ଆଠଗଡ଼ ୦୨।୦୮ : ମା ଭଟ୍ଟାରିକା ପୀଠରେ ଲାଗିଲା କଟକଣା । ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠକୁ ଛୁଇଁଛି ପୁଣି ଥରେ ମହାନଦୀର ବନ୍ୟାଜଳ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଛି । ଖବର ଅନୁଯାୟୀ, ଶନିବାର ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲାଯାଇଛି । ଯାହାଫଳରେ ମହାନଦୀର ଜଳସ୍ତର ପୁଣି ଥରେ ବଢିବାରେ ଲାଗିଛି ।