Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବନ୍ଦରରେ ଛିଡ଼ା ହୋଇଥିଲା ବୋଟ, ହଠାତ୍ ଜଳିଗଲା

NEWS7 3 weeks ago
 ପାରାଦୀପ: ହୁତୁହୁତୁ ହୋଇ ଜଳିଗଲା ମାଛଧରା ବୋଟ୍। ଶନିବାର ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଘଟିଛି ଏହି ଅଘଟଣ। ବନ୍ଦରରେ ଥିବା ଏକ ବୋଟ ଭୟଙ୍କର ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଯାଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ବୋଟରେ ଥିବା ଦୁଇ କର୍ମଚାରୀ। ତେବେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଶନିବାର ଅପରାହ୍ଣରେ ବନ୍ଦରଠାରେ ଥିବା ଦେବୀ ଲକ୍ଷ୍ମୀ- ୧ ନାମକ ବୋଟର ବ୍ୟାଟେରୀରେ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା। ବଡ଼ କଥା ହେଲା ସଙ୍ଗେ ସଙ୍ଗେ ନିଆଁ ବୋଟର ଚାରିଆଡ଼େ ବ୍ୟାପିଯାଇଥିଲା। ଅବଶ୍ୟ ଉଚିତ୍ ସମୟରେ ବୋଟରେ ଥିବା ଦୁଇ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଫଳରେ ଏକ ନିଶ୍ଚତ ବଡ଼ ଦୁର୍ଘଟଣା ଟଳିଯାଇଛି। ପାରାଦୀପ ଛାଡ଼ିଲେ MV Ocean Winnerର ୨ କ୍ରିଉ, ଉଭୟ ବଖାଣିଲେ ଜାହାଜ ବୁଡିବାର ଛାତିଥରା କାହାଣୀ… ସେପଟେ ଖବର ପାଇଁ ଘଟଣାସ୍ଥଳରେ ପାରାଦୀପ ବନ୍ଦର ସିଆଇଏସଏଫ ଅଗ୍ନିଶମ ଗାଡ଼ି, ଇଫକୋ କାରଖାନାର ଅଗ୍ନିଶମ ଗାଡ଼ି ଓ କୁଜଙ୍ଗ ଅଗ୍ନିଶମ ବିଭାଗ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7