୍ଚୁ ଘଣ୍ଟାସ୍ଥିତ ସିଦ୍ଧେଶ୍ୱର ମହାଦେବ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଛି। ବାକିତକ ଜୀବନ ସାଙ୍ଗରେ ରହିବେ, ବିବାହ ପରେ ଉଭୟ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7