Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଭାରତରେ ଦେଖାଯିବ କି ନାହିଁ ?

NEWS7 2 weeks ago
 ନୂଆଦିଲ୍ଲୀ ୨୮।୦୮; ଆଜି ଆକାଶରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ୨୦୨୬ ମସିହାର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଆଜି, ଅର୍ଥାତ୍ ୨୮ ଅଗଷ୍ଟରେ ଲାଗୁଛି । ଏହି ଦିନ ହିଁ ପାଳନ ହେଉଛି ଭାଇ-ଭଉଣୀଙ୍କ ପବିତ୍ର ପର୍ବ ରକ୍ଷାବନ୍ଧନ । ତେଣୁ ଚନ୍ଦ୍ରଗ୍ରହଣକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ରହିଛି । ଖଗୋଳୀୟ ଗଣନା ଅନୁସାରେ, ଭାରତୀୟ ସମୟ ସକାଳ ପ୍ରାୟ ୬ଟା ୫୫ ମିନିଟ୍ରେ ଗ୍ରହଣର ଉପଛାୟା ପର୍ଯ୍ୟାୟ ଆରମ୍ଭ ହେବ।
ସକାଳ ୮ଟା ୪ ମିନିଟ୍ରେ ଆଂଶିକ ଚନ୍ଦ୍ରଗ୍ରହଣ, ସକାଳ ୯ଟା ୪୩ ମିନିଟ୍ରେ ପରମଗ୍ରାସ, ଏବଂ ୧୧ଟା ୨୧ ମିନିଟ ଆଂଶିକ ଗ୍ରହଣ ଶେଷ ହେବ। ଅପରାହ୍ନ ପ୍ରାୟ ୧୨ଟା ୩୦ ମିନିଟ୍ରେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ ଶେଷ ହେବ। ତେବେ ସବୁଠାରୁ ବଡ଼ କଥା ହେଉଛି ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ଗ୍ରହଣ ସମୟରେ ଭାରତରେ ଦିନ ଥିବାରୁ ଚନ୍ଦ୍ର ଦିଗନ୍ତ ତଳେ ରହିବ।

ତେଣୁ ଭାରତରୁ ଏହି ଖଗୋଳୀୟ ଘଟଣାକୁ ଦେଖିବା ସମ୍ଭବ ହେବ ନାହିଁ। ଏହା ଉତ୍ତର ଓ ଦକ୍ଷିଣ ଆମେରିକା ସମେତ ୟୁରୋପ ଓ ଆଫ୍ରିକାର କିଛି ଅଞ୍ଚଳରୁ ଦୃଶ୍ୟମାନ ହେବ। ଏବେ ଆସନ୍ତୁ ଜାଣିବା ସୂତକ କାଳକୁ ନେଇ କ’ଣ ରହିଛି ନିୟମ। ଧାର୍ମିକ ମାନ୍ୟତା ଅନୁସାରେ, କୌଣସି ଅଞ୍ଚଳରେ ଗ୍ରହଣ ଦୃଶ୍ୟମାନ ହେଲେ ସେଠାରେ ସୂତକ କାଳ ମାନ୍ୟ ହୁଏ।

ଭାରତରେ ଏହି ଗ୍ରହଣ ଦେଖାଯାଉନଥିବାରୁ ଏଠାରେ ସୂତକ କାଳ ମାନ୍ୟ ହେବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଫଳରେ ମନ୍ଦିର ବନ୍ଦ, ଖାଦ୍ୟପାନୀୟ ଉପରେ ପ୍ରତିବନ୍ଧ ଭଳି ଗ୍ରହଣକାଳୀନ ନିୟମ ଭାରତରେ ଲାଗୁ ହେବ ନାହିଁ। ରକ୍ଷାବନ୍ଧନ ଉପରେ ମଧ୍ୟ ଚନ୍ଦ୍ରଗ୍ରହଣର କୌଣସି ପ୍ରଭାବ ପଡ଼ିବ ନାହିଁ। ଭାରତରେ ଗ୍ରହଣ ଦୃଶ୍ୟମାନ ନହେବା ସହ ସୂତକ ମାନ୍ୟ ନଥିବାରୁ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାରେ କୌଣସି ଗ୍ରହଣଜନିତ ବାଧା ନାହିଁ ବୋଲି କୁହାଯାଇଛି।

ଏହା ସହ ରକ୍ଷାବନ୍ଧନ ପୂର୍ବରୁ ଭଦ୍ରା କାଳ ମଧ୍ୟ ଶେଷ ହୋଇଯାଇଥିବାରୁ ପର୍ବ ପାଳନକୁ ନେଇ ବିଶେଷ ସମସ୍ୟା ନାହିଁ। ଅର୍ଥାତ୍, ଗୋଟିଏ ପଟେ ଆକାଶରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଅନ୍ୟପଟେ ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ପର୍ବ ରକ୍ଷାବନ୍ଧ ନ। କିନ୍ତୁ ଭାରତରେ ଗ୍ରହଣ ଦୃଶ୍ୟମାନ ନହେବାରୁ ରାକ୍ଷୀ ପର୍ବ ଉପରେ ଏହାର କୌଣସି ବାଧା ରହିବ ନାହିଁ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7