Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଅପହରଣ ଓ ଧର୍ମ ପରିବର୍ତ୍ତନ ଅଭିଯୋଗ: କୋର୍ଟରେ ବିକଳ ଅନୁରୋଧ କଲେ ହିନ୍ଦୁ ଯୁବତୀ, ମୋତେ ଘରକୁ ଯିବାକୁ ଦିଅ...

NEWS7 1 week ago
 ସିନ୍ଧ: ଲଙ୍କାରେ ହରି ନାମ। ଏକଥା ଆମେ ଏଥିପାଇଁ କହୁଛୁ, କାରଣ ପାକିସ୍ତାନରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସେହି ଦେଶ ଠାରୁ କେବେ ଆଶା କରାଯାଇପାରେନା। ଜଣେ ହିନ୍ଦୁ ମହିଳାଙ୍କୁ ନିଜ ଇଚ୍ଛାରେ ତାଙ୍କ ବାପଘରକୁ ଫେରିଯିବାକୁ ଆଦେଶ ଦେଇଛନ୍ତି ପାକିସ୍ତାନରେ ଏକ କୋର୍ଟ। ଆପଣ କହିବେ ଏଥିରେ ବଡ଼ କଥା କଣ। ଲଙ୍କା ଓ ହରିନାମର କଣ ସମ୍ପର୍କ ?
ଆଗକୁ ପଢ଼ନ୍ତୁ ସବୁ ଜାଣିଯିବେ। ନିଖୋଜ୍ ଥିବା ଏହି ୨୧ ବର୍ଷୀୟ ହିନ୍ଦୁ ଯୁବତୀ ଜଣକ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ବୟାନ ରେକର୍ଡ କରିଥିଲେ। ଏବଂ ସେ ନିଜ ଇଚ୍ଛାରେ ବାପାମାଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ କୋର୍ଟ ତାଙ୍କୁ ନିଜ ପରିବାର ପାଖକୁ ଫେରିବାକୁ ଅନୁମତି ଦେଇଥିଲେ।

ଘଟଣାଟି ପାକିସ୍ତାନ ସିନ୍ଧ ପ୍ରଦେଶର ସାଙ୍ଗହର ଜିଲ୍ଲାର ଖିପ୍ରୋ ତହସିଲ ଅଧିନରେ ଘଟିଛି। ପ୍ରକୃତରେ ଯୁବତୀ ନିଖୋଜ ନଥିଲେ, ତାଙ୍କୁ ଅପହରଣ କରାଯାଇଥିଲା। ଧର୍ମ ପରିବର୍ତ୍ତନ କରି ତାଙ୍କୁ ମୁସ୍ଲିମଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଥିଲା ବୋଲି ଯୁବତୀଙ୍କ ବାପାମା ଅଭିଯୋଗ କରିଥିଲେ। ଏହାପରେ ମାମଲା କୋର୍ଟରେ ପହଞ୍ଚିଥିଲା।

ରାଣା ରାଜପୁତ କଲୋନୀର ବାସିନ୍ଦା ଶ୍ରୀମତୀ ରୀତା ଗତ ସପ୍ତାହରେ ନିଜ ଘରୁ ନିଖୋଜ ହୋଇଯାଇଥିଲେ। ତାଙ୍କ ଭାଇ ରବି ଶଙ୍କରଙ୍କ ଅଭିଯୋଗ ଅନୁସାରେ, ଅଗଷ୍ଟ ୨୪ରେ କିଛି ଅଜଣା ବ୍ୟକ୍ତି ଘରୁ ରୀତାଙ୍କୁ ନେଇଯିବା ସହ ମୋବାଇଲ୍ ଫୋନ୍ ଓ ଅନ୍ୟ ସାମଗ୍ରୀ ନେଇଯାଇଥିବାର ଦୃଶ୍ୟ CCTVରେ ରେକର୍ଡ ହୋଇଥିଲା। ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ରୀତାଙ୍କୁ ପଞ୍ଜାବର ଗୁଜରାନୱାଲାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ଏବଂ ନଜିର ହୁସେନ୍ ନାମକ ଜଣେ ମୁସଲିମ୍ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଚାପ ପକାଯାଇଥିଲା।

ନଜିର ପୂର୍ବରୁ ବିବାହିତ ଅଛନ୍ତି ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିଲା। ପୁଲିସ ଉଦ୍ଧାର କରି ଅଦାଲତରେ ହାଜର କଲା ପଞ୍ଜାବ ପୁଲିସ ପରେ ରୀତାଙ୍କୁ ଉଦ୍ଧାର କରି ସୋମବାର ଏକ ନ୍ୟାୟିକ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରିଥିଲା। ତଦନ୍ତକାରୀ ଅଧିକାରୀ ତାଙ୍କୁ ସରକାରୀ ଆଶ୍ରୟସ୍ଥଳ ‘ଦାରୁଲ ଅମାନ୍’ରେ ରଖିବାକୁ ଅନୁରୋଧ କରିଥିଲେ। ରୀତା ନିଜ ପରିବାର ପାଖକୁ ଫେରିବାକୁ ଇଚ୍ଛୁକ ନଥିବା ଦାବି କରି ଏହି ଅନୁରୋଧ କରାଯାଇଥିଲା।

ତେବେ ରୀତାଙ୍କ ଓକିଲ ଅସଦ ଜମାଲ ଓ ଖେତା ରାମ ଏହାକୁ ବିରୋଧ କରିଥିଲେ। କୋର୍ଟରେ ଉପସ୍ଥିତ ତାଙ୍କ ଭାଇଙ୍କ ସହ ରୀତା ଘରକୁ ଫେରିବାକୁ ଚାହୁଁଥିବା ଓକିଲମାନେ ଜଣାଇଥିଲେ। ଏହାପରେ ମାଜିଷ୍ଟ୍ରେଟ୍ ରୀତାଙ୍କୁ ଶପଥ ନେଇ ନିଜ ବୟାନ ଦେବାକୁ କହିଥିଲେ। ରୀତା ନିଜ ବୟାନରେ ସ୍ପଷ୍ଟ ଭାବେ କହିଥିଲେ ଯେ ସେ ନିଜ ଇଚ୍ଛାରେ ମାତାପିତାଙ୍କ ଘରକୁ ଫେରିବାକୁ ଚାହୁଁଛନ୍ତି।

ଏହାପରେ କୋର୍ଟ ତାଙ୍କୁ ଭାଇଙ୍କ ସହ ଘରକୁ ଯିବାକୁ ଅନୁମତି ଦେଇଥିଲେ। ପାକିସ୍ତାନରେ ହିନ୍ଦୁ ଯୁବତୀମାନଙ୍କ ଉପରେ ଅତ୍ୟାଚାର କରି ସେମାନଙ୍କ ଧର୍ମ ପରିବର୍ତ୍ତନ କରି ମୁସ୍ଲିମ ପୁରୁଷଙ୍କୁ ବିବାହ କରାଯାଉଛି। ସେଠାକାର ବିଚାରପତି ମଧ୍ୟ ନ୍ଯାୟକୁ ପଛ କରି ଧର୍ମୀୟ ଭାବନାରେ ବୁଡ଼ିଥିବାର ଦେଖାଯାଏ। ଖାଲି ବିଚାରପତି କାହିଁକି ସେନା ମୁଖ୍ୟ, ପ୍ରଧାନମନ୍ତ୍ରୀ ସମସ୍ତେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବାର ଅଭିଯୋଗ ଆସେ। ସେହି ଦେଶରେ ଜଣେ ହିନ୍ଦୁ ଯୁବତୀଙ୍କୁ ନ୍ୟାୟ ମିଳିବା ନିହାତି ପକ୍ଷେ ଏକ ବିରଳ ଘଟଣା।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7