ଖଲ୍ଲିକୋଟ ୦୨।୦୮ : କାଳୀ ମନ୍ଦିରରେ ଅଘଟଣା । ନିଜ ହାତରେ ନିଜ ଜିଭ କାଟିଦେଲେ ଯୁବକ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ହଂସତୁଳି ଗାଁରେ ଥିବା କାଳୀ ମନ୍ଦିରରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଘଟିଛି ଘଟଣା । ହଂସତୁଳି ଗାଁରେ ଯୁବକ କିରଣ ପାତ୍ର ମନ୍ଦିରରେ ଗୁହାରିଆ ପଡିବେ ବୋଲି ନିଜ ଜିଭକୁ ନିଜ ହାତରେ କାଟିଛନ୍ତି ।