Dailyhunt

ବାପ ଛେଉଣ୍ଡ ଭିନ୍ନକ୍ଷମ ଛାତ୍ରଙ୍କ ଦଶମ ଶ୍ରେଣୀରେ ବଡ଼ ସଫଳତା, ରଖିଛନ୍ତି ବଡ଼ ଲକ୍ଷ୍ୟ

NEWS7 2 weeks ago
 ବ୍ରହ୍ମପୁର: ବାପା ଛେଉଣ୍ଡ ଭିନ୍ନକ୍ଷମ ପିଲା ବ୍ରହ୍ମପୁରର ସନ୍ତୋଷ ବେହେରା। ମାଆ ମଜୁରିଆ। ବହୁ କଷ୍ଟରେ ନିଜ ପୁଅକୁ ପଢାଇଛନ୍ତି। ଗରିବ, ଆର୍ଥିକ ଅନଟନ ଭିତରେ ଦଶମ ଶ୍ରେଣୀ ପରୀକ୍ଷାରେ ପୁଅକୁ ମିଳିଛି ବଡ଼ ସଫଳତା। ଆଉ ପୁଅର ଲକ୍ଷ୍ୟ ରହିଛି ଆଇଏଏସ ଅଫିସର। ଦଶମ ଶ୍ରେଣୀ ପରୀକ୍ଷାରେ ଭିନ୍ନକ୍ଷମ ଛାତ୍ର ସନ୍ତୋଷ କୁମାର ବେହେରା ସଫଳତା ମିଳିଛି।
ପିଲାଟି ଦିନରୁ ଦୁଇଟି ଗୋଡ଼ ଅକ୍ଷମ ହୋଇଥିବା ବେଳେ ସାତ ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିଲେ । ସେପଟେ ସନ୍ତୋଷଙ୍କ ମାଆ ରଞ୍ଜୁ ବେହେରା ଘର ଘର ବୁଲି ବାସନ ମାଜିଥାନ୍ତି । ଆଉ ଏଭଳି ପରିସ୍ଥିତିରେ ସନ୍ତୋଷଙ୍କୁ ସାହି ବାସିନ୍ଦା ଓ ସେ ପାଠ ପଢୁଥିବା ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସହାୟତା କରିବା ଫଳରେ ଦଶମ ଶ୍ରେଣୀରେ ପରୀକ୍ଷାରେ ଏବେ ୯୦ ପ୍ରତିଶତ ମାର୍କ ରଖିଛନ୍ତି । ୬୦୦ ରୁ ୫୪୦ ମାର୍କ ରଖିଛନ୍ତି ସନ୍ତୋଷ । ଏଭଳି ଭଲ ପାଠ ପଢ଼ି ଆଗକୁ ଜଣେ ଆଇଏଏସ ଅଫିସରେ ବନି ଜିଲ୍ଲାପାଳ ହେବାକୁ ପାଇଁ ଲକ୍ଷ୍ୟ ରଖିଛନ୍ତି ସନ୍ତୋଷ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7