ଗୌହାଟୀ, ୦୮/୦୪ :ରାତି ପାହିଲେ ଭୋଟ୍ । ମାତ୍ର୯ରୁ୧୦ଘଣ୍ଟା ପରେ ମତଦାନ କରିବେ ଭୋଟର । ସବୁ ଦଳ ପ୍ରସ୍ତୁତି କରି ସାରିଛନ୍ତି । କିନ୍ତୁ ଏହି ସମୟରେ ଜଣେ ପ୍ରାର୍ଥୀ ନିଜ ଦଳରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା । ରିପୋର୍ଟ ଅନୁସାରେ, ଆସାମ ଉଦଲଗୁରି ଆସନରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ସୁରେନ ଡାଇମାରି ଦଳରୁ ଇସ୍ତଫା ଦେଇଛନ୍ତି ।ଗଣମାଧ୍ୟମକୁ ସୁରେନ କହିଛନ୍ତି ଯେ, କଂଗ୍ରେସ ସହ ତାଙ୍କର ଅଭିଜ୍ଞତା ଭଲ ନାହିଁ । ପ୍ରଚାରରେ କଂଗ୍ରେସ କୌଣସି ସମର୍ଥନ କରିନାହିଁ । ଯେମିତି ସହଯୋଗ ମିଳିବା କଥା ଦଳ ପକ୍ଷରୁ ମିଳି ନାହିଁ । ଦଳର ନେତୃତ୍ୱ ତାଙ୍କ ସହ ଯୋଗାଯୋଗ ମଧ୍ୟ କରୁନଥିଲେ ।
ଏନେଇ ସେ ବରିଷ୍ଠ ନେତାଙ୍କ ସହ ଆଲୋଚନା ପାଇଁ ପ୍ରୟାସ କରିଥିଲେ । ହେଲେ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା । ସୁରେନ ଆହୁରିଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଠିକ୍ ଭାବେ ରାଜନୀତି କରୁନାହିଁ । କେବଳ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏବଂ ସଂପ୍ରଦାୟଙ୍କୁ ଖୁସି କରିବାକୁ ଚାହୁଁଛି । ତେବେ ଏବାବାଦରେ ସେ କୌଣସି ପ୍ରମାଣ ଦେଇନାହାଁନ୍ତି ।
