Dailyhunt

ଆମେରିକାରେ ୧୪ ମାସ କୋମା ପରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ, କ'ଣ ଥିଲା ତାଙ୍କ ଶେଷ ଇଚ୍ଛା ?

NEWS7 1 week ago
 ନୂଆଦିଲ୍ଲୀ, ୦୭/୦୪ : ୧୪ ମାସ ଧରି କୋମାରେ ଥିଲେ ଯୁବତୀ । ଆମେରିକାରେ ଜୀବନ ମରଣ ସହ ସଙ୍ଘର୍ଷ କରୁଥିଲେ । କିନ୍ତୁ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମାସମାସ ଧରି କୋମାରେ ରହିବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୩୫ ବର୍ଷୀୟ ନୀଲମ ତାନାଜୀ ସିନ୍ଦେ । ନୀଲମଙ୍ଗ ଘର ମହାରାଷ୍ଟ୍ରର ସତାରାରେ । ସେ ଆମେରିକାରେ ୪ବର୍ଷ ହେଲା କମ୍ପ୍ୟୁଟର୍ ସାଇନ୍ସ ପାଠ ପଢୁଥିଲେ ।
କାଲିଫର୍ଣ୍ଣିଆରେ ୨୦୨୫ ମସିହା ଫେବ୍ରୁଆରୀ ୧୪ ତାରିଖରେ ଏକ ଭୟଙ୍କର ଦୁର୍ଘଟଣାର ସେ ସମ୍ମୁଖୀନ ହୋଇଥିଲେ । ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଏହାପରେ ବି ଚେତା ଫେରିନଥିଲା । ହେଲେ ମୃତ୍ୟୁ ପରେ ବି ସେ ଅମର ହୋଇଯାଇଛନ୍ତି ।

ନିଜର ଅଙ୍ଗଦାନ କରି ଅନେକଙ୍କ ପାଇଁ ସାହାରା ପାଲଟିଛନ୍ତି । ଯାହା ତାଙ୍କର ଶେଷ ଇଚ୍ଛା ରହିଥିଲା । ଦୁର୍ଘଟଣାରେ ମସ୍ତିସ୍କରେ ଆଘାତ ଦୁର୍ଘଟଣାରେ ନୀଲମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ହାତ, ଗୋଡ ଏବଂ ଛାତିରେ କ୍ଷତ ହୋଇଥିଲା ।

ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ସର୍ଜରୀ କରାଯାଇଥିଲା । ଏହାପରେ ସେ ଆଇସିୟୁରେ ଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଦେଖିନଥିଲେ ଡାକ୍ତର । ଦୁଃଖରେ ପରିବାର ଝିଅର ଦୁର୍ଘଟଣା ଖବର ଶୁଣି ବାପା ଆମେରିକା ଯିବାକୁ ବାହାରିଥିଲେ ।

କିନ୍ତୁ ତାଙ୍କ ଏମରଜେନ୍ସି ଭିସା ମିଳିବାରେ ବିଳମ୍ବ ହୋଇଥିଲା । ବାରମ୍ବାର ମୁମ୍ବାଇ ସ୍ଥିତ ଭିସା କାର୍ଯ୍ୟାଳୟକୁ ଧାଉଁଥିଲେ ବି ଭିସା ମିଳିନଥିଲା । ଏନେଇ ଖବର ଆସିବା ପରେ ଭିସା ମିଳିଥିଲା ଏବଂ ନୀଲମଙ୍କ ବାପା ଏବଂ ଭାଇ ଆମେରିକା ଯାଇଥିଲେ । କିନ୍ତୁ ଏବେ ଝିଅର ମୃତ୍ୟୁ ପରେ ବାପା ଭାଙ୍ଗିପଡିଛନ୍ତି ।

ନୀଲମଙ୍କ ଶେଷ ଇଚ୍ଛା ନୀଲମ ମୃତ୍ୟୁ ପୂର୍ବରୁ ନିଜର ଶେଷ ଇଚ୍ଛା ପୂରଣ କରିଛନ୍ତି । ସେ ବଞ୍ଚିଥିବା ବେଳେ ଅଙ୍ଗଦାନ ପାଇଁ ସହମତି ଦେଇଥିଲେ । ଏବେ ପରିବାର ଲୋକେ ଝିଅର ଇଚ୍ଛା ପୂରଣ କରିବେ ବୋଲି କହିଛନ୍ତି । ତେବେ ନୀଲମଙ୍କ ଶେଷକୃତ୍ୟ ଆମେରିକାରେ ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହେବ । ଏପ୍ରିଲ ୮ ତାରିଖରେ ତାଙ୍କୁ ମୁଖାଗ୍ନୀ ଦିଆଯିବ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7