ବ୍ରହ୍ମପୁର: ବେଆଇନ ଅନଲାଇନ୍ ବେଟିଂ ଉପରେ ବ୍ରହ୍ମପୁର ପୁଲିସର ଚଢାଉ। ମାମଲାରେ ଦୁଇ ଅଭିଯୁକ୍ତ ରୋହିତ ମହାନ୍ତି ଓ ବାଦଲ ଗୌଡ଼ଙ୍କୁ ପୁଲିସ ଗିରଫ କରିଛି। ଟାଉନ ଥାନା ଏବଂ ବଡବଜାର ଥାନା ଅଞ୍ଚଳରେ ଚାଲିଥିବା ବେଟିଂ ଅପରେସନ ରେ ମିଳିଛି ପୁଲିସକୁ ସଫଳତା। ଏପ୍ରିଲ ୨୯ରେ ରାତି ପ୍ରାୟ ୯ ଟା ୩୦ ସମୟରେ ପୁଲିସ ପେଟ୍ରୋଲିଙ୍ଗ ବେଳେ ବେଟିଂ ଚାଲିଥିବା ବେଳେ ପୋଲିସର ନଜରକୁ ଆସିଥିଲା। ଗାନ୍ଧୀ ନଗରର ସାଇ କମ୍ପ୍ଲେକ୍ସସ୍ଥିତ ସୁଭମ ମୋବାଇଲ୍ ଦୋକାନରେ ବେଆଇନ୍ ଅନଲାଇନ୍ ବାଜି କାର୍ଯ୍ୟକଳାପ ଚାଲିଥିବା ସମ୍ପର୍କରେ ବିଶ୍ଵସ୍ତ ସୂଚନା ପାଇ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାସ୍ଥଳରେ ଚଢାଉ କରିଥିଲା। ଚଢାଉ ସମୟରେ, ବୈକୁଣ୍ଠ ନଗର ବ୍ରହ୍ମପୁରର ଅଭିଯୁକ୍ତ ରୋହିତ ମହାନ୍ତି (୩୨ ବର୍ଷ) "ସ୍କାଏ ଏକ୍ସଚେଞ୍ଜ" ପ୍ଲାଟଫର୍ମ ମାଧ୍ୟମରେ ମୋବାଇଲ୍ ଡିଭାଇସ୍ ବ୍ୟବହାର କରି ଅନଲାଇନ୍ ବେଟିଂରେ ସକ୍ରିୟ ଭାବରେ ଲିପ୍ତ ଥିବା ବେଳେ ଗିରଫ କରିଥିଲା ପୁଲିସ । ଗିରଫ ଅଭିଯୁକ୍ତ ହ୍ୱାଟସଆପ୍ ମାଧ୍ୟମରେ ବିଭିନ୍ନ ବ୍ୟକ୍ତିଙ୍କୁ ଆଇଡି ଏବଂ ପାସୱାର୍ଡ ପ୍ରଦାନ କରି ବାଜି ଲଗାଇବାରେ ସହଜ କରୁଥିଲେ। ବହୁଚର୍ଚ୍ଚିତ ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ ମାମଲା, ୨୬ ବର୍ଷ ପରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ସେ ନେଟୱାର୍କର ମୁଖ୍ୟ ଅପରେଟର ଭାବରେ ରାଜ କିଶୋର ସାମଲ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ବିଷୟରେ ମଧ୍ୟ ପ୍ରକାଶ କରିଥିଲେ।
ଏହା ବ୍ୟତୀତ, ଅନଲାଇନ୍ ବେଟିଂ କାରବାର ପାଇଁ ବ୍ୟବହୃତ ହେଉଥିବା ତିନୋଟି ଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୭ ଲକ୍ଷ ଟଙ୍କା ଫ୍ରିଜ୍ କରିଥିଲା ପୁଲିସ । ଅଭିଯୁକ୍ତ ରୋହିତ ମହାନ୍ତିଙ୍କୁ ଗୁରୁବାର ଦିନ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୁଲିସ । ଏହି ରାକେଟ୍ରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ପୁଲିସ । ବଡ଼ ବଜାର ଥାନା ଅଞ୍ଚଳ ଫାଷ୍ଟ ଗେଟରେ ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ବିନାୟକ ଆଚାର୍ଯ୍ୟ କଲେଜ ପୋଖରୀ ନିକଟରେ ବେଆଇନ ଅନଲାଇନ୍ ବେଟିଂ କାର୍ଯ୍ୟକଳାପ ଚାଲିଥିବା ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇଥିଲା ପୁଲିସ ।
ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଂଚି ଚଢାଉ କରିଥିଲେ। ଟଙ୍କା ପାଇଁ ଟେନ୍ସନ୍ରେ ଥିଲେ କାଳୁ, ଝିଆରୀ ନିବେଦିତା ଦେଖାଇଲା ଟଙ୍କା ପାଇବାର ରାସ୍ତା ଚଢାଉ ସମୟରେ ଅଭିଯୁକ୍ତ ବାବୁ @ ବାଦଲ ଗୌଡା (୨୨ ବର୍ଷ), କେଦାରନାଥଙ୍କ ପୁଅ ରମେଶ ଗୌଡା "ସ୍କାଏ ଏକ୍ସଚେଞ୍ଜ" ପ୍ଲାଟଫର୍ମ ମାଧ୍ୟମରେ ମୋବାଇଲ୍ ଡିଭାଇସ୍ ବ୍ୟବହାର କରି ସକ୍ରିୟ ଭାବରେ ଅନଲାଇନ୍ ବେଟିଂରେ ଲିପ୍ତ ଥିଲେ।ଏତିକି ବେଳେ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ହ୍ୱାଟସଆପ୍ ମାଧ୍ୟମରେ ବିଭିନ୍ନ ବ୍ୟକ୍ତିଙ୍କୁ ଆଇଡି ଏବଂ ପାସୱାର୍ଡ ପ୍ରଦାନ କରି ବାଜି ଲଗାଇବାରେ ସହଜ କରୁଥିବା ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଛି । ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ସିଧାସଳଖ ଅନଲାଇନ୍ ପ୍ଲାଟଫର୍ମରୁ ବାଜି ପ୍ୟାନେଲ କିଣିଥିଲେ ଏବଂ ଏହାକୁ ପ୍ରକୃତ ଏବଂ ଆଇନ ଦ୍ୱାରା ଅନୁମୋଦିତ ବୋଲି ଦେଖାଇ ଏବଂ କହି ତାଙ୍କ ଗ୍ରାହକମାନଙ୍କୁ ପଠାଇଥିଲେ।