Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଭାରତୀୟ ଜାହାଜ ଉପରେ ଆକ୍ରମଣ : ଡ୍ରୋନ୍ ମାଡ଼ କରି ବୁଡାଇଦେଲେ, ଅଳ୍ପକେ ବର୍ତ୍ତିଲେ ୧୪ ସଦସ୍ୟ

NEWS7 6 days ago
 ନୂଆଦିଲ୍ଲୀ,୦୫/୦୮: ଲୋହିତ ସାଗରରେ ଏକ ଭାରତୀୟ କାର୍ଗୋ ଜାହାଜ ଉପରେ ମଙ୍ଗଳବାର ଆକ୍ରମଣ ହୋଇଛି। । ୟେମେନର ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ କରିଛନ୍ତି। ଏଥିଯୋଗୁ ଭାରତୀୟ ପତାକା ଲାଗିଥିବା ଜାହାଜ ବୁଡ଼ିଯାଇଛି। ତେବେ ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ୟେମେନ ସରକାରୀ ସେନା ପକ୍ଷରୁ କୁହାଯାଇଛି।
ସେଥିରେ ୧୩ ଜଣ ଭାରତୀୟ ଏବଂ ଜଣେ ୟେମେନ ନାଗରିକ ଥିଲେ। ଜାହାଜକୁ ବିସ୍ଫୋରକ ଭର୍ତ୍ତି ବୋଟ୍ ଦ୍ଵାରା ଆକ୍ରମଣ କରାଯାଇଥିବା ଜଣାଯାଇଛି। ୟେମେନ ସରକାରଙ୍କ ସହ ଜଡ଼ିତ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସେସ୍ (ଏନଆରଏଫ୍) ପକ୍ଷରୁ ଜାରି ବୟାନ ଅନୁସାରେ,ଫୈଜ ନୁରେ ଓଲିୟା ନାମକ ଏହି ଜାହାଜ ଉପରେ ଆକ୍ରମଣ ପରେ ତଟରକ୍ଷୀ ବାହିନୀ ଏବଂ ନୌସେନା ୟୁନିଟ୍ ଉଦ୍ଧାର ପାଇଁ ଏକ ଯୁଗ୍ମ ଅପରେସନ ଚଲାଇଥିଲେ। ହାଦେହଦାହ ବନ୍ଦର ନଗରୀ ଠାରୁ ପ୍ରାୟ ୧୩ ନଟିକାଲ ମାଇଲ ଦୂରରେ ଏହି ଆକ୍ରମଣ ହୋଇଥିଲା,ଯେଉଁଠି ହୁତି ବିଦ୍ରୋହୀଙ୍କ ଦବଦବା ରହିଛି।

ଆକ୍ରମଣ ପରେ ଜାହାଜରେ ଥିବା ସମସ୍ତ ୧୪ ଜଣଙ୍କୁ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଏନଆରଏଫ୍ ଏହି ଆକ୍ରମଣ ପାଇଁ ହୁତି ବିଦ୍ରୋହୀଙ୍କୁ ଦାୟୀ କରିଥିବାବେଳେ ହୁତି ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଅଗଷ୍ଟ ୧୫ ଯାଏଁ ଛାଡ଼ିବନି ବର୍ଷା, ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ !

ଭାରତ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛି। କେନ୍ଦ୍ର ବନ୍ଦର,ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ କହିଛନ୍ତି,ବିନା କୌଣସି କାରଣରେ ଭାରତୀୟ ଜାହାଜ ଉପରେ ଆକ୍ରମଣ କରାଯାଇଛି। ପ୍ରୋଜେକ୍ଟାଇଲ ମାଡ଼ ପରେ ଜାହାଜଟି ବୁଡ଼ି ଯାଇଛି। ଅସ୍ତ୍ରଶସ୍ତ୍ର ବିହୀନ ଏହି ଜାହାଜ ଉପରେ ଅକାରଣ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରୁଛି ବୋଲି କହି ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି।

ୟେମେନ ତଟରକ୍ଷୀ ବାହିନୀ ଏବଂ ନୌସେନା ୧୩ ଭାରତୀୟଙ୍କ ସମେତ ସମସ୍ତ କୁ ସଦସ୍ୟଙ୍କୁ ଉଦ୍ଧାର କରି ମୋଖା ବନ୍ଦରକୁ ଆଣିଛନ୍ତି। ସେହି ଅଞ୍ଚଳରେ ଭାରତୀୟ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଉଦ୍ଧାର ହୋଇଥିବା ଜାହାଜ କର୍ମଚାରୀଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ସବୁ ସଂସ୍ଥା ସହ ସମନ୍ବୟ ରକ୍ଷା କରିବା ଲାଗି ସାମୁଦ୍ରିକ ପ୍ରଶାସନର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥୁବା ସେ ପ୍ରକାଶ କରିଛନ୍ତି। ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି,ବାଣିଜ୍ୟିକ ଜାହାଜ ଫୈଜ ନୁରେ ଓଲିୟା ଉପରେ ଆକ୍ରମଣକୁ ଭାରତ ନିନ୍ଦା କରୁଛି। ସମସ୍ତ ୧୩ ଭାରତୀୟ ନାଗରିକଙ୍କୁ ସେଠାରୁ ଉଦ୍ଧାର କରାଯାଇଛି।

ରିୟାଦ ସ୍ଥିତ ଭାରତୀୟ ଦୂତାବାସ ସ୍ଥିତି ଉପରେ ନଜର ରଖୁଛି ଏବଂ ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଯେମେନ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରଖାଯାଇଛି। ଲୋହିତ ସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ନେଇ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଏଭଳି ଆକ୍ରମଣ ନିହାତି ବନ୍ଦ ହେବା ଆବଶ୍ୟକ। ଅନ୍ତର୍ଜାତୀୟ ଆଇନ ଅନୁସାରେ ଅନ୍ତର୍ଜାତୀୟ ଜଳପଥ ଦେଇ ମୁକ୍ତ ଏବଂ ଅବାଧ ଜାହାଜ ଚଳାଚଳ ଓ ବାଣିଜ୍ୟ କାରବାରର ପୁନରୁଦ୍ଧାର ପାଇଁ ଭାରତ ପକ୍ଷରୁ ଆହ୍ଵାନ ଦିଆଯାଇଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7