ଅନୁଗୋଳ ୨୯।୮: ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡର ସାନ ବାଗଦରି ଗାଁରେ ଚାଞ୍ଚଲ୍ୟ । ବିଷାକ୍ତ ସ୍କ୍ରବ୍ ଟାଇଫସ୍ ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ । ଅନ୍ୟ ୫ ଜଣ ଅଛନ୍ତି ଆକ୍ରାନ୍ତ । ମୃତ ଯୁବକ ଜଣକ ହେଲେ ସୁମନ୍ତ ସେଠୀ । ଜ୍ବର ହେବାରୁ ଗତ ଗୁରୁବାର ଦିନ ସୁମନ୍ତ ପାଲଲହଡା ମେଡିକାଲ ଆସିଥିଲେ । ମେଡିସିନ ନେଇ ଖାଇଥିଲେ ।ତେବେ କେଉଁ କାରଣଙ୍କୁ ନେଇ ତାଙ୍କର ମୁତ୍ଯୁ ହୋଇଛି ତାହା ସ୍ପଷ୍ଟ ହୋଇନି । ଗାଁରେ ଆଉ ୫ ଜଣ ଜ୍ଵରରେ ପୀଡିତ ଥିବା ଜଣାପଡିଛି । ଘଟଣାକୁ ନେଇ ଗାଁରେ ଭୟର ବାତାବରଣ ଥିବାବେଳେ ଗାଁକୁ ନିୟମିତ ସ୍ବାସ୍ଥ୍ୟ ଟିମ୍ ଯାଉଛନ୍ତି ବୋଲି ଅନୁଗୋଳ ସିଡିଏମଓ କହିଛନ୍ତି । ଗାଁରୁ ବ୍ଲଡ୍ ସାମ୍ପଲ ଆଣୁଛନ୍ତି, ମେଡିସିନ ଯୋଗାଇ ଦିଆଯାଉଛି ।
ଆତଙ୍କିତ ହେବାର କାରଣ ନାହିଁ । ଠିକ୍ ସମୟରେ ମେଡିକାଲ ଚିକିତ୍ସା ନେଲେ ରୋଗ ଭଲ ହୋଇଯିବ ବୋଲି ସେ କହିଛନ୍ତି । - ଦୁହେଁ ମିଶି ମଦ ପିଇଲେ, ଆହୁରି ମାଗିଲା ସ୍ବାମୀ.. ଦେଲାନି ବୋଲି ସ୍ତ୍ରୀକୁ ମାରି ବାଡ଼ିପଟେ ପୋତିଦେଲା ସେପଟେ ପାଲଲହଡା ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ସାନବାଗଦୁରି ଗାଁ ବାସିନ୍ଦା ସୁମନ ସେଠୀଙ୍କ ସ୍କ୍ରବ୍ ଟାଇଫସ୍ରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଆହୁରି ୪ ଜଣ ଆକ୍ରାନ୍ତ ଅଛନ୍ତି । ଯେପରି ଏହା ଅଧିକ ନ ବ୍ୟାପିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ।
