ମୁମ୍ବାଇ୦୨/୦୮: କ୍ରିକେଚର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଆଜିଙ୍କ୍ୟ ରାହାଣେ । ସେ ଆଇପିଏଲରେ ମଧ୍ୟ ନଜର ଆସିବେନି । ସୋସିଆଲ ମିଡିଆରେ ଅବସର ବାବଦରେ ଆଜିଙ୍କ୍ୟ ସୂଚନା ଦେଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ବର୍ଡର ଗାଭାସ୍କର ଟ୍ରଫିରେ ଦବଦବା ଜାହିର କରିଥିଲା ।୨୦୨୦-୨୧ରେ କାମଚଳା ଅଧିନାୟକ ଭାବେ ରାହାଣେ ଭାରତୀୟ ଦଳକୁ ବଡ଼ ଭେଟି ଦେଇଥିଲେ ।ଦିନିକିଆରେ ସେ ତିନୋଟି ମ୍ୟାଚରେ ନେତୃତ୍ୱ ନେଉଥିବା ବେଳେ ସବୁଥିରେ ଦଳ ଜିତିଛି । ହାର୍ଦ୍ଦିକ ମୁମ୍ବାଇରେ ରହିବେ ନା ଛାଡ଼ିବେ ? ଚର୍ଚ୍ଚାରେ ବ୍ରେକ୍ ଦେଲା ଟିମ୍, କହିଲା... ସେ ନିଜ କ୍ୟାରିଅରରେ ୮୫ଟି ଟେଷ୍ଟ୍, ୯୦ଟି ଓଡିଆଇ, ୨୦ଟି ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି ।
ମୋଟ୍ ସେ ୮୪୧୪ ରନ୍ କରିଥିବା ବେଳେ ଆଭରେଜ୍ ହେଉଛି ୩୫.୯୫ । ତେବେ ରନ୍ ସ୍କୋରରେ ୧୫ଟି ଶତକ ଏବଂ ୫୧ଟି ଅର୍ଧଶତକ ମଧ୍ୟ ସାମିଲ ଅଛି । ରିପୋର୍ଟ ଅନୁସାରେ, ୨୦୨୨ରେ ବିସିସିଆଇ ଖେଳାଳିଙ୍କୁ ମିଳୁଥିବା ପେନସନ୍ ଯୋଜନାରେ ପରିବର୍ତ୍ତନ କରିଥିଲା । ପୂର୍ବରୁ ଖେଳାଳିଙ୍କୁ ଅଭିଜ୍ଞତା ହିସାବରେ ଅତି କମରେ ୫୦ ହଜଜାର ଟଙ୍କା ମିଳୁଥିଲା ।
ଏବେ ଏହାକୁ ୭୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହି ହିସାବରେ ରାହାଣେଙ୍କୁ ମାସିକ ୭୦ ହଜାର ଟଙ୍କା ମିଳିବ । ସୂଚନାଯୋଗ୍ୟ, ଯଦି ରାହାଣେ ବିସିସିଆଇରେ କୌଣସି ଅଫିସିଆଲ୍ ରୋଲରେ ରହିବେ ତାହାଲେ ତାଙ୍କୁ ଆଉ ପେନସନ୍ ମିଳିବ ନାହିଁ । ବରଂ ଦରମା ଦିଆଯିବ । କିନ୍ତୁ ସେ ଯେତେଦିନ ଯାଏଁ ବିସିସିଆଇର କୌଣସି ଅଧିକାରୀ ଭାବେ କାର୍ଯ୍ୟ କରି ନାହାଁନ୍ତି ସେବେଯାଏଁ ପେନସନ୍ ପାଇବେ । କିନ୍ତୁ କୋଚ୍ କିମ୍ବା ମେଣ୍ଟର୍ ଭାବେ କାମ କଲେ ସେହି ସମୟ ମଧ୍ୟରେ ପେନସନକୁ ରୋକାଯାଇ ଦରମା ପ୍ରଦାନ କରାଯିବ ।
