Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ! ଏହି ତାରିଖରେ ପୁଣି ଲଘୁଚାପ, ବଢିବ ବର୍ଷା

NEWS7 5 days ago
 ଭୁବନେଶ୍ୱର ୦୨/୦୮: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ। ଅଗଷ୍ଟ ୮ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ୧୦ତାରିଖ ବେଳକୁ ଏହା ଉତ୍ତର ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ସୋଆ-ସିଇସି ମୁଖ୍ୟ ଡକ୍ଟର ଶରତ ଚନ୍ଦ୍ର ସାହୁ। Plane Crash: ଭୟଙ୍କର ବିମାନ ଦୁର୍ଘଟଣା; ବିଲ ମଝିରେ ଖସିପଡିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ପ୍ଲେନ, ଚାଲିଗଲା ୧୩ ଜୀବନ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୭ ତାରିଖରୁ ବର୍ଷାର ପରିମାଣବୃଦ୍ଧି ପାଇବ ।
ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏବେ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଥିବାରୁ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏନେଇ ପାଣିପାଗ ବିଭାଗ ଆଜି ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଏବେ ଆସିବନି ବନ୍ୟା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ କହିବାନୁସାରେ ମହାନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ । ଉପରମୁଣ୍ଡରୁ ଜଳ ପ୍ରବାହ କମିଛି। ହୀରାକୁଦ ଜଳଭଣ୍ଡାରକୁ ୩ ଦିନ ଭିତରେ ଏସଓପି ଅନୁଯାୟୀ ଖାଲି କରାଯାଇ ଆଗାମୀଦିନ ପାଇଁ ପ୍ରସ୍ତୁତ ରହିବାକୁ ହେବ । ସବୁ ନଦୀରେ ଜଳସ୍ତର କମିବା ସହ ବିପଦ ସଙ୍କେତ ତଳେ ରହିଛି।

ପାଣି ଘେରରେ ତଳିଆ ଅଞ୍ଚଳ ମହାନଦୀରେ ବନ୍ୟା ସଙ୍କଟ ଟଳିଥିଲେ ମଧ୍ୟ ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିଛି । କେତେକ ସ୍ଥାନରେ ପଛୁଆ ପାଣି ଠେଲି ହୋଇ ମାଡ଼ିଯାଇଛି ଚାଷ ଜମି ଓ ଗାଁକୁ । କଟକର ବାଙ୍କୀ, ତିଗିରିଆ, ଆଠଗଡ଼, ଜଗତସିଂହପୁରର କୁଜଙ୍ଗ, ତିର୍ତ୍ତୋଲ, କେନ୍ଦ୍ରାପଡ଼ାର ବିଭିନ୍ନ ବ୍ଳକର ତଳି ଅଞ୍ଚଳ, ପୁରୀର କଣାସ, ଖୋର୍ଦ୍ଧାର କେତେକ ଅଞ୍ଚଳରେ ପାଣି ପଶିଛି। ଏସଆରସି କାର୍ଯ୍ୟାଳୟଙ୍କ ସୂଚନା ଅନୁସାରେ, ନରାଜରେ ମହାନଦୀ ବିପଦ ସଙ୍କେତ ତଳକୁ ଖସିବା ସହ ଜଳସ୍ତର କମିବାରେ ଲାଗିଛି।

ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ସବୁଠି ଜଳସ୍ତର କମିଛି। ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ୧୫ଟି ଜିଲ୍ଲା ପ୍ରଭାବିତ ହୋଇଛି। ଭଦ୍ରକ, ଯାଜପୁର, ବାଲେଶ୍ଵର, କେନ୍ଦୁଝରରେ ପାଣି ଖସୁଥିଲେ ମଧ୍ୟ ବିପନ୍ନଙ୍କ ଦୁଃଖ ସରୁନି। ବାଲେଶ୍ଵରର ୧ ଲକ୍ଷ ୪୭ ହଜାର ୬୫ ଲୋକେ ପ୍ରଭାବିତ ହୋଇଥିବାବେଳେ ୫୭ହଜାର ୨୩୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7