ଆଠଗଡ଼ ୧।୮: ଆଠଗଡ଼ରେ କମିଛି ବନ୍ୟାର ପ୍ରକୋପ । ବନ୍ୟା ବିଭୀଷିକା ପରେ ପୁଣି ଚଳଚଞ୍ଚଳ ହେଲା ମା' ଭଟ୍ଟାରିଙ୍କ ପୀଠ । ଗର୍ଭଗୃହକୁ ଫେରିଲେ ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା । ଭକ୍ତିରେ ଝଲସି ଉଠିଲା ପୀଠ ପରିସର । ବଡ଼ମ୍ବା ଗଡ଼ର ଆରାଧ୍ୟା ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକା ପୁଣି ଥରେ ନିଜ ପବିତ୍ର ଗର୍ଭଗୃହକୁ ବିରାଜମାନ ହୋଇଛନ୍ତି ।ପ୍ରଶାସନ ପକ୍ଷରୁ ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଉଥିବା ବେଳେ, ମା'ଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମନରେ ପୁଣି ଜାଗି ଉଠିଛି ଅସୀମ ଆସ୍ଥା ଓ ଆଧ୍ୟାତ୍ମିକ ଉତ୍ସାହ । - ପୁରୀରେ ପୁଣି ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ ଗୋଟିଏ ପଟେ ଆଠଗଡ଼ରେ କମିଛି ବନ୍ୟାର ପ୍ରକୋପ । କିନ୍ତୁ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା । ସାପୁଆ ନଦୀର ରମ୍ପା ବନ୍ଧ ଠାରେ ହୋଇଥିବା ୩୦ ଫୁଟର ଘାଇ ଏବେ ଚାଷୀ ମାନଙ୍କୁ ଦେଇଛି ଅନେକ ଦୁର୍ଦ୍ଦଶା ।
ଅନ୍ୟପଟେ ସେଇ ଘାଇ ଯୋଗୁ ପୁରୁଣା କଟକ ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ଗଡା, ରାସ୍ତା ଉପରେ ଚାଲିଛି ବନ୍ୟାଜଳ । ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏବେ ବି ଶହ ଶହ ଏକର ଚାଷ ଜମି ପ୍ରଭାବିତ ହୋଇଛି ।ସେପଟେ ରାଜ୍ୟରେ ବନ୍ୟା ସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ୩ ଦିନ ଭିତରେ ଦେବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ବନ୍ୟାରେ ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହୋଇଛି ।
ତେଣୁ ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନେ ଗ୍ରାଉଣ୍ଡ ଜିରୋକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପାଣି ଟାଙ୍କି ସହ ମୋବାଇଲ ଭ୍ୟାନ୍ର ବ୍ୟବସ୍ଥା କରାଯାଇଛି । ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ତାର ରିପୋର୍ଟ ୩ ଦିନ ଭିତରେ ଦିଆଯିବ ।
ଠିକ୍ ଆକଳନ କରି ରିପୋର୍ଟ ଦେବେ ଅଧିକାରୀ । ସରକାର ଲୋକଙ୍କ ସେବା ପାଇଁ ପ୍ରସ୍ତୁତ । ପାଣି ଥିବାରୁ ଆରଆଇ ମାନେ ବୁଲି ପାରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
