ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଏହି ଦଳର ଅଧିନାୟକତ୍ୱ ଶ୍ରେୟସ ଅୟର କରିବେ । ସଞ୍ଜୁ ସାମସନଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି । ତିଲକ ବର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱରେ ରଖାଯାଇଛି । ଯଶପ୍ରୀତ ବୁମରା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର ଏବଂ ହର୍ଷିତ ରାଣା ମଧ୍ୟ ଟିମରେ ଅଛନ୍ତି, କିନ୍ତୁ ଏହି ଖେଳାଳିମାନଙ୍କର ଖେଳିବା ଫିଟନେସ୍ ମଞ୍ଜୁରି ଉପରେ ନିର୍ଭର କରିବ ।ସେମାନେ ସମ୍ପୂର୍ଣ୍ଣ ଫିଟ୍ ହେଲେ ହିଁ ମ୍ୟାଚ୍ ଖେଳିପାରିବେ । ତିନି ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ଶୃଙ୍ଖଳା ସେପ୍ଟେମ୍ୱର ୧୩,୧୫ ଏବଂ ୧୭ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜ୍ ପାଇଁ ଭାରତୀୟ ଟିମରେ କିଛି ବଡ଼ ପରିବର୍ତ୍ତନ କରାଯାଇନାହିଁ । ଜିମ୍ୱାୱେ ସିରିଜରେ ବ୍ୟାଟିଂ କ୍ରମରେ ସଞ୍ଜୁ ସାମସନଙ୍କୁ ବାହାର କରାଯାଇଥିଲା ।
ତାଙ୍କ ସ୍ଥାନ ରିଙ୍କୁ ସିଂହ ନେଇଥିଲେ । କିନ୍ତୁ ଏବେ ପୁଣି ଥରେ ସଞ୍ଜୁ ସାମସନ ଟିମକୁ ଫେରିଛନ୍ତି । ସଞ୍ଜୁଙ୍କ ପ୍ରତ୍ୟାବର୍ତ୍ତନ ପରେ ଟିମ୍ ଇଣ୍ଡିଆ ପାଇଁ ଓପନିଂ କିଏ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିଷେକ ଶର୍ମା ଖରାପ ଫର୍ମ ଦେଇ ଗତି କରୁଛନ୍ତି, ଏପରି ସ୍ଥିତିରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠିବ ।
