ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଗୁରୁବାର କଂଗ୍ରେସ ନେତା ପବନ ଖେଡ଼ାଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ହୋଇଛି। ଏହି ମାମଲା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ଶର୍ମାଙ୍କ ଦ୍ବାରା ରୁଜୁ ଏକ ମାନହାନୀ ମାମଲା ସହ ଜଡ଼ିତ। ଶୁଣାଣି ସମୟରେ ଦୁଇ ପକ୍ଷଙ୍କ (ପବନ ଖେଡ଼ା ଏବଂ ଆସାମ ସରକାର) ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପବନ ଖେଡ଼ାଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସାର୍ବଜନୀନ ବୟାନକୁ କଡ଼ା ଭର୍ତ୍ସନା କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ‘ସାମ୍ବିଧାନିକ କାଓବଏ’ ଏବଂ ‘ସାମ୍ବିଧାନିକ ରାମ୍ବୋ’ ବୋଲି କହିଛନ୍ତି। ସେ ଯୁକ୍ତି ରଖିଛନ୍ତି ଯେ, ଖେଡ଼ାଙ୍କୁ ଗିରଫ କରିବା ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ କ୍ରୋଧରୁ ପ୍ରେରିତ ଏବଂ ସମଗ୍ର ମାମଲା ପକ୍ଷପାତିତାରେ ପରିପୂର୍ଣ୍ଣ। ଏହି ସମୟରେ ସିଂଘଭୀ ସମ୍ବାଦପତ୍ରର ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ଅପଶବ୍ଦ କହିଥିବା ଅଭିଯୋଗ କରିଛନ୍ତି।
ଗୌହାଟି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ପବନ ଖେଡ଼ା, ମାଗିଲେ ଆଗୁଆ ଜାମିନ୍ ସିଂଘଭୀ ଏହି ସ୍ଥିତିକୁ ଅଦ୍ଭୁତପୂର୍ବ କହିବା ସହ କହିଛନ୍ତି, ‘ଯଦି ଡା. ଆମ୍ବେଦକର କୌଣସି ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କୁ ଏଭଳି ‘ସାମ୍ବିଧାନିକ କାଓବଏ’ ଭଳି କହୁଥିବା ଦେଖିଥାନ୍ତେ.. ତେବେ ତାଙ୍କୁ ମଧ୍ୟ ବହୁତ କଷ୍ଟ ପହଞ୍ଚିଥାନ୍ତା।’ ସେ ଆହୁରି କହିଛନ୍ତି, ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଖେଡ଼ାଙ୍କ ଘରକୁ ୫୦ରୁ ୮୦ ପୋଲିସକର୍ମୀ ଏଭଳି ଘେରି ରଖିଥିଲେ ଯେପରି କୌଣସି ଆତଙ୍କବାଦୀଙ୍କୁ ଧରିବାକୁ ଯାଇଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ମାତ୍ର ଗୋଟିଏ ମାନହାନି ମାମଲାରେ ଏତେ ସଂଖ୍ୟକ ପୋଲିସ ଫୋର୍ସ ବ୍ୟବହାର ଉଚିତ କି ?
ଆସାମ ସରକାରଙ୍କ ଯୁକ୍ତି ସେପଟେ ଆସାମ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଖେଡ଼ାଙ୍କ ଜାମିନ ଆବେଦନର କଡ଼ା ବିରୋଧ କରିଛନ୍ତି। ମେହଟା କହିଛନ୍ତି ଏପର୍ଯ୍ୟନ୍ତ ଯାଞ୍ଚରୁ ସ୍ପଷ୍ଟ ହୋଇଛି ଯେ, ଖେଡ଼ାଙ୍କ ଦ୍ବାରା ଉପସ୍ଥାପିତ ଦସ୍ତାବିଜ (ପାସପୋର୍ଟ) ସଂପୂର୍ଣ୍ଣ ଭାବରେ ମିଥ୍ୟା ଏବଂ ଜାଲ। କୌଣସି ସରକାରୀ ଅଥରିଟି ଏଭଳି କୌଣସି ପାସପୋର୍ଟ ଜାରି କରିନଥିଲେ। ସେ ଆହୁରି ଯୁକ୍ତି ରଖିଛନ୍ତି ଯେ, ମାମଲାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଖେଡ଼ାଙ୍କୁ ହେପାଜତରେ ନେଇ ପଚରାଉଚରା କରି ଜରୁରୀ।
କାରଣ ପୋଲିସ ଏହା ଜାଣିବାକୁ ଚାହୁଛି ଯେ, ଜାଲ ଡକ୍ୟୁମେଣ୍ଟ କିଏ କରିଥିଲା ? ଏହି ପ୍ରକ୍ରିୟାରେ କିଏ ସାହାଯ୍ୟ କରିଥିଲା କିମ୍ବା କୌଣସି ବ୍ୟକ୍ତି ତାଙ୍କୁ ଏହି ଦସ୍ତାବିଜ ଯୋଗାଇଥିଲେ ? ସେ ଜୋର ଦେଇ କହିଛନ୍ତି ଯେ, ଯଦି କୌଣସି ଦସ୍ତାବିଜ ଉପରେ କୌଣସି ଦେଶର ଆନୁଷ୍ଠାନିକ ମୋହର ବ୍ୟବହାର ହୋଇଛି। ତେବେ ଏହି ମାମଲା ଖୁବ ଗୁରୁତର ହୋଇଯାଏ ଏବଂ ଏହାର ଗଭୀରତାର ସହ ଯାଞ୍ଚ ହେବା ଦରକାର।
ଆସାମ ପୋଲିସର ଆବେଦନ ଖାରଜ, ପବନ ଖେଡ଼ାଙ୍କ ବିରୋଧରେ NBW ଜାରି କରିବାକୁ ମନା କଲେ କୋର୍ଟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା ତେବେ ମାମଲାରେ ଆସାମ ସରକାର ଏହି କଥିତ ଠକେଇ ନେଟଓ୍ବର୍କର ପର୍ଦ୍ଦାଫାଶ କରିବା ପାଇଁ ହେପାଜତରେ ନେଇ ପଚରାଉଚରା କରିବା ଆବଶ୍ୟକ ବୋଲି କହୁଛନ୍ତି। ସେହିଭଳି ପବନ ଖେଡ଼ାଙ୍କ ଓକିଲ ଏହି ମାମଲାକୁ ବ୍ୟକ୍ତିଗତ ସ୍ବତନ୍ତ୍ରତା କ୍ଷୁର୍ଣ୍ଣ ଏବଂ ଗିରଫଦାରୀଙ୍କୁ ଅଯୋଗ୍ୟ ବୋଲି କହିଛନ୍ତି। ଏହି ତୀବ୍ର ଦାବି ଓ ବିରୋଧ ମଧ୍ୟରେ ଏବେ ସୁପ୍ରିମକୋର୍ଟ ଏହା ନିଷ୍ପତ୍ତି ନେବେ ଯେ, ପବନ ଖେଡ଼ାଙ୍କୁ ଆଗୁଆ ଜାମିନ ମିଳିବ କି ନାହିଁ ?