ଅନେକ ସ୍ଥାନରେ ବିପଜ୍ଜନକ ଭାବେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିରହିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ଜିଲ୍ଲାର ବଘିଆପଡ଼ା, ଯୋଗୀଭୁଗୁରା, ଓଲଣ୍ଡା, ଖୁଣ୍ଟିଆପଡ଼ା ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ରେକର୍ଡ କରାଯାଇଛି । ବଡ଼ ବଡ଼ ବିଦ୍ୟୁତ୍ ପୋଲ୍ ମୁଖ୍ୟ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବାରୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଖୁଣ୍ଟ ଭାଙ୍ଗିବା ଓ ତାର ଛିଣ୍ଡିବା କାରଣରୁ ପାଖାପାଖି ୧୦ରୁ ଅଧିକ ଗାଁ ଅନ୍ଧାରରେ ରହିଛନ୍ତି । ସେପଟେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ପୁର୍ନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।