Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଭାରତଠୁ ତେଲ କିଣୁଛି ଋଷ : ଶକ୍ତି ସଙ୍କଟରେ ମସ୍କୋ, ସାହାଯ୍ୟର ହାତ ବଢାଇଲା ନୂଆଦିଲ୍ଲୀ

NEWS7 2 weeks ago
 ନୂଆଦିଲ୍ଲୀ,୦୨|୦୭:ସମଗ୍ର ଏସିଆକୁ ଅଶୋଧିତ ତୈଳ ଯୋଗାଉଥିବା ରୁଷ ବର୍ତ୍ତମାନ ସାଙ୍ଘାତିକ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ଏଭଳି ସ୍ଥିତିରେ ଭାରତର ବି ସହାୟତା ନେବାକୁ ଏହା ବାଧ୍ୟ ହୋଇଛି । ଚାହିଁବା ପୂରଣ ଲାଗି ରୁଷ ଭାରତଠାରୁ ଗ୍ୟାସୋଲିନ (ପେଟ୍ରୋଲ) ଆମଦାନି ଆରମ୍ଭ କରିଦେଇଛି। ନିକଟରେ ୟୁକ୍ରେନ ସେନା ରୁଷର ପ୍ରମୁଖ ଶକ୍ତି ଭିତ୍ତିଭୂମି ଉପରେ ପ୍ରଚଣ୍ଡ ଏୟାର ଷ୍ଟାଇକ୍ କରିଥିଲା।
ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାଯୋଗୁ ଦେଶରେ ଅଚାନକ ପେଟ୍ରୋଲ ଅଭାବ ଦେଖାଦେଇଛି। ଦୈନନ୍ଦିନ ଚାହିଦା ପୂରଣ କରିବା କାଠିକର ପାଠ ପାଲଟିଛି। ରୁଷର ୧୧ଟି ଟାଇମ୍ ଜୋନରେ ଶକ୍ତି ସକଟ ବୃଦ୍ଧି ପାଇଛି।

ଦେଶବ୍ୟାପୀ ପେଟ୍ରୋଲ ପମ୍ପଗୁଡ଼ିକରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଏହାଛଡ଼ା ପେଟ୍ରୋଲ ଦରରେ ରେକର୍ଡ ବୃଦ୍ଧି ଘଟିଛି। ବିଶେଷକରି ପେଟ୍ରୋଲ ଚାହିଦା ପୁରଣ ଲାଗି ରୁଷ ବର୍ତ୍ତମାନ ବିଭିନ୍ନ ଦେଶ ସହିତ ଆଲୋଚନା ଜାରି ରଖିଛି। ଏକ ସୁଲଭ ତଥା ଗ୍ରହଣୀୟ ଦରରେ ତେଲ ଆମଦାନି ପାଇଁ ବିଭିନ୍ନ ରାଷ୍ଟ୍ର ସହିତ କ୍ରେମଲିନ୍ ଆଲୋଚନା କରୁଥିବା କହିଛି ।

ରିପୋର୍ଟ ମୁତାବକ, ରୁଷ ସମୁଦ୍ର ମାର୍ଗ ଦେଇ ଭାରତଠାରୁ ଗ୍ୟାସୋଲିନ ଆମଦାନି ଆରମ୍ଭ କରିଦେଇଛି । ତତ୍କାଳ ଇନ୍ଧନ ସଙ୍କଟ ଦୂର ନିମନ୍ତେ ଭାରତର ସହାୟତା ଜରୁରି ହୋଇପଡ଼ିଛି । ମିଳିଥିବା ଖବର ମୁତାବକ, ଭାରତ ଇତିମଧ୍ୟରେ ଅନ୍ୟୁନ ୬୦ ହଜାର ମେଟ୍ରିକ ଟନ ଗ୍ୟାସୋଲିନ ରୁଷକୁ ଯୋଗାଇ ସାରିଲାଣି । ୩୦ ହଜାରରୁ ୪୦ ହଜାର ଟନ ଲେଖାଏଁ ଦୁଇଟି ଟ୍ୟାଙ୍କର ଭାରତରୁ ରୁଷ ଅଭିମୁଖେ ଯାତ୍ରା କରିଛି।

ରିପୋର୍ଟ ଦର୍ଶାଇଛି ଯେ ରୁଷ୍ ପ୍ରତିମାସ ପୃଥକ ପୃଥକ ଦେଶଠାରୁ ୪ ଲକ୍ଷ ଟନ ଗ୍ୟାସୋଲିନ ଆମଦାନି ଲାଗି ଯୋଜନା ପ୍ରସ୍ତୁତ କରୁଛି । ଏଥିରେ ପଡ଼ୋଶୀ ବେଲାରୁଷ ବି ଅନ୍ତର୍ଭୁକ୍ତ । ଏହା ପ୍ରଥମରୁ ହିଁ ରୁଷକୁ ଇନ୍ଧନ ରପ୍ତାନି ଆରମ୍ଭ କରିଦେଇଛି। ରୁଷରେ ଗରମ ଦିନରେ ଅଧିକ ତୈଳ ଚାହିଦା ରହିଥାଏ ।

ଏହି ସମୟରେ ସର୍ବାଧିକ ଦୈନିକ ଚାହିଦା ୧.୧୦ ଲକ୍ଷ ଟନ ପର୍ଯ୍ୟନ୍ତ ଯାଇଥାଏ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ରବିବାର ନିଜ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ। ଦେଶର ତୈଳ ବିଶୋଧନାଗାରଗୁଡ଼ିକ ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିବା ଯୋଗୁ କିଛି ଅଞ୍ଚଳରେ ଇନ୍ଧନ ଅଭାବ ରହିଥିବା ସେ ସ୍ବୀକାର କରିଥିଲେ। ରିପୋର୍ଟ ଅନୁସାରେ, ପଡ଼ୋଶୀ ବେଲାରୁଷ ରେଳ ମାର୍ଗ ଦ୍ୱାରା ଗ୍ୟାସେଲିନ ରପ୍ତାନି କରୁଛି ।

ମେ ପ୍ରଥମାର୍ଦ୍ଧ ତୁଳନାରେ କୁନରେ ଏହାର ତୈଳ ଯୋଗାଣ ୩ ଗୁଣା ବୃଦ୍ଧି ପାଇ ୭୦ ହଜାର ଟନରୁ ଅଧିକ ପହଞ୍ଚିଛି । Also Read :-US Navy Helicopter Crash: ଆରବ ସାଗରରେ ଆମେରିକୀୟ ନୌସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ନିଖୋଜ ଋଷର ସଂସଦ ଗତ ସପ୍ତାହରେ ନିଜ ଟିକସ ସଂହିତାରେ ସଂଶୋଧନକୁ ଅନୁମୋଦନ ଦେଇଥିଲା। ୟୁକ୍ରେନର ଡ୍ରୋନ ଆକ୍ରମଣ କାରଣରୁ ଇନ୍ଧନ ସଙ୍କଟର ମୁକାବିଲା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହାଛଡ଼ା ଭାରତଠାରୁ କିଣାଯାଉଥିବା ତୈଳ ଉପରେ ସବସିଡି ପ୍ରଦାନ କରିବା ନେଇ ମଧ୍ୟ ଏଥିରେ ପ୍ରସ୍ତାବ ରହିଥିଲା।

ଏଏଆଇଳି ଏବଂ କେପଲରର ଜାହାନ ଟ୍ରାକିଙ୍ଗ୍ ତଥ୍ୟରୁ ଜଣାପଡ଼ିଛି ଯେ ଚଳିତବର୍ଷ ଜୁନରେ ରୁଷଠାରୁ ଭାରତର ଅଶୋଧିତ ତୈଳ ଆମଦାନି ରେକର୍ଡ ସ୍ତରରେ ପହଞ୍ଚିଛି । କାରଣ ଇରାନ ଯୁଦ୍ଧ ଯୋଗୁ ହୋର୍ମୁଳ ପ୍ରଣାଳୀ ବନ୍ଦ ରହିବା କାରଣରୁ ଭାରତୀୟ କମ୍ପାନିମାନେ ଚାପ କମାଇବା ପାଇଁ ରୁଷଠାରୁ ଭାରୀ ମାତ୍ରାରେ ତେଲ କିଣିଥିଲେ । କେପଲର ତଥ୍ୟ ମୁତାବକ, ଜୁନରେ ଭାରତର ମୋଟ ଆମଦାନିରେ ରୁଷ୍ ତୈଳର ଭାଗ ଅଧାରୁ ଅଧିକ ଥିଲା, ଯାହା ମେ ମାସରେ ୩୬.୫% ରହିଥିଲା।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7