ପ୍ରଥମେ ଦୁଇ ଜଣ ଏକ ବାଇକ ଯୋଗେ ଆସି ସେଠାରେ ବୋମା ପ୍ରସ୍ତୁତ କରିଥିଲେ । ଏହାପରେ ଆଉ ଦୁଇଟି ବାଇକରେ ଚାରି ଜଣ ଆସିଥିଲେ । ୬ ଜଣଙ୍କ ଦୁର୍ବୃତ୍ତ ବୋମାମାଡ଼ କରି ବ୍ୟବସାୟୀଙ୍କ ୨ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହାସହିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଲୁଟ କରିଛନ୍ତି । -ଲଞ୍ଚ୍ ହେଲା ଆଇଫୋନର ଦମଦାର୍ ମଡେଲ : ରହିଛି ଜବରଦସ୍ତ ଫିଚର୍ସ, ଦାମ୍ ମାତ୍ର ଏତିକି ସେପଟେ ଲୁଟ୍ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମା ଜବତ କରିଛନ୍ତି l ବାରୁଦ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ ହୋଇଛି l ପାର୍ବଣ ପୂର୍ବରୁ ଏପରି ଘଟଣା ପୋଲିସକୁ ଟେନସନ ଦେଇଛି । ଏହାପୂର୍ବରୁ ସ୍ଥାନୀୟ ଯୋଗଧାରୀ ଛକରେ ଦୁଇ ଯୁବ ବ୍ୟବସାୟୀଙ୍କୁ ଚାରି ଜଣ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ l