ନୂଆଦିଲ୍ଲୀ, ୦୨। ୦୮ : ଭୂମିକମ୍ପରେ ଥରିଛି ଦିଲ୍ଲୀ । ଲାଗିଲା ଜୋରଦାର ଝଟକା । ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୯ ବୋଲି ଜଣା ପଡିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ, ଅଗଷ୍ଟ ୨ ତାରିଖ ଭୋର୍ ୪ଟା ୧୪ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।ଏଥିରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହେବା ସମ୍ଭାବନା ଖୁବ୍ କମ୍ । ଏହାପୂର୍ବରୁ ଜୁନରେ ମଧ୍ୟ ଭୂମିକମ୍ପର ଝଟକା ଲାଗିଥିଲା । ଜୁନ ୨୭ ତାରିଖରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଲୋକେ ଝଟକା ଅନୁଭବ କରିଥିଲେ । ସେତେବେଳେ ଏହାର ତୀବ୍ରତା ୬.୨ ରହିଥିଲା । ଯାହାର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନ ରହିଥିଲା ।
